Hindi News >>Home >>Odisha Politics

Odisha Election 2024: ଆଜି ରାଜ୍ୟରେ ପ୍ରଥମ ଭୋଟ୍‍; ୨୮୦ ପ୍ରାର୍ଥୀ, ୬୨ଲକ୍ଷ ୮୭ ହଜାର ଭୋଟର, ୫୩ ହଜାର ପୁଲିଂ କର୍ମଚାରୀ

ନିର୍ବାଚନ ଅଧିକାରୀଙ୍କ ତଥ୍ୟ ଅନୁସାରେ ସମଦୁଦାୟ ମତଦାନ କେନ୍ଦ୍ର ମଧ୍ୟରୁ ୭୪୮ଟି ସହରାଞ୍ଚଳରେ ରହିଛି। ୬୬୨ଟି ଆଦର୍ଶ ବୁଥ କରାଯାଇଛି। ୫୩ ହଜାର ପୁଲିଂ କର୍ମଚାରୀ ଏହି ମତଦାନକୁ ଶୃଙ୍ଖଳିତ କରିବା ପାଇଁ ନିୟୋଜିତ ହୋଇଛନ୍ତି।

Advertisement
Odisha Election 2024: ଆଜି ରାଜ୍ୟରେ ପ୍ରଥମ ଭୋଟ୍‍; ୨୮୦ ପ୍ରାର୍ଥୀ, ୬୨ଲକ୍ଷ ୮୭ ହଜାର ଭୋଟର, ୫୩ ହଜାର ପୁଲିଂ କର୍ମଚାରୀ
Prabhudatta Moharana|Updated: May 13, 2024, 06:55 AM IST
Share

Odisha Election 2024: ଭୁବନେଶ୍ୱର: ଦେଶରେ ଆଜି ଚତୁର୍ଥ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି।  ଏଥିରେ ଦେଶର ୯୬ଟି ଲୋକସଭା ଆସନ ଲାଗି ଭୋଟ୍‍ ଗ୍ରହଣ କରାଯାଉଛି। ପ୍ରଥମଥର ଲାଗି ଓଡ଼ିଶା ଏହି ପର୍ଯ୍ୟାୟରେ ଭୋଟ୍‍ ଦେବ। ଏଥିଲାଗି ରାଜ୍ୟର ୪ଟି ଲୋକସଭା ଆସନ ଚିହ୍ନିତ ହୋଇଛି। ଏହାଛଡ଼ା ରାଜ୍ୟରେ ବିଧାନସଭା ଗଠନ ଲାଗି ମଧ୍ୟ  ସମାନ ସମୟରେ ଭୋଟ୍‍ ଗ୍ରହଣ କରାଯିବ। ଅର୍ଥାତ୍‍  ରାଜ୍ୟର ପ୍ରଥମ ପର୍ଯ୍ୟାୟ ଭୋଟ ଲାଗି ଭୋଟର, ନେତା ଓ ପ୍ରଶାସନ ପ୍ରସ୍ତୁତ ରହିଛି। 

ଏହି ପର୍ଯ୍ୟାୟରେ ରାଜ୍ୟର ୪ ଲୋକସଭା ମଣ୍ଡଳୀ ଅନ୍ତର୍ଗତ ୨୮ ବିଧାନସଭା ଆସନ ଲାଗି ଭୋଟଗ୍ରହଣ କରାଯିବ।  ସକାଳ ୭ଟାରୁ ମତଦାନ ଆରମ୍ଭ ହେବ। ଏହି ସମୟରେ ସମୁଦାୟ ୬୨ ଲକ୍ଷ ୮୭ ହଜାର ଭୋଟର ଭୋଟ୍‍ ଦେବାକୁ ଯୋଗ୍ୟ ହୋଇଛନ୍ତି। ପ୍ରଶାସନ ପକ୍ଷରୁ ୭୨୮୯ଟି ମମତଦାନ କେନ୍ଦ୍ର ଏବଂ ୧୪ଟି ଅତିରିକ୍ତ ମତଦାନ କେନ୍ଦ୍ର ଖୋଲାଯାଇଛି। 

ଏହି ପର୍ଯ୍ୟାୟରେ ସମୁଦାୟ ୨୮୦ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ୩୭ଜଣ ପ୍ରାର୍ଥୀ ୪ ଲୋକସଭା ଆସନ ପାଇଁ ଲଢ଼ୁଥିବା ବେଳେ ୨୪୩ଜଣ  ପ୍ରାର୍ଥୀ ୨୮ ବିଧାନସଭା ଆସନ ଲାଗି ନିର୍ବାଚନ ଲଢ଼ୁଛନ୍ତି। ନବରଙ୍ଗପୁର ଲୋକସଭା ମଣ୍ଡଳୀ ଲାଗି ସବୁଠାରୁ କମ୍‍ ୪ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଥିବା ବେଳେ ଅନ୍ୟ ତିନୋଟି ଲୋକସଭା ମଣ୍ଡଳୀରେ ୧୧ ଜଣ ଲେଖାଏଁ ନାମାଙ୍କନ ଦାଖଲ କରିଥିବା ପ୍ରାର୍ଥୀଙ୍କୁ  ନିର୍ବାଚନ ଲଢ଼ିବାକୁ ଯୋଗ୍ୟ ବୋଲି ଗ୍ରହଣ କରିଛନ୍ତି ନିର୍ବାଚନ ଆୟୋଗ। ସମୁଦାୟ ଲୋକସଭା ପ୍ରାର୍ଥୀଙ୍କ ଭିତରୁ ୭ଜଣ ମହିଳା ପ୍ରାର୍ଥୀ ରହିଛନ୍ତି। 

ବିଧାନସଭା ଆସନରେ ପ୍ରାର୍ଥୀଙ୍କ ପ୍ରତିଦ୍ୱନ୍ଦ୍ୱିତାକୁ ଦେଖିଲେ, ଝରିଗାଁ, ନବରଙ୍ଗପୁର, ଡାବୁଗାଁରେ ସର୍ବନିମ୍ନ  ତିନିଜଣ ଲେଖାଏଁ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ବ୍ରହ୍ମପୁର ବିଧାନସଭା ଆସନରେ ସର୍ବାଧିକ ୧୭ଜଣ ପ୍ରାର୍ଥୀ ରହିଛନ୍ତି। ସମୁଦାୟ ମହିଳା ପ୍ରାର୍ଥୀଙ୍କ ସଂଖ୍ୟା ହେଉଛି ୨୯। 

ଯେଉଁ ୪ଟି ଲୋକସଭା ମଣ୍ଡଳୀ ଲାଗି ଭୋଟ୍‍ ଗ୍ରହଣ କରାଯିବ ସେଗୁଡ଼ିକ ହେଲା କୋରାପୁଟ, କଳାହାଣ୍ଡି, ବ୍ରହ୍ମପୁର ଏବଂ ନବରଙ୍ଗପୁର। ଏହି ୪ ଲୋକସଭା ମଣ୍ଡଳୀ ଭିତରେ ଆସୁଥିବା ୨୮ ବିଧାନସଭା ମଣ୍ଡଳୀ ହେଉଛି: କୋରାପୁଟ, ପଟ୍ଟାଙ୍ଗୀ, ଜୟପୁର, ଲକ୍ଷ୍ମୀପୁର, ରାୟଗଡ଼, ବିଷମ କଟକ, ଡାବୁଗାଁ, ଗୁଣୁପୁର, ନବରଙ୍ଗପୁର, ଉମରକୋଟ, ଝରିଗାଁ, ମାଲକାନଗିରି, ଚିତ୍ରକୋଣ୍ଡା, କୋଟପାଡ଼, ଭବାନୀପାଟଣା, ଧର୍ମଗଡ଼, ଜୁନାଗଡ଼, ନର୍ଲା, ଲାଞ୍ଜିଗଡ଼, ନୂଆପଡ଼ା, ଖରିଆର, ବ୍ରହ୍ମପୁର, ଛତ୍ରପୁର, ଗୋପାଳପୁର, ଦିଗପହଣ୍ଡି, ଚିକିଟି, ପାରଳା ଖେମୁଣ୍ଡି ଏବଂ ମୋହନା। 

ଏଠାରେ ମୋଟ୍‍ ଭୋଟରଙ୍କ ଭିତରୁ ୩୦ ଲକ୍ଷ ୯୭ହଜାର, ୫୨୭ଜଣ ହେଉଛନ୍ତି ପୁରୁଷ ଭୋଟର। ମହିଳା ଭୋଟରଙ୍କ ସଂଖ୍ୟା, ୩୧ ଲକ୍ଷ ୮୯ ହଜାର ୬୦ ହୋଇଥିବା ବେଳେ ୬୩୫ଜଣ ହେଉଛନ୍ତି ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି। ଅର୍ଥାତ୍‍ ପୁରୁଷଙ୍କ ଅପେକ୍ଷା ମହିଳା ଭୋଟରଙ୍କ ମତ ଏଠି ଅଧିକ ଗୁରୁତ୍ୱପୂର୍ଣ୍ଣ। ନିର୍ବାଚନ ଅଧିକାରୀଙ୍କ ତଥ୍ୟ ଅନୁସାରେ ସମଦୁଦାୟ ମତଦାନ କେନ୍ଦ୍ର ମଧ୍ୟରୁ ୭୪୮ଟି ସହରାଞ୍ଚଳରେ ରହିଛି। ୬୬୨ଟି ଆଦର୍ଶ ବୁଥ କରାଯାଇଛି। ୫୩ ହଜାର ପୁଲିଂ କର୍ମଚାରୀ ଏହି ମତଦାନକୁ ଶୃଙ୍ଖଳିତ କରିବା ପାଇଁ ନିୟୋଜିତ ହୋଇଛନ୍ତି। ୧୦୦ରୁ ଅଧିକ ସଶସ୍ତ୍ରବଳଙ୍କୁ ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ନିୟୋଜଚିତ କରାଯାଇଛି। ୨୩ ଜଣ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି।

Read More
{}{}