Hindi News >>Home >>Odisha Politics

Odisha Election 2024: ଓଡି଼ଶା ଗସ୍ତରେ ଆସିବେ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ

Odisha Election 2024: ଆଗକୁ ଆସୁଛି ନିର୍ବାଚନ । ଏନେଇ ଭୋଟରଙ୍କ ମନ କିଣିବା ପାଇଁ ଓଡି଼ଶାକୁ ଘନ ଘନ କେନ୍ଦ୍ର ମନ୍ତ୍ରୀ ଓ ନେତାଙ୍କ ସୁଅ ଛୁଟୁଛି। ତେବେ, ଏହି କ୍ରମରେ ପୁଣି ଥରେ ଆସନ୍ତା ୩ ତାରିଖରେ ଓଡି଼ଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଓଡି଼ଶା ଗସ୍ତରେ ଆସି ରାୟଗଡ଼ାରେ ଏକ ଜନସଭାରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ମିଳିଛି। 

Advertisement
ସୌଜନ୍ୟ-ସୋସିଆଲ୍ ମିଡିଆ
ସୌଜନ୍ୟ-ସୋସିଆଲ୍ ମିଡିଆ
Zee Odisha Desk|Updated: Apr 30, 2024, 06:43 AM IST
Share

Odisha Election 2024: ଆଗକୁ ଆସୁଛି ନିର୍ବାଚନ । ଏନେଇ ଭୋଟରଙ୍କ ମନ କିଣିବା ପାଇଁ ଓଡି଼ଶାକୁ ଘନ ଘନ କେନ୍ଦ୍ର ମନ୍ତ୍ରୀ ଓ ନେତାଙ୍କ ସୁଅ ଛୁଟୁଛି। ତେବେ, ଏହି କ୍ରମରେ ପୁଣି ଥରେ ଆସନ୍ତା ୩ ତାରିଖରେ ଓଡି଼ଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଓଡି଼ଶା ଗସ୍ତରେ ଆସି ରାୟଗଡ଼ାରେ ଏକ ଜନସଭାରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ମିଳିଛି। କେବଳ ରାହୁଲ୍ ଗାନ୍ଧୀ ନୁହଁନ୍ତି ,ତାଙ୍କ ସହ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀ ବି ଓଡ଼ିଶା ଗସ୍ତରେ ଆସି କଂଗ୍ରେସ ପାଇଁ ପ୍ରଚାର କରିବେ । ଏନେଇ ରାଜ୍ୟ କଂଗ୍ରେସ ପ୍ରଭାରୀ ଓ ପ୍ରଚାର କମିଟି ଅଧ୍ୟକ୍ଷଙ୍କ ସୂଚନା ଦେଇଛନ୍ତି। 

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୫ କିମ୍ବା ୯ ତାରିଖରେ ଓଡି଼ଶା ଗସ୍ତରେ ପ୍ରିୟଙ୍କା ଗାନ୍ଧୀ  ବି ଆସିବାର କାର୍ଯ୍ୟକ୍ରମ ରହିଛି। ଦକ୍ଷିଣ ଓଡି଼ଶାର  ନବରଙ୍ଗପୁର ଜିଲ୍ଲାରେ (Nabarangpur district) ପ୍ରିୟଙ୍କା ଗାନ୍ଧୀ ନିର୍ବାଚନୀ ସଭା କରିବେ ବୋଲି ସୂଚନା ମିଳିଛି । ଚଳିତ ମାସ ୨୮ ତାରିଖରେ କଂଗ୍ରେସ୍ ନେତା ରାହୁଲ ଗାନ୍ଧୀ ଆଜି ଓଡି଼ଶା ଗସ୍ତରେ ଆସିଥିଲେ। ଏବଂ ସାଲେପୁରରେ ଏକ ନିର୍ବାଚନୀ ସଭା କରି ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଥିଲେ। 

ସାଲେପୁରରେ ଅନୁଷ୍ଠିତ ସମାବେଶରେ ରାହୁଲ କହିଥିଲେ ଯେ, ''ନବୀନ ବାବୁ ପାଟନରସିପ୍ କରିଛନ୍ତି । ଆଦାନୀଙ୍କୁ ରାଜ୍ୟ ଦେଇଦେଇଛନ୍ତି । ରାଜ୍ୟକୁ ଚଳାଉଛନ୍ତି PANN ଅର୍ଥାତ ପାଣ୍ଡିଆନ, ଅମିତ ଶାହ, ନରେନ୍ଦ୍ର ମୋଦୀ ଏବଂ ନବୀନ ପଟ୍ଟନାୟକ । ଆପଣଙ୍କ ପୂରା ଧନ ଚୋରୀ କରାଯାଇଛି ବୋଲି ରାହୁଲ ସାଧାରଣ ସଭାରେ କହିଥିଲେ । ଚାଷୀଙ୍କ ଜମିଠୁ ଆରମ୍ଭ କରି ପ୍ଲାଣ୍ଟେସନ ପର୍ଯ୍ୟନ୍ତ ସବୁକ୍ଷେତ୍ରରେ ରାଜ୍ୟବାସୀଙ୍କୁ ଲୁଟାଯାଇଛି । ଯେବେ ଏଠାରେ କଂଗ୍ରେସ ସରକାର ଆସିବ ସେତେବେଳେ ଆପଣଙ୍କୁ ସମସ୍ତ ଟଙ୍କା ଫେରସ୍ତ କରାଯିବା ପ୍ରକ୍ରିୟା ଆରମ୍ଭ କରାଯିବ । ଆପଣମାନେ ଦେଶର ପ୍ରଥମ ମାଲିକ । ଏ ମାଟି ଆପଣଙ୍କର ଥିଲା ଏ ମାଟି, ଜଙ୍ଗଲ, ପାଣିର ହକ୍ କଂଗ୍ରେସ ଦଳ ଗ୍ୟାରେଣ୍ଟିର ସହ ଆପଣଙ୍କୁ ଫେରେଇଦେବ।''

Read More
{}{}