Hindi News >>Home >>Odisha Politics

Odisha Election 2024: ବିଜେପିରେ ଗୋଷ୍ଠୀ କନ୍ଦଳ; ସତ୍ଯବାଦୀ ଆସନର ପ୍ରାର୍ଥୀଙ୍କୁ ବିରୋଧ କରି...

Odisha Election 2024: ନିର୍ବାଚନ ଯେତିକି ପାଖେଇ ଆସୁଛି ବିଜେପିର ଗୋଷ୍ଠୀ କନ୍ଦଳ ସେତିକି ଜଳଜଳ ଦେଖା ଯାଉଛି। ପୁରୀ ସତ୍ଯବାଦୀ ବିଧାନସଭା ଆସନର ବିଜେପି ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ରଙ୍କ ପ୍ରାର୍ଥୀତ୍ୱକୁ ବିରୋଧୀ କରି ଦଳ ମଧ୍ୟରେ ଅସନ୍ତୋଷ ତୀବ୍ର ରୂପ ନେଇଛି। ଗୋଷ୍ଠୀ କନ୍ଦଳ ଏତେ ମାତ୍ରାରେ ବଢିଯାଇଛି ଯେ ବହୁ ପୁରୁଖା ନେତା ଓ କର୍ମୀ ଦଳ ଛାଡିବାକୁ ଅଣ୍ଟା ଭିଡିଛନ୍ତି।

Advertisement
ସୌଜନ୍ୟ-ସୋସିଆଲ୍ ମିଡିଆ
ସୌଜନ୍ୟ-ସୋସିଆଲ୍ ମିଡିଆ
Zee Odisha Desk|Updated: Apr 09, 2024, 11:51 AM IST
Share

Odisha Election 2024: ନିର୍ବାଚନ ଯେତିକି ପାଖେଇ ଆସୁଛି ବିଜେପିର ଗୋଷ୍ଠୀ କନ୍ଦଳ ସେତିକି ଜଳଜଳ ଦେଖା ଯାଉଛି। ପୁରୀ ସତ୍ଯବାଦୀ ବିଧାନସଭା ଆସନର ବିଜେପି ପ୍ରାର୍ଥି ଓମ୍ ପ୍ରକାଶ ମିଶ୍ରଙ୍କ ପ୍ରାର୍ଥୀତ୍ୱକୁ ବିରୋଧୀ କରି ଦଳ ମଧ୍ୟରେ ଅସନ୍ତୋଷ ତୀବ୍ର ରୂପ ନେଇଛି। ଗୋଷ୍ଠୀ କନ୍ଦଳ ଏତେ ମାତ୍ରାରେ ବଢିଯାଇଛି ଯେ ବହୁ ପୁରୁଖା ନେତା ଓ କର୍ମୀ ଦଳ ଛାଡିବାକୁ ଅଣ୍ଟା ଭିଡିଛନ୍ତି।

ସତ୍ଯବାଦୀ ବିଧାନସଭା ଆସନ ପାଇଁ ଦଳ ଯେଉଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ତାଙ୍କୁ ସତ୍ଯବାଦୀ ନିର୍ବାଚନ ମଣ୍ଡଳୀର ଜନସାଧାରଣ ଗ୍ରହଣ କରିପାରୁନାହାନ୍ତି। ସେ ଜଣେ ଅପରାଧି। ଅର୍ଥ ତୋଷାରପାତ ଭଳି ଅନେକ ଅପରାଧିକ ଘଟଣା ସହ ଜଡିତ। ଏଣୁ ଏଭଳି ବ୍ଯକ୍ତିଙ୍କ ପ୍ରାର୍ଥିତ୍ୱ ଦଳ ପାଇଁ ବୁମେରାଂ ସାଜିବ। ତୁରନ୍ତ ପ୍ରାର୍ଥୀ ପ୍ରତ୍ଯାହାର କରିବାକୁ ପୁରୀର ଏକ ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ଜରୀଆରେ ଦଳର ନେତୃବୃନ୍ଦଙ୍କୁ ନିବେଦନ କରିଛନ୍ତି। ସତ୍ଯବାଦୀର ଲଢୁଆ ଯୁବସଂଗଠକ କାମାକ୍ଷା ପ୍ରଧାନଙ୍କୁ ବିଜେପି ପ୍ରାର୍ଥୀ ଭାବେ ଘୋଷଣା କରିବାକୁ ନିବେଦନ କରାଯାଇଛି। ନଚେତ ଆଗାମୀ ନିର୍ବାଚନରେ ଦଳକୁ ୨୦୧୯ଭଳି ଅବସ୍ଥା ଭୋଗିବାକୁ ପଡିବ ବୋଲି ଚେତେଇ ଦେଇଛନ୍ତି। 

ସେପଟେ ପୁରୀ ସଂସଦୀୟ କ୍ଷେତ୍ରର ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କୁ ମଧ୍ୟ କଡା ସମାଲୋଚନା କରିଛନ୍ତି। ସମ୍ବିତ ତାଙ୍କ ସହ ଭିତିରି ସମ୍ପର୍କ ରଖି ନିର୍ବାଚନ ବୈତରଣୀ ପାରି ହେବାକୁ ଚକ୍ରାନ୍ତ କରୁଛନ୍ତି। ଦଳୀୟ କର୍ମୀଙ୍କ ପରାମର୍ଶକୁ ଅଣଦେଖା କରି ଯଦି ଦଳ ପ୍ରାର୍ଥୀ ପ୍ରତ୍ଯାହାର ନ କରେ । ତେବେ ୨୦୨୪ ନିର୍ବାଚନରେ ବହୁମୁଲ୍ଯ ଦେବାକୁ ପଡିବ। ଏହି ନିର୍ବାଚନ ମଣ୍ଡଳୀ ଅଧିନ ବହୁ ବିଜେପି କର୍ମୀଦଳଛାଡି ପଳାଇଛନ୍ତି। ଏବେବି ଅନେକ ଦଳଛାଡିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଯଦି ଦଳ କାମାକ୍ଷାଙ୍କୁ ଟିକେଟ ନଦିଏ କେହି ଦଳ ଛାଡିବେ ନାହିଁ ମାତ୍ର ନିର୍ବାଚନରେ ସାମିଲ ହେବେନାହିଁ ବୋଲି ଦଳର ନେତୃବୃନ୍ଦଙ୍କୁ ଖୋଲାଖୋଲି ଚ୍ଯାଲେଞ୍ଜ ଦେଇଛନ୍ତି। ଏହି ସାମ୍ବାଦିକ ସମ୍ବିଳନୀରେ ବିଜେପି ଯୁବ ସଂଗଠକ କାମାକ୍ଷା ପ୍ରଧାନ, ବିଜେପି ରାଷ୍ଟ୍ରୀୟ କାର୍ଯ୍ଯକାରିଣୀ ସଦସ୍ୟ କୃଷ୍ଣ ଚନ୍ଦ୍ର ଜଗଦେବଙ୍କ ସହ ବିଜେପିର ବହୁ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ। 

Read More
{}{}