Odisha Election 2024 (ଭୁବନେଶ୍ୱର) : ଲୋକସଭା ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ବିଜେଡି ଇସ୍ତାହାର କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛି। ସେ ଏବେ ରାଜ୍ୟ ଉପ ସଭାପତି ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି। ବିଜୁ ଜନତା ଦଳ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ଇସ୍ତାହାରରେ ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଏହି ସୂଚନା ଦେଇଛନ୍ତି।
ALSO READ: ବିଜେପି ଛାଡ଼ିଲେ ଭୃଗୁ ବକ୍ସିପାତ୍ର
ସୂଚନା ଅନୁସାରେ ୨୦୧୯ ମସିହାରେ ବିଜେଡିରେ ଯୋଗ ଦେଇ ସାଂସଦ ଭାବେ ନିର୍ବାଚିତ ହୋଇଥିବା ଚନ୍ଦ୍ର ଶେଖରଙ୍କୁ ଦଳ ଏଥର ପ୍ରାର୍ଥୀ ପଦ ନ ଦେଇପାରେ। ଅନ୍ୟପକ୍ଷରେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ଚନ୍ଦ୍ରଶେଖରଙ୍କ ବିରୁଦ୍ଧରେ ୨୦୧୯ ନିର୍ବାଚନ ଲଢ଼ିଥିବା ଭ୍ରୁଗୁ ବକ୍ସିପାତ୍ର ଆଜି ଦଳ ଛାଡ଼ିଥିବାରୁ ସେ ବିଜେଡିରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଛି। ଦଳରେ ସାମିଲ୍ ହେବା ପରେ ଦଳ ତାଙ୍କୁ ବ୍ରହ୍ମପୁର ଆସନ ଲାଗି ପ୍ରାର୍ଥୀ କରିପାରେ। ସେ ବିଜେପିର ପ୍ରାର୍ଥୀ ତଥା ବିଜେଡିଛାଡ଼ି ବିଜେପିରେ ଯୋଗ ଦେଇଥିବା ବିଧାୟକ ପୟ୍ରଦୀପ ପାଣିଗ୍ରାହୀଙ୍କ ସହ ନିର୍ବାଚନ ଲଢ଼ିବେ