Home >>Odisha Politics

Odisha Assembly: ୧୩ରୁ ବିଧାନସଭା, ୧୭ରେ ବଜେଟ୍‍

ସମୁଦାୟ ୨୮ ଟି କାର୍ଯ୍ୟ ଦିବସ ଏହି ଅଧିବେଶନ ଲାଗି ସ୍ଥିର କରାଯାଇଛି।  ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ବଜେଟ୍‍ ଉପସ୍ଥାପନ କରିବେ।

Advertisement
Odisha Assembly: ୧୩ରୁ ବିଧାନସଭା, ୧୭ରେ ବଜେଟ୍‍
Soubhagya Ranjan Mishra|Updated: Jan 21, 2025, 08:06 PM IST
Share

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ବଜେଟ୍‍ ଅଧିବେଶନ ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ଚାଲିବାକୁ ଥିବା ଅଧିବେଶନ ଏପ୍ରିଲ୍‍ ୫ ତାରିଖରେ ଶେଷ ହେବ ବୋଲି ବିଧାନସଭା ସୂତ୍ରରୁ ଜଣାପଡ଼ିଛି।  ସମୁଦାୟ ୨୮ ଟି କାର୍ଯ୍ୟ ଦିବସ ଏହି ଅଧିବେଶନ ଲାଗି ସ୍ଥିର କରାଯାଇଛି।  ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ବଜେଟ୍‍ ଉପସ୍ଥାପନ କରିବେ।

କେନ୍ଦ୍ର ସରକାରଙ୍କ ବଜେଟ୍‍ ଉପସ୍ଥାପନ ହେବା ପରେ ସାଧାରଣତଃ  ରାଜ୍ୟ ସରକାର ବଜେଟ୍‍ ଉପସ୍ଥାପନ କରିଥାଆନ୍ତି। ପରମ୍ପରା ଅନୁସାରେ ଆରମ୍ଭ ଦିନ ରାଜ୍ୟପାଳ ଗୃହକୁ ସମ୍ବୋଧିତ କରିଥାଆନ୍ତି। ଏହାପରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ ହୋଇଥାଏ। ଏହାପରେ ଉପସ୍ଥାପନ ହୁଏ ସମ୍ପୃକ୍ତ ବର୍ଷର ବଜେଟ୍‍।

ଏହିକ୍ରମରେ ବିଧାନସଭା କାର୍ଯ୍ୟସୂଚୀ ଅନୁସାରେ ୧୩ ତାରିଖ ଦିନ ରାଜ୍ୟପାଳଙ୍କ ଅଭିଭାଷଣ ପରେ ୧୪ ଏବବଂ ୧୫ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଲୋଚନା ହେବ।  ୧୬ ତାରିଖ ଦିନ ଗୃହ ବସିବ ନାହିଁ। ୧୭ ତାରିଖରେ ବଜେଟ୍‍ ଉପସ୍ଥାପନ ହେବ। ଏହାପରେ ୨୦ ତାରିଖ ଦିନଠଶରୁ ବଜେଟ ପରିପ୍ରେକ୍ଷୀରେ ଆଲୋଚନା ହେବ।

ଫେବୃୟାରୀ ୨୨ରୁ ମାର୍ଚ୍ଚ୬ ତାରିଖ ଯାଏ ଅଧିବେଶନ ମୁଲତବୀ ରହିବ। ଏହା ପରେ ପୁଣିଥରେ ବଜେଟ୍‍ ଆଲୋଚନା ହେବ। ଏହି ଅଧିବେଶନ ସମ୍ରରେ ସରକାରୀ ଛୁଟିଦିନ ଏବଂ ଶନିବାର ଓ ରବିବାର ଦିନ ଅଧିବେଶନ ବସିବ ନାହିଁ।

Also Read- RIP: ଓଡ଼ିଶା ଯାତ୍ରା ଜଗତରେ ଶୋକର କଳାବାଦଲ, ହୃଦଘାତରେ ଆଖି ବୁଜିଲେ...

Also Read- Saif ali Khan: ସୁସ୍ଥ ହୋଇ ହସ୍ପିଟାଲରୁ ଫେରିଲେ ସୈଫ ଅଲୀ ଖାନ

Read More
{}{}