Home >>Odisha Politics

ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ରାହୁଲ ଗାନ୍ଧୀ ଠେଲି ଦେବାକୁ ନେଇ ରାଜଧାନୀରେ ଗର୍ଜିଲା ବିଜେପି ଯୁବ ମୋର୍ଚ୍ଚା

Odisha BJP youth wing protest: କହିରଖୁଛୁ ଯେ ବାବା ସାହେବ ଆମ୍ବେଦକରଙ୍କ ଅପମାନ ସହ ଜଡିତ ପ୍ରସଙ୍ଗରେ ବିରୋଧୀ ଦଳର ସଦସ୍ୟ ତଥା ଶାସକ ଦଳ ସଂସଦ ଗୃହ ପରିସରରେ ପ୍ରଦର୍ଶନ କରିଥିଲେ। ଏହି ସମୟରେ ଦୁଇ ଦଳ ମଧ୍ୟରେ ଝଗଡା ହୋଇଥିଲା। ଯେଉଁଥିରେ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗି ଏବଂ ମୁକେଶ ରାଜପୁତ ଆହତ ହୋଇଥିଲେ। ଉଭୟଙ୍କୁ ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

Advertisement
Odisha BJP youth wing protest
Odisha BJP youth wing protest
Jagdish Barik|Updated: Dec 19, 2024, 08:20 PM IST
Share

Odisha BJP youth wing protest: ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ରାହୁଲ ଗାନ୍ଧୀ ଠେଲି ଦେବା ପ୍ରସଙ୍ଗକୁ ନେଇ ଭାରତୀୟ ଜନତା ପାର୍ଟିର ଯୁବ ମୋର୍ଚ୍ଚା ଗୁରୁବାର ଦିନ ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ ଛକରେ ବିକ୍ଷୋଭ କରିଛି। ଏହା ସମେତ ଏମାନେ ରାହୁଲ ଗାନ୍ଧୀଙ୍କୁ କ୍ଷମା ମାଗିବାକୁ ଦାବି କରିଛନ୍ତି। ବିକ୍ଷୋଭ ସମୟରେ ରାହୁଲ ଗାନ୍ଧିଙ୍କ କୁଶପୁତ୍ତଳିକା ପୋଡ଼ିଥିଲେ। ସୂଚନା ଅନୁଯାୟୀ ରାଜ୍ୟ ବିଜେଡି ସଭାପତି ଅଭିଲାଶ ପଣ୍ଡାଙ୍କ ନେତୃତ୍ୱରେ ଶତାଧିକ ବିକ୍ଷୋଭକାରୀ କଂଗ୍ରେସ ନେତାଙ୍କୁ କ୍ଷମା ମାଗିବାକୁ ଦାବି କରିଥିଲେ। ମାଷ୍ଟର କ୍ୟାଣ୍ଟିନ ଛକରେ ଏହି ବିକ୍ଷୋଭ ଦେଖିବା ମିଳିଛି।

ସମାନ କ୍ରମେ ବାଲାଶ୍ୱରରେ ବିଜେପି କର୍ମୀମାନେ ରାହୁଲ ଗାନ୍ଧୀଙ୍କ କ୍ଷମା ପ୍ରାର୍ଥନା ଦାବିରେ ପ୍ରଦର୍ଶନ କରିଥିଲେ। ସଂସଦରେ ରାହୁଲ ଗାନ୍ଧୀ ଜଣେ ବରିଷ୍ଠ ସାଂସଦଙ୍କୁ ଠେଲି ଦେବାକୁ ନେଇ ଏହା ଭାରତରେ ଗଣତନ୍ତ୍ର ପାଇଁ ଏହା ନିଶ୍ଚିତ ଭାବେ ଏକ କଳା ଦିନ ବୋଲି ବିଜେପି ନେତା କହିଛନ୍ତି। 

ଅନ୍ୟପଟେ ଏକ ପୃଥକ ରାଲିରେ କଂଗ୍ରେସର ଅନୁସୂଚିତ ଜାତି (ଏସସି) ୱିଙ୍ଗ ଉକ୍ତ ସ୍ଥାନରେ ଆନ୍ଦୋଳନ କରି ଗୃହମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦାବି କରିଛନ୍ତି। ବିକ୍ଷୋଭକାରୀମାନେ କେନ୍ଦ୍ର ମନ୍ତ୍ରୀଙ୍କୁ ଭାରତୀୟ ସମ୍ବିଧାନର ୭୫ ତମ ବାର୍ଷିକୀକୁ ସ୍ମରଣୀୟ ଏକ ବିତର୍କ ସମୟରେ ଡକ୍ଟର ବି.ଆର୍. ଆମ୍ବେଦକରଙ୍କ ବିଷୟରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ କରିଛନ୍ତି। କଂଗ୍ରେସର ବିକ୍ଷୋଭକାରୀମାନେ କ୍ଷମା ମାଗିବା ସହ ଗୃହମନ୍ତ୍ରୀ ଶାହାଙ୍କୁ ତାଙ୍କୁ କ୍ୟାବିନେଟ ପଦରୁ ହଟାଇବାକୁ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ସଂସଦ ଗୃହରେ ଶାସକ ଦଳ ଏବଂ ବିରୋଧୀଙ୍କ ମଧ୍ୟରେ ପ୍ରଦର୍ଶନ ସମୟରେ ଆହତ ହୋଇଥିବା ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ଏବଂ ମୁକେଶ ରାଜପୁତଙ୍କ ସହ ଫୋନରେ କଥା ହୋଇଥିଲେ। ସୂତ୍ରରୁ ପ୍ରକାଶ ଯେ ପ୍ରଧାନମନ୍ତ୍ରୀ ମୋଦୀ ଉଭୟ ସାଂସଦଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଥିଲେ। 

କହିରଖୁଛୁ ଯେ ବାବା ସାହେବ ଆମ୍ବେଦକରଙ୍କ ଅପମାନ ସହ ଜଡିତ ପ୍ରସଙ୍ଗରେ ବିରୋଧୀ ଦଳର ସଦସ୍ୟ ତଥା ଶାସକ ଦଳ ସଂସଦ ଗୃହ ପରିସରରେ ପ୍ରଦର୍ଶନ କରିଥିଲେ। ଏହି ସମୟରେ ଦୁଇ ଦଳ ମଧ୍ୟରେ ଝଗଡା ହୋଇଥିଲା ଯେଉଁଥିରେ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗି ଏବଂ ମୁକେଶ ରାଜପୁତ ଆହତ ହୋଇଥିଲେ। ଉଭୟଙ୍କୁ ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

Read More
{}{}