Hindi News >>Home >>Odisha Politics

Aparajita Sarangi: ଭୋଟ ଦେବାକୁ ଆସୁ ନାହାନ୍ତି ଗ୍ରାମାଞ୍ଚଳ ଲୋକ; ଜୟଦେବରେ ସର୍ବନିମ୍ନ ଭୋଟ, ଅପରାଜିତାଙ୍କୁ ଝଟକା!

ନିର୍ବାଚନ ଚାଲିଥିବା ୬ ଲୋକସଭା ମଣ୍ଡଳୀ ଭିତରୁ ଭୁବନେଶ୍ୱରରେ ଏଥିଯୋଗୁ ସର୍ବନିମ୍ନ ଭୋଟିଂ ହୋଇଛି। ଏଠାରେ ଭୁବନେଶ୍ୱରରେ ୬.୬%%, କଟକରେ ୭.୩୨%, ଢେଙ୍କାନାଳରେ ୭.୯୫%, କେନ୍ଦୁଝରରେ ୮.୭୪%, ପୁରୀରେ ୬.୮୭% ଏବଂ ସମ୍ବଲପୁରରେ ୭.୦୯% ମତଦାନ ହୋଇଛି। 

Advertisement
Aparajita Sarangi: ଭୋଟ ଦେବାକୁ ଆସୁ ନାହାନ୍ତି ଗ୍ରାମାଞ୍ଚଳ ଲୋକ; ଜୟଦେବରେ ସର୍ବନିମ୍ନ ଭୋଟ,  ଅପରାଜିତାଙ୍କୁ ଝଟକା!
Prabhudatta Moharana|Updated: May 25, 2024, 10:25 AM IST
Share

Aparajita Sarangi: ଭୁବନେଶ୍ୱର: ରାଜ୍ୟ ରାଜଧାନୀର ହାଇପ୍ରୋଫାଇଲ୍‍ ଆସନରେ ଆଜି ଉଭୟ ବିଧାନସଭା ଓ ଲୋକସଭା ପାଇଁ ଭୋଟ ହେଉଛି। ଏହି ନିର୍ବାଚନର ମତଦାନ ହାରକୁ ଦେଖିଲେ ସକାଳର ମତଦାନ ଏଠାର ସାଂସଦ ପ୍ରାର୍ଥୀଙ୍କୁ ଝଟକା ଦେଇଛି। ବିଶେଷକରି ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ କମ୍‍ ଭୋଟିଂ ଏବେ ପ୍ରାର୍ଥୀଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। ଏହା ଆସ୍ଥା ବିରୋଧୀ ଭୋଟକୁ ଅଧିକ ଶକ୍ତ କରିପାରେ। ଯେହେତୁ ଅପରାଜିତା ଗତ ୫ ବର୍ଷ ହେଲା ଏ ନିର୍ବାଚନ ମଣ୍ଡଳୀରୁ ଭୋଟ୍‍ ଜିତି ଆସୁଛନ୍ତି ତାଙ୍କ ପାଇଁ ବି ଏହି ଟ୍ରେଣ୍ଡ ଆଗକୁ ବପଦ ସୃଷ୍ଟି କରିପାରେ।

ସକାଳ ୯ଟା ସୁଦ୍ଧା ଭତଦାନ ହାରକୁ ଯଦି ଆମେ ଦେଖିବା  ରାଜ୍ୟରେ ଏଯାଏ ୭.୪୩ ପ୍ରତିଶତ ମତଦାନ ହୋଇଥିବାବେଳେ ଭୁବନେଶ୍ୱର ସାଂସଦୀୟ ନିର୍ବାଚନ ମଣ୍ଡଳୀରେ ମାତ୍ର ୬.୬% ଭୋଟିଂ ହୋଇଛି। କିନ୍ତୁ ଏହି ନିର୍ବାଚନ ମଣ୍ଡୀରେ ଥିବା ସହରାଞ୍ଚଳର ଭୋଟର ଅଧିକ ସଚେତନ ଓ ଆଗ୍ରହ ପ୍ରକାଶ କରିଥିବା ଲକ୍ଷ୍ୟ କରାଯାଇଛି। ଭୁବନେଶ୍ୱର ମଧ୍ୟ ବିଧାନସଭା ମଣ୍ଡଳୀରେ ଭୋଟିଂ ହାର ସର୍ବାଧିକ ରହିଛି। ଏଠାରେ ସର୍ବାଧିକ ୧୦ ପ୍ରତିଶତ ଭୋଟିଂ ହୋଇଛି। କିନ୍ତୁ ଗ୍ରାମାଞ୍ଚଳରେ ଭୋଟିଂ କମିଛି। ବିଶେଷକରି ଜୟଦେବ, ଏକାମ୍ର, ଜଟଣୀ ନିର୍ବାଚନ ମଣ୍ଡଳୀରେ ମତଦାନ ହାର ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ଜୟଦେବରେ ବିଧାନସଭା ପାଇଁ ୯% ଭୋଟିଂ ହୋଇଥିବା ବେଳେ ସାଂସଦ ପାଇଁ ମାତ୍ର ୨% ଭୋଟି ହୋଇଥିବା ନିର୍ବାଚନ ଅଧିକାରୀଙ୍କ ତଥ୍ୟରୁ ସ୍ପଷ୍ଟ ହୋଇଛି। ସେହିପରି ଏକାମ୍ରରେ ୪% ଏବଂ ଜଟଣୀରେ ମାତ୍ର ୫% ଭୋଟିଂ ହୋଇଛି। ଖୋର୍ଦ୍ଧାରେ ଭୋଟିଂ ହାର ୬.୯୦ ପ୍ରତିଶତ ରହିଥିବା ବେଳେ ଉତ୍ତର ଭୁବନେଶ୍ୱରରେ ୮.୨୦ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି। 

ନିର୍ବାଚନ ଚାଲିଥିବା ୬ ଲୋକସଭା ମଣ୍ଡଳୀ ଭିତରୁ ଭୁବନେଶ୍ୱରରେ ଏଥିଯୋଗୁ ସର୍ବନିମ୍ନ ଭୋଟିଂ ହୋଇଛି। ଏଠାରେ ଭୁବନେଶ୍ୱରରେ ୬.୬%%, କଟକରେ ୭.୩୨%, ଢେଙ୍କାନାଳରେ ୭.୯୫%, କେନ୍ଦୁଝରରେ ୮.୭୪%, ପୁରୀରେ ୬.୮୭% ଏବଂ ସମ୍ବଲପୁରରେ ୭.୦୯% ମତଦାନ ହୋଇଛି। 

ଭୁବନେଶ୍ୱରରରେ ଏହି କମ୍‍ ମତଦାନ ସ୍ଥିତ ବ୍ୟବସ୍ଥାରେ ଅଧିକ ଆତ୍ମ ବିଶ୍ୱାସ ଅଥବା ଭୋଟରଙ୍କ ମନରେ ଦ୍ୱନ୍ଦ୍ୱ ରହିଥିବା ସ୍ପଷ୍ଟ କରୁଛି। ଏହିକ୍ରମରେ ସମ୍ମାନ ବନାମ ପରିବର୍ତ୍ତନର ଲଢ଼େଇ କେଉଁ ଆଡ଼କୁ ଯିବ ତାହା ବି ପ୍ରଶ୍ନ ଘେରକୁ ଆସିଛି।  ଯଦି ଏମିତି ଟ୍ରେଣ୍ଡ ଜାରି ରହେ ତେବେ ଆଗକୁ ତାହା ଆସ୍ଥା ବିରୋଧୀ ଭୋଟକୁ ଅଧିକ ଶକ୍ତ କରିପାରେ।

Read More
{}{}