Hindi News >>Home >>Odisha Politics

Odisha Election 2024: ମେଣ୍ଟ ନେଇ ଅମିତ ଶାହଙ୍କ ବୟାନ: ଜିତିବା ମୁଖ୍ୟ ପ୍ରସଙ୍ଗ, ଅଙ୍କ ହେବ ସମୀକରଣର ମୁଖ୍ୟ ଅସ୍ତ୍ର

Odisha Election 2024: (ଭୁବନେଶ୍ୱର): ଓଡ଼ିଶା ବିଧାନସଭାରେ ବିରୋଧି ଦଳର ଭୂମିକା ନିର୍ବାହ କରୁଥିବା ବିଜେପି ଶାସକ ବିଜେଡି ସହ ମେଣ୍ଟ କରିବ ବା ନାହିଁ ସେ ପ୍ରଶ୍ନର ଉତ୍ତର ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏ ବାବଦରେ ଦଳର ସଭାପତି ବା ପ୍ରଧାନମନ୍ତ୍ରୀ କୌଣସି ନିଷ୍ପତ୍ତି ନେଇ ନାହାନ୍ତି। କିନ୍ତୁ ଯେମିତି ବି ଲଢ଼ିଲେ ମଧ୍ୟ ଭାରତୀୟ ଜନତା ପାର୍ଟି ଲୋକସଭା ଏବଂ ବିଧାନସଭାରେ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ଶ୍ରୀ ଶାହ। 

Advertisement
ସୌଜନ୍ୟ-ସୋସିଆଲ ମିଡିଆ
ସୌଜନ୍ୟ-ସୋସିଆଲ ମିଡିଆ
Zee Odisha Desk|Updated: Mar 16, 2024, 08:31 AM IST
Share

Odisha Election 2024: (ଭୁବନେଶ୍ୱର): ଓଡ଼ିଶା ବିଧାନସଭାରେ ବିରୋଧି ଦଳର ଭୂମିକା ନିର୍ବାହ କରୁଥିବା ବିଜେପି ଶାସକ ବିଜେଡି ସହ ମେଣ୍ଟ କରିବ ବା ନାହିଁ ସେ ପ୍ରଶ୍ନର ଉତ୍ତର ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏ ବାବଦରେ ଦଳର ସଭାପତି ବା ପ୍ରଧାନମନ୍ତ୍ରୀ କୌଣସି ନିଷ୍ପତ୍ତି ନେଇ ନାହାନ୍ତି। କିନ୍ତୁ ଯେମିତି ବି ଲଢ଼ିଲେ ମଧ୍ୟ ଭାରତୀୟ ଜନତା ପାର୍ଟି ଲୋକସଭା ଏବଂ ବିଧାନସଭାରେ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ଶ୍ରୀ ଶାହ। 

ଇଣ୍ଡିଆ ଟୁଡେର ଏକ ସଭାରେ ଯୋଗ ଦେଇ ଶ୍ରୀ ଶାହ କହିଛନ୍ତି, କୌଣସି ସ୍ଥାନରେ ବିରୋଧୀ ଦଳ ସହ ମେଣ୍ଟ କରିବା ନେଇ କୌଣସି ଦର୍ଶନ ବା ମତବାଦ ନିର୍ଣ୍ଣୟ ନେଇ ନଥାଏ। ନିଷ୍ପତ୍ତି ଅଙ୍କ ଓ ବିଜୟ ସମୀକରଣ ଉପରେ ନିର୍ଭର କରିଥାଏ। ଖାଲି ସେତିକି ନୁହେଁ, ସମ ଭାବାପନ୍ନ ଚିନ୍ତାଧାରା ବି ଏଥିରେ ଭୂମିକା ନିର୍ବାହ କରେ।  ଶ୍ରୀ ଶାହଙ୍କ ଏହି ଉତ୍ତର ସ୍ପଷ୍ଟ କରୁଛନ୍ତି, ଯେ ବିଜେପି-ବିଜେଡି ଭିତରେ ମେଣ୍ଟ ନେଇ ଆଲୋଚନା ଜୋରଦାର ଚାଲିଛି। ଉଭୟ ଦଳ ସମ ଭାବାପନ୍ନ ରାଜନୀତିକ ଦଳ। ଖାଲି ମେଣ୍ଟ ପ୍ରସଙ୍ଗ ସ୍ପଷ୍ଟ ରୂପ ନ ନେବାର କାରଣ ହେଉଛି ଅଙ୍କ ଗଣିତ। ସଂଖ୍ୟା ନଛିଣ୍ଡିବା। ଅର୍ଥାତ୍‍, କିଏ କେତେ ଆସନରେ ନିର୍ବାଚନ ଲଢ଼ିବା ତାହା ସ୍ଥିର ହୋଇପାରୁ ନାହିଁ। 

ଓଡ଼ିଶା ବିଧାନସଭା ଏବଂ ଲୋକସଭା ନିର୍ବାଚନ ଏକାଠି ହେଉଥିବାରୁ ଉଭୟ ପାଇଁ ଏହି ମେଣ୍ଟ ଉଦ୍ଦିଷ୍ଟ ହେବ। ଉଭୟ ଦଳର ଶୀର୍ଷ ନେତା ଏ ପ୍ରସଙ୍ଗକୁ ନେଇ ଆଲୋଚନା ଜାରି ରଖିଛନ୍ତି। ଉଭୟଙ୍କ ଭିତରେ ମେଣ୍ଟ ନେଇ ଆଲୋଚନା ହେଉଛି ଏବଂ ଦୁହେଁ ମେଣ୍ଟ ଦ୍ୱାରା ସେମାନଙ୍କୁ ଫାଇଦା ହେବ ବୋଲି ଚିନ୍ତା କରିଛନ୍ତି। ଅବଶ୍ୟ ବିଜେପିର ରାଜ୍ୟ ନେତୃତ୍ୱ ଏ ନେଇ ସାମାନ୍ୟ ଅରାଜି ରହିଛି। ରାଜ୍ୟ ସଭାପତି ବାରମ୍ବାର ଏକୁଟିଆ ଲଢ଼ିବେ ଜିତିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରୁଛନ୍ତି। ନିକଟରେ ଦିଲ୍ଲୀରୁ ଫେରିବା ପରେ ସେ ଏ ବିଷୟ କହିବା ସହ ଟ୍ୱିଟ୍‍ କରି ନିଜ ମତକୁ ରେକର୍ଡ କରିବାକୁ ଚାହିଁଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ନିଜର ଟ୍ୱିଟ ଉତ୍‍ଖାତ କରିବା ପରେ ରାଜ୍ୟରେ ମଣ୍ଟ ଚର୍ଚ୍ଚାରେ ଯେଉଁ ଯବନିକା ପଡ଼ିଥିଲା ତାହା ପୁଣି ଉଜ୍ଜୀବୀତ ହୋଇଥିଲା।
 
ମେଣ୍ଟ ଚର୍ଚ୍ଚା ଜାରି ରହିଥିବାରୁ ରାଜ୍ୟରେ କିଏ କେଉଁଠୁ ଏଢ଼ିବେ ତାହା ସ୍ପଷ୍ଟ ହୋଇପାରୁ ନାହିଁ। ନା ବିଜେପି ନା ବିଜେଡି କେହି ନିଜର ତାଲିକା ପ୍ରକାଶ କରୁ ନାହାନ୍ତି। ଅପରପକ୍ଷେ ଆଜି ଅପରାହ୍ଣରେ ନିର୍ବାଚନ କମିଶନ ସାଧାରଣ ନିର୍ବାଚନ ଏବଂ ୪ ରାଜ୍ୟରେ ବିଧାନସଭା ପାଇଁ ନିର୍ବାଚନ ତାରିଖ ଘୋଷଣା କରିବା ସମ୍ଭାବନା ରହିଛି। ଏହାପରେ ଆଜିଠାରୁ ଆଚରଣ ବିଧି ଲାଗୁ ହେବ। କୌଣସି ସରକାରୀ ନିଷ୍ପତ୍ତି ଆଉ ସରକାର ନେଇପାରିବେ ନାହିଁ। କିନ୍ତୁ ରାଜନୈତିକ ସ୍ତରରେ ମେଣ୍ଟ ସମୀକରଣ ପାଇଁ ଏହାର କୌଣସି ପ୍ରଭାବ ରହିବ ନାହିଁ।  ରାଜ୍ୟରେ ୨୦୦୯ ପୂର୍ବରୁ ଉଭୟ ବିଜେପି ଓ ବିଜେଡି ମେଣ୍ଟରେ ସରକାର ଗଢ଼ିଥିଲେ। ଦୁଇଥର ଅର୍ଥାତ୍‍ ୯ ବର୍ଷ ଉଭୟ ସରକାରରେ ରହିବା ପରେ କନ୍ଧମାଳରେ  ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କୁ ହତ୍ୟା  ଏବଂ ପରବର୍ତ୍ତୀକାଳୀନ ଦଙ୍ଗା ଲାଗି ବିଜେପିକୁ ଦାୟୀ କରିଥିଲା ବିଜେଡି। ଏହି ଦଳକୁ ଏକ ସାମ୍ପ୍ରଦାୟିକ ଦଳର ଆଖ୍ୟା ଦେଇ ଏକୁଟିଆ ନିର୍ବାଚନ ଲଢ଼ିଥିଲା। ଜନ ସାଧାରଣ ମଧ୍ୟ ଏହାକୁ ସମର୍ଥନ କରିଥିଲେ।

Read More
{}{}