Hindi News >>Home >>Odisha Politics

ପାଣ୍ଡିଆନ୍‍ଙ୍କ ପଟିଆ ହେଲେ ମାନସ ମଙ୍ଗରାଜ, କହିଲେ ଦେବାଶୀଷ ବିଭ୍ରାନ୍ତ କରୁଛନ୍ତି

ରାଜ୍ୟସଭାରେ ୱାକ୍‍ଫ ବିଧେୟକ ଓଡ଼ିଶା ବିଜେଡିରେ କାଳ ବୈଶାଖୀ ଆାଣିଛି। ପୁଣି ଏ କାଳ ବୈଶାଖିର ଝଡ଼ ଏତେ ମଜଭୁତ ହୋଇଛି ଯେ, ତାହାର ପ୍ରଭାବରେ ନେତାଏଁ ଘାଣ୍ଟି ହେଉଛନ୍ତି। ରାଜ୍ୟସଭାର ୭ଟି ସାଂସଦ ଏବେ ତିନୋଟି ଗୋଷ୍ଠୀରେ ଭାଗଭାଗ ହୋଇ ପରସ୍ପର ଉପରକୁ କାଦୁଅ ଫୋପାଡ଼ୁଛନ୍ତି। ଆଉ ଏହାକୁ ଦେଖି ନିକଟରେ ବିଜେଡି ଛାଡ଼ିଥିବା ସାଂସଦ ନାକରେ ଆଙ୍ଗୁଠି ପୂ

Advertisement
ପାଣ୍ଡିଆନ୍‍ଙ୍କ ପଟିଆ ହେଲେ ମାନସ ମଙ୍ଗରାଜ, କହିଲେ ଦେବାଶୀଷ ବିଭ୍ରାନ୍ତ କରୁଛନ୍ତି
Soubhagya Ranjan Mishra|Updated: Apr 07, 2025, 09:13 PM IST
Share

ଭୁବନେଶ୍ୱର: ରାଜ୍ୟସଭାରେ ୱାକ୍‍ଫ ବିଧେୟକ ଓଡ଼ିଶା ବିଜେଡିରେ କାଳ ବୈଶାଖୀ ଆାଣିଛି। ପୁଣି ଏ କାଳ ବୈଶାଖିର ଝଡ଼ ଏତେ ମଜଭୁତ ହୋଇଛି ଯେ, ତାହାର ପ୍ରଭାବରେ ନେତାଏଁ ଘାଣ୍ଟି ହେଉଛନ୍ତି। ରାଜ୍ୟସଭାର ୭ଟି ସାଂସଦ ଏବେ ତିନୋଟି ଗୋଷ୍ଠୀରେ ଭାଗଭାଗ ହୋଇ ପରସ୍ପର ଉପରକୁ କାଦୁଅ ଫୋପାଡ଼ୁଛନ୍ତି। ଆଉ ଏହାକୁ ଦେଖି ନିକଟରେ ବିଜେଡି ଛାଡ଼ିଥିବା ସାଂସଦ ନାକରେ ଆଙ୍ଗୁଠି ପୂରାଇ ହସୁଛନ୍ତି।

ଘଟଣା ୩ ତାରିଖ ରାତିର। ଯେତେବେଳେ ରାଜ୍ୟସଭା ଓ୍ୱାକଫ୍‍ ଆଇନ ସଂଶୋଧନ ବିଧେୟକକୁ ୧୨୮- ୯୫ ଭୋଟରେ ପାରିତ କରି ଲୋକସଭାକୁ ପୂର୍ଣ୍ଣ ସମର୍ଥନ ଜଣାଇଥିଲା। ଏହି ଦିନ କୌଣସି ଆଇନର ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇ ନାହିଁ। କିନ୍ତୁ ବିଜେଡି ଶିବିରରେ ଝଡ଼ ଆସିଥିଲା। ଏ ଝଡ଼ ଏତେ ଭୟଙ୍କର ଯେ, ଏଥିରେ ଖୋଦ ସଭାପତି ଓ ଚାଣକ୍ୟ ଉଭୟ ଘାଣ୍ଟି ହେଉଛନ୍ତି।  ଖାଲି ସେତିକି ନୁହେଁ ସଭାପତିଙ୍କୁ ଆଙ୍ଗୁଠି ଦେଖାଇ କର୍ମୀ ବି ହୁକୁମାତି କରିବା ଆରମ୍ଭ କରିଦେଇଛନ୍ତି।

ଆଜି ନବୀନ ନିବାସରେ ସିଧା ସଳଖ ‘ଭିକେ ପାଣ୍ଡିଆନ୍‍  ଗୋ ବ୍ୟାକ୍‍’ ସ୍ଲୋଗାନ୍‍ ଦେବା ପରେ ଅନ୍ୟ ଦଳେ କର୍ମୀ ଆସି ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କୁ ନାଲି ଆଖି ଦେଖାଇଛନ୍ତି। ଆଙ୍ଗୁଠି ଦେଖାଇ କହିଛନ୍ତି ‘ସସ୍ମିତ ପାତ୍ରଙ୍କୁ ଦଳରୁ ନିଲମ୍ବନ କରାଯାଉ’। ପୁଣି ସେହି ଗୋଷ୍ଠୀର ଆଉ ଜଣେ କର୍ମୀ ନବୀନଙ୍କୁ ପ୍ରଶ୍ନ କରିଛନ୍ତି, ସସ୍ମିତଙ୍କୁ ଟ୍ୱିଟ୍‍ କରିବାକୁ କିଏ କହିଲା କୁହନ୍ତୁ?

ଏ ପ୍ରଶ୍ନ ଭିତରେ ବିଜେଡିର ଅସଜଡ଼ା, ଭଙ୍ଗା ଘରକଥା ସାମ୍ନାକୁ ଆସିଛି। ଏ ଭଙ୍ଗାଘରକୁ ସଜାଡ଼ିବାକୁ ନବୀନ ଖୋଦ କହିଛନ୍ତି ସଂଖ୍ୟା ଲଘୁ ହେଉଛନ୍ତି ବିଜେଡିର ବଳ। ସବୁବେଳେ ବିଜେଡି ସଂଖ୍ୟାଲଘୁଙ୍କ ବିକାଶ ପାଇଁ ଚିନ୍ତା କରିଛି। ଆଗକୁ ମଧ୍ୟ ତାହା ଜାରି ରହିବ। ଏବେ ଯେଉଁ ପ୍ରସଙ୍ଗ ଉଠିଛି ତାହାକୁ ଦଳ ଉଚିତ ଜବାବ ଦେବ। 

କିନ୍ତୁ ସଂଖ୍ୟା ଲଘୁରେ ଯେ ନବୀନ ନିବାସ ଆସିଥିବା ସାଂସଦ ଓ ତାଙ୍କ କର୍ମୀ ଯାଉଛନ୍ତି ତା ନୁହେଁ। ଯେଉଁ ସାଂସଦଙ୍କ ବିରୁଦ୍ଧରେ ଅଭିଯୋଗ ଆସିଛି ସେ ମଧ୍ୟ ସଂଖ୍ୟା ଲଘୁ। ଅର୍ଥାତ୍‍ ମୁଜିବୁଲ୍ଲା ଖାନ୍‍ ଓରଫ ମୁନା ଭୁଲିଯିବା ଉଚିତ ନୁହେଁ ଯେ, ସେ ମୁସଲମାନ ସମ୍ପ୍ରଦାୟର ହେଲେ, ଯାହାଙ୍କ ବିରୁଦ୍ଧରେ ସେ ଅଭିଯୋଗ କରୁଛନ୍ତି ସେ ହେଉଛନ୍ତି ଖ୍ରୀଷ୍ଟିଆନ୍‍ ସମ୍ପ୍ରଦାୟର ନେତା। ତାଙ୍କ ବାପା ଦିନ ସଂଖ୍ୟାଲଘୁ ଫୋରମର ସଭାପତି ଥିଲେ। ଅର୍ଥାତ୍‍ ନବୀନ ଯଦି କାର୍ଯ୍ୟାନୁଷ୍ଠାନ ନେବେ ତେବେ ତାହା ମୁସଲମାନ ବନାମ ଖ୍ରୀଷ୍ଟିଆନ୍‍ ହେବ।

ଅପରପକ୍ଷେ ଏ ବିବାଦରେ ଘିଅ ଢାଳିଛନ୍ତି ସାଂସଦ ମାନସ ମଙ୍ଗରାଜ। ପରୋକ୍ଷରେ ନବୀନ ନିବାସରେ ଆସିଥିବା ପାଣ୍ଡିଆନ୍‍ ଗୋ ବ୍ୟାକ୍‍ ନାରାର ଜନକ ଭାବେ ଅନଜଣେ ସାଂସଦଙ୍କୁ ସେ ଭିଡ଼ିଛନ୍ତି। ଦେବାଶୀଷ ସାମନ୍ତରାୟଙ୍କୁ ସେ ଅଭିଯୁକ୍ତ କରିଛନ୍ତି। ସେ କହିଛନ୍ତି, ପାଣ୍ଡିଆନ୍‍ ନୁହଁନ୍ତି ଦଳର ଜଣେ ସଭାପତି ଅଛି। ଆଉ ଅଭିଯୋଗ ଦାଖଲ କରିବାକୁ ଉପଯୁକ୍ତ ଫୋରମ ବି ରହିଛି। ଏଣୁ ପାଣ୍ଡିଆନ୍‍ଙ୍କୁ ଏ ଭଉଁରୀ ଭିତରକୁ ଆଣିବା ଠିକ୍‍ ନୁହେଁ। ସେ ୧୦ମାସ ହେଲା ସେ ରାଜନୀତିରୁ ସନ୍ୟାସ ନଇଛନ୍ତି ଏବଂ କୌଣସି ରାଜନୀତିକ କାର୍ଯ୍ୟରେ ସେ ଯୋଗ ଦେଉ ନାହାନ୍ତି।

ସେହିପରି ଅନ୍ୟତମ ରାଜ୍ୟସଭା ସାଂସଦ ଶୁଭାଶୀଷ ଖୁଣ୍ଟିଆ ମଧ୍ୟ ଟେଲିଭିଜନରେ ଏହି ବିଷୟକୁ ସ୍ପଷ୍ଟ କରିଛନ୍ତି। ନିରଞ୍ଜନ ବିଶି ଓ ସୁଲତା ଦେଓ ସମସ୍ତେ ଏ ପ୍ରସଙ୍ଗକୁ ନେଇ ପାଣ୍ଡିଆନ୍‍ଙ୍କୁ ସୁରକ୍ଷା ଦେବାକୁ ଚାହୁଁଛନ୍ତି।

Read More
{}{}