Home >>Odisha Politics

Arun Govil: ଆଜି ଓଡ଼ିଶା ଆସୁଛନ୍ତି ରାମାୟଣର 'ରାମ', ଜାଣନ୍ତୁ କ'ଣ ରହିଛି କାର୍ଯ୍ୟକ୍ରମ?


Arun Govil: ବିଜେପି ନେତା ତଥା ରାମ ଅରୁଣ ଗୋଭିଲ ଓଡି଼ଶା ଗସ୍ତରେ ଆସୁଛନ୍ତି।  ଜାଣନ୍ତୁ କ'ଣ ରହିଛି କାର୍ଯ୍ୟକ୍ରମ । ପଢନ୍ତୁ ପୂରା ରିପୋର୍ଟ...

Advertisement
Arun Govil: ଆଜି ଓଡ଼ିଶା ଆସୁଛନ୍ତି ରାମାୟଣର 'ରାମ', ଜାଣନ୍ତୁ କ'ଣ ରହିଛି କାର୍ଯ୍ୟକ୍ରମ?
Narmada Behera|Updated: May 22, 2024, 10:11 AM IST
Share

Arun Govil: ବିଜେପି ନେତା ତଥା ରାମ ଅରୁଣ ଗୋଭିଲ ଓଡି଼ଶା ଗସ୍ତରେ ଆସୁଛନ୍ତି।  ସେ ୪ଟି ନିର୍ବାଚନୀ ସଭାରେ ଯୋଗ ଦେଇ ଲୋକସଭା ,ବିଧାନସଭା ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିବେ।  ଚମ୍ପୁଆ, ତେଲକୋଇ, ଢେଙ୍କାନାଳ ଓ ବାଲିପାଟଣାରେ ସଭା କରିବେ ଅରୁଣ ଗୋଭିଲ୍। ସେହିପରି ଆସନ୍ତା ୨୩ରେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା ପୁଣିଥରେ ଓଡି଼ଶା ଆସିବାର କାର୍ଯ୍ୟକ୍ରମ ରହିଛି। ସେ କରଞ୍ଜିଆ, ଧାମନଗର, ବଡଚଣା ଓ ବାଲିକୁଦାରେ ନିର୍ବାଚନୀ ସଭା କରିବେ। ଏହାସହ ସେହିଦିନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓଡିଶା ଆସିବେ।  ଓଡ଼ିଶାରେ ବିଜେପିର ପ୍ରଚାର ମଙ୍ଗ ଧରିବେ ଯୋଗୀ ଆଦିତ୍ୟନାଥ । ଦିନିକିଆ ଗସ୍ତରେ ଆସି ଚିଲିକା ଓ ସାଲେପୁର କୁଳିଆରେ ନିର୍ବାଚନୀ ସଭା କରିବେ ୟୁପିର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏନେଇ ଚଳଚଞ୍ଚଳ ହୋଇପଡ଼ିଛି ବିଜିପି ଶିବିର। 

Also Read: Odisha Election 2024: ଆଜି ଉତ୍ତର ଭୁବନେଶ୍ବରରେ ନବୀନଙ୍କ ରୋଡ ଶୋ' ,ବନ୍ଦ ରହିବ ଏହି ସବୁ ରୁଟ୍

Also Read: Road Accident: ଅଟୋ କୁ ଧକ୍କା ଦେଲା ଟ୍ରକ୍, ଘଟଣାସ୍ଥଳରେ ୪ ମୃତ ,୭ ଆହତ

ସେପଟେ ଆଜି,  ଭୋଟରଙ୍କ ମନ କିଣିବା ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବିଜେଡି଼ ସୁପ୍ରିମୋ ନବୀନ ପଟ୍ଟନାୟକ । ଏକାମ୍ର ପରେ ଏବେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଫୋକସରେ ରହିଛି  ଉତ୍ତର ଭୁବନେଶ୍ବର।  ଆଜି ସଂନ୍ଧ୍ୟାରେ  ଏହି ନିର୍ବାଚନ ମଣ୍ତଳୀର ଗଡ଼ିବ ନବୀନଙ୍କ ହାଇଟେକ୍ ବସ୍।  ରେଣ୍ଟାଲ କଲୋନୀ ଠାରୁ  ପଟିଆ ଛକ ଯାଏଁ  ଚାଲିବ ପାଓ୍ବାର ଶୋ'। ୮ଟି ଛକରେ ଅଟକିବେ ନବୀନ୍। ଜନସମାବେଶକୁ ସମ୍ବୋଧିତ କରି ଯୋଡି଼ ଶଙ୍ଖରେ ଭୋଟ୍ ଦେବା ପାଇଁ ଅପିଲ୍ କରିବେ ନବୀନ।  ୬ଟାରେ ରେଣ୍ଟାଲ୍ କଲୋନୀ  ମଫେଡ୍ ଛକ ଠାରୁ ଆରମ୍ଭ ହେବ  ଏହି ହାଇହୋଲଟେଜ୍ ସୋ।  ସେଠାରୁ ନବୀନଙ୍କୁ ଭବ୍ୟ ସ୍ବାଗତ ଜଣାଇବେ ହଜାର ହଜାର କର୍ମୀ ।  

ସେଠାରୁ ରୋଡ଼ ଶୋ ସାଲିଆ ସାହି ପର୍ଯ୍ୟନ୍ତ ଯିବ।  ସାଲିଆ ସାହି ପେଟ୍ରୋଲ୍ ପମ୍ପ ଛକରେ ଅଟକିବ।  ପରେ ମେ ଫେୟାର ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତୀ ପାଖରେ ଉପସ୍ଥିତ କର୍ମୀ  ଓ ସମର୍ଥକଙ୍କ ଉଦ୍ଦେଶ୍ୟରେ  ଉଦବୋଧନ ଦେବେ। ମେ ଫେୟାର ହୋଟେଲ୍ ଦେଇ ଜୟଦେବ ବିହାର- ନନ୍ଦନ କାନନ ରାସ୍ତାରେ ଗାଡି଼ ଆଗକୁ ବଢିବ। ଜାଭିୟର ଛକ, ବିଡିଏ ସାଇ ମନ୍ଦିର, ଚନ୍ଦ୍ରଶେଖରପୁର ପେଟ୍ରୋଲ୍ ପମ୍ପ,  ଓ ଡମାଣା ମାକ୍ସ ନିକଟରେ ଅଟକିବ ହାଇଟେକ୍ ବସ୍। ସଂନ୍ଧ୍ୟା ୮ଟା ସୁଦ୍ଧା ନବୀନଙ୍କ ରୋଡ଼ ଶୋ ସରିବ। ଏଥିପାଇଁ ବିଧାୟକ ପ୍ରାର୍ଥୀ ସୁଶାନ୍ତ ରାଉତ୍ ଦମ୍ ଦେଖାଇବାକୁ ଜୋର୍ ଦେଇଛନ୍ତି। ସେପଟେ ମୁଖ୍ୟମନ୍ତ୍ରୀଙ୍କ ରୋଡ ଶୋ ପାଇଁ କମିଶନରେଟ୍ ପୋଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। 

Read More
{}{}