Hindi News >>Home >>Odisha Politics

Manmath Routray On Aparajita Sarangi: ଅପରାଜିତାଙ୍କୁ ମନ୍ମଥଙ୍କ ଜବାବ, କହିଲେ ଏକାମ୍ର ଏବଂ ଶ୍ରୀମନ୍ଦିର ପ୍ରକଳ୍ପକୁ ଅଟକାଇବା ପାଇଁ ଷଡ଼ଯନ୍ତ୍ର କରିଥିଲେ ଅପରାଜିତା

Manmath Routray On Aparajita Sarangi: ଗତ ୫ ବର୍ଷରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ କଣ କରିଛନ୍ତି ବୋଲି ବି ଜବାବ ମାଗିଛନ୍ତି ମନ୍ମଥ । ଅପରାଜିତାଙ୍କ ଭଳି ବିକାଶ ବିରୋଧୀ ରାଜନେତା କେବଳ ହାଇଭୋଲଟେଜ ଡ୍ରାମା କରି ଫଟୋ ଉଠାଇବା ଛାଡିଦେଲେ ଆଉ କିଛି ବି କରିନାହାନ୍ତି। ମନ୍ମଥ କହିଛନ୍ତି, ବିକାଶର ସଂସ୍କୃତିକୁ ଛାଡି ଅପରାଧିକ ସଂସ୍କୃତିକୁ ଆପଣାଇବାରେ ଅପରାଜିତା ମାହିର ଅଛନ୍ତି।

Advertisement
Manmath Routray On Aparajita Sarangi
Manmath Routray On Aparajita Sarangi
Zee Odisha Desk|Updated: May 01, 2024, 03:57 PM IST
Share

ଭୁବନେଶ୍ବର: ବିଜେପିର ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଉପରେ ପ୍ରବଳ ବର୍ଷିଲେ ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ। ଏକାମ୍ର ପ୍ରକଳ୍ପ କାର୍ଯ୍ୟ ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଟକାଇବାକୁ ଷଡଯନ୍ତ୍ର କରିବା ପଛର ପ୍ରମୁଖ ଅପରାଜିତା ବୋଲି ସେ କହିଛନ୍ତି। 

ଗତ ୫ ବର୍ଷରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ କଣ କରିଛନ୍ତି ବୋଲି ବି ଜବାବ ମାଗିଛନ୍ତି ମନ୍ମଥ । ଅପରାଜିତାଙ୍କ ଭଳି ବିକାଶ ବିରୋଧୀ ରାଜନେତା କେବଳ ହାଇଭୋଲଟେଜ ଡ୍ରାମା କରି ଫଟୋ ଉଠାଇବା ଛାଡିଦେଲେ ଆଉ କିଛି ବି କରିନାହାନ୍ତି। ମନ୍ମଥ କହିଛନ୍ତି, ବିକାଶର ସଂସ୍କୃତିକୁ ଛାଡି ଅପରାଧିକ ସଂସ୍କୃତିକୁ ଆପଣାଇବାରେ ଅପରାଜିତା ମାହିର ଅଛନ୍ତି। ଯେଉଁ ପ୍ରଶାନ୍ତ ଜଗଦ୍ଦେବ ମାତାଲ ଅବସ୍ଥାରେ ବିଜେପି କର୍ମୀଙ୍କ ଉପରେ ଗାଡି ଚଢାଇଥିଲା, ଦଳୀୟ ନେତାଙ୍କୁ ପିଟିଥିଲା, ସେହିଭଳି ଅପରାଧିକ ବ୍ୟକ୍ତିକୁ ଆଣି ଦଳରେ ମିଶାଇ, ମୁଣ୍ଡରେ ବସାଇ ଟିକେଟ ଦେଇଛନ୍ତି । ଏହା ହେଉଛି ଅପରାଜିତା ଷଡଙ୍ଗୀଙ୍କ ବିକାଶର ମଡେଲ। ଭୁବନେଶ୍ୱର ଲୋକ ତାଙ୍କୁ କ୍ୟାମେରାରେ ପାଆନ୍ତି, କିନ୍ତୁ ନିଜ ସୁବିଧା ଅସୁବିଧାରେ ନୁହେଁ। ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ବୁଲିଲା ବେଳେ ସାଧାରଣ ଜନତାଙ୍କ ମୁହଁରେ ନିଖୋଜ ସାଂସଦଙ୍କ ପ୍ରତି ଥିବା କ୍ରୋଧ ବେଶ୍ ଅନୁଭବ କରିହେଉଛି ବୋଲି ମନ୍ମଥ କହିଛନ୍ତି। 

ଆଜି ପୂର୍ବାହ୍ଣରେ ଅପରାଜିତା ଏକ ସାମ୍ବାଦିକ ସମ୍ମିଳନୀରେ ୬ଟି ବିନ୍ଦୁକୁ ନେଇ ସରକାରଙ୍କୁ ଘେରିଥିଲେ। ଏଗୁଡ଼ିକ ହେଲା, ନିଷ୍କ୍ରିୟ ସରକାର, ବେକାରୀ ସମସ୍ୟା ଓଦାରିଦ୍ର୍ୟ, ଭ୍ରଷ୍ଟାଚାର ଓ ଦୁର୍ନୀତି, ନିମ୍ନମାନର ସେବା, ଓଡ଼ିଆ ଅସ୍ମିତା ଓ ଅଣ ଓଡ଼ିଆ ଆଧିପତ୍ୟ,  ଏବଂ ନିର୍ବାଚନ ପୂର୍ବରୁ ‘ଅନ୍ଧାରୀ ବିଜେ’। ଏପରିକି ଏକାମ୍ର ପ୍ରକଳ୍ପରେ ସେ କୌଣସି ସ୍ଥାନରେ ପଦଟିଏ ବି କହି ନାହାନ୍ତି। ବିଜୁ ଜନତା ଦଳ ପକ୍ଷରୁ ଏକ ମିଛ ଓ ଜାଲି ବିବୃତ୍ତି ସ୍ଥିର କରାଯାଉଛି ବୋଲି ସେ କହିଥିଲେ।

Read More
{}{}