Home >>Odisha Politics

Nihar Ranjan Behera: ଭୁବନେଶ୍ୱର ଉତ୍ତର ବିଧାନସଭା ଆସନ: କଂଗ୍ରେସର ପ୍ରାର୍ଥୀତ୍ୱକୁ ନେଇ ଚର୍ଚ୍ଚା ଜୋର

ଭୁବନେଶ୍ୱର: ଆଗାମୀ ନିର୍ବାଚନରେ ଉତ୍ତର ଭୁବନେଶ୍ୱର ଆସନରୁ ନିହାର ରଞ୍ଜନ ବେହେରା ବିଧାୟକ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଜୋର ଧରିଛି। ନିହାର ଦୀର୍ଘ ଦିନରୁ କଂଗ୍ରେସ ସହିତ ଜଡ଼ିତ ରହିଛନ୍ତି। ରାଜ୍ୟରେ କଂଗ୍ରେସ ସଂକଟପୂର୍ଣ୍ଣ ରହିଥିବା ବେଳେ ନିହାରଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି। ତୃଣମୂଳ ସ୍ତରରେ ଲୋକଙ୍କ ସହିତ ମିଶିବା ତାଙ୍କର ଲୋ

Advertisement
Nihar Ranjan Behera: ଭୁବନେଶ୍ୱର ଉତ୍ତର ବିଧାନସଭା ଆସନ: କଂଗ୍ରେସର ପ୍ରାର୍ଥୀତ୍ୱକୁ ନେଇ ଚର୍ଚ୍ଚା ଜୋର
Zee Odisha Desk|Updated: Feb 26, 2024, 03:29 PM IST
Share

Nihar Ranjan Behera: ଭୁବନେଶ୍ୱର: ଆଗାମୀ ନିର୍ବାଚନରେ ଉତ୍ତର ଭୁବନେଶ୍ୱର ଆସନରୁ ନିହାର ରଞ୍ଜନ ବେହେରା ବିଧାୟକ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଜୋର ଧରିଛି। ନିହାର ଦୀର୍ଘ ଦିନରୁ କଂଗ୍ରେସ ସହିତ ଜଡ଼ିତ ରହିଛନ୍ତି। ରାଜ୍ୟରେ କଂଗ୍ରେସ ସଂକଟପୂର୍ଣ୍ଣ ରହିଥିବା ବେଳେ ନିହାରଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି। ତୃଣମୂଳ ସ୍ତରରେ ଲୋକଙ୍କ ସହିତ ମିଶିବା ତାଙ୍କର ଲୋକପ୍ରିୟତା ବଢିବାର ମୂଳ କାରଣ ହୋଇଛି। ନିହାର କଂଗ୍ରେସ ସହିତ ପ୍ରାୟ ଏକ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ଜଡ଼ିତ ରହିଛନ୍ତି। କେବଳ ଦଳୀୟ କାର୍ଯ୍ୟକ୍ରମ ନୁହେଁ, ତମାମ ରାଜ୍ୟରେ ତୃଣମୂଳ ସ୍ତରରେ ଲୋକଙ୍କ ସମସ୍ୟା ସହିତ ଜଡିତ ରହିବା ସହିତ ତାର ସମାଧାନ କରିବା ପାଇଁ ପ୍ରୟାସ କରି ଆସିଛନ୍ତି ନିହାର। 

ତେବେ ରାଜନୈତିକ କ୍ୟାରିୟର ମଧ୍ୟରେ ନିହାର ୨୦୧୪ ମସିହାରେ ସେ ଏଲୱାଇସିର ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ। ଏହି ପଦରେ ଦୁଇ ବର୍ଷ ରହି କାର୍ଯ୍ୟ କରି ସାରିଛନ୍ତି। ପରେ ସେ ରାଜ୍ୟ ଯୁବ କଂଗ୍ରେସର ସୋସିଆଲ ମିଡ଼ିଆ ଓ ମେଡ଼ିଆ ସ୍କେଲର ଚେୟାରମ୍ୟାନ ଦାୟିତ୍ୱରେ ମଧ୍ୟ ରହିସାରିଛନ୍ତି। ଚଳିତ ବର୍ଷ ତାଙ୍କୁ କଂଗ୍ରେସ ଓଡ଼ିଶା ପ୍ରଦେଶ କଂଗ୍ରେସ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରିଛି। ସେପଟେ ଆଗାମୀ ନିର୍ବାଚନରେ ତାଙ୍କୁ ବିଧାୟକ ଭାବେ ନିର୍ବାଚିତ କରିବା ପାଇଁ ଅଣ୍ଟା ଭିଡ଼ିଛି ଯୁବ କଂଗ୍ରେସ।

ତେବେ ନିହାର ତମାମ ରାଜ୍ୟରେ ତୃଣମୂଳ ସମସ୍ୟା ସହିତ ସର୍ବଦା ଲଢୁଥିବା ଅନେକ ସମୟରେ ଦେଖିବାକୁ ଦେଖିବାକୁ ମିଳିଛି। ମା ଓ ମାଟି ପାଇଁ ସେ ସର୍ବାଦ ଲଢେଇ କରି ଆସିଛନ୍ତି। ସାଧାରଣ ଲୋକଙ୍କ ସ୍ୱର ହେବାକୁ ପ୍ରୟାସ କରିଛନ୍ତି ନିହାର। ସେ ରାଜଧାନୀବାସୀଙ୍କ ସମସ୍ୟା ହେଉ ଅବା ରାଜ୍ୟ କେଉଁ ଏକ ଗାଁର ସମସ୍ୟା ହେଉ। ଲୋକଙ୍କ ସମସ୍ୟାଙ୍କୁ ପ୍ରାଥମିକତା ଦେଇ ସେମାନଙ୍କୁ ସେମାନଙ୍କର ହକ ଦେବାକୁ ସରକାରଙ୍କ ବିରୋଧରେ ସ୍ୱର ଉଠାଇ ଆସିଛନ୍ତି। ରାଜରାସ୍ତାରେ କଂଗ୍ରେସର ଯୁବଗୋଷ୍ଠୀଙ୍କୁ ଏକାଠି କରି ନ୍ୟାୟ ଦେବା ପାଇଁ ସର୍ବଦା ପ୍ରୟାସ କରି ଆସିଛନ୍ତି।

Read More
{}{}