Home >>Odisha Politics

ରାଜ୍ୟ ବଜେଟରେ ବଡ଼ ଘୋଷଣା, ଚାଷୀଙ୍କ ପାଇଁ ଆସିଲା ଏହି ନୂଆ ଯୋଜନା

Odisha budget: କୃଷକଙ୍କ ଆୟ ବୃଦ୍ଧି ପାଇଁ ପଦକ୍ଷେପ ନିଆଯାଉଛି। ପିଏମ କିଷାନ ଯୋଜନାରେ ଚାଷୀଙ୍କ ନାଁରେ ଥିବା ଜମିକୁ ଆଧାର ନ କରି ରାଜ୍ୟର ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରିବାକୁ ପଦକ୍ଷେପ ନିଆଯାଇଛି।

Advertisement
ରାଜ୍ୟ ବଜେଟରେ ବଡ଼ ଘୋଷଣା, ଚାଷୀଙ୍କ ପାଇଁ ଆସିଲା ଏହି ନୂଆ ଯୋଜନା
Zee Odisha Desk|Updated: Jul 25, 2024, 06:15 PM IST
Share

ଭୁବନେଶ୍ଵର: ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝି। ବଜେଟର ପ୍ରଥମ ପର୍ଯ୍ୟାୟରେ ସେ କୃଷି ବଜେଟ ସଂପର୍କରେ ଘୋଷଣା କରିଛନ୍ତି। ମୋଟ ୨ଲକ୍ଷ ୬୫ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ବଜେଟରେ ଚାଷୀମାନଙ୍କ ପାଇଁ ନୂଆ ଯୋଜନା ସିଏମ କିଷାନ ଅଣାଯାଇଛି। ସିଏମ କିଷାନ ଯୋଜନା ପାଇଁ ୧୯୩୫ କୋଟି ବ୍ୟୟବରାଦ କରାଯାଇଛି। 

ସେହିପରି କୃଷି ପାଇଁ ୩୩ ହଜାର କୋଟି। ପୂର୍ବବର୍ଷ ତୁଳନାରେ ଚଳିତ ବର୍ଷ ବଜେଟ ଆକାର ବଢ଼ିଛି। ଗତବର୍ଷ କୃଷି ବଜେଟ ୨୪, ୮୨୯ କୋଟି ଥିବା ବେଳେ ଚଳିତ ବର୍ଷ କୃଷି ବଜେଟ ପରିମାଣ ୩୩, ୯୧୯ କୋଟି ରହିଛି। ଧାନ କୁଇଣ୍ଟାଲ ୩୧ଶହ ଟଙ୍କା ହେବ ବୋଲି ବଜେଟରେ ଘୋଷଣା କରାଯାଇଛି। କୁଇଣ୍ଟାଲ ୩୧ଶହ ଟଙ୍କାରେ ଧାନ କିଣାଯିବ। ଧାର୍ଯ୍ୟ ଏମଏସ୍ପିଠାରୁ ୮ଶହ ଟଙ୍କା ଅଧିକ ଦିଆଯିବ। 

୨୦୨୪-୨୫ରେ ସମୃଦ୍ଧ କୃଷକ ଯୋଜନା ପାଇଁ ୫୦୦୦ କୋଟି ଟଙ୍କା ରଖାଯାଇଛି। କୃଷକଙ୍କ ଆୟ ବୃଦ୍ଧି ପାଇଁ ପଦକ୍ଷେପ ନିଆଯାଉଛି। ପିଏମ କିଷାନ ଯୋଜନାରେ ଚାଷୀଙ୍କ ନାଁରେ ଥିବା ଜମିକୁ ଆଧାର ନ କରି ରାଜ୍ୟର ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରିବାକୁ ପଦକ୍ଷେପ ନିଆଯାଇଛି। ସିଏମ କିଷାନ ଯୋଜନାରେ ଅତିରିକ୍ତ ଟପଅପ୍ ପ୍ରଦାନ କରିଛୁ।

Read More
{}{}