Home >>Odisha Politics

ବିଜେଡି ନେତା ଭି.କେ. ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲେ ନିର୍ବାଚନ ଅଧିକାରୀ

VK Pandian Helicopter: ନବରଙ୍ଗପୁରକୁ ନିର୍ବାଚନ ପ୍ରଚାର ଗସ୍ତରେ ଥିବା ବିଜେଡିର ହାଇପ୍ରୋଫାଇଲ୍‍ ନେତା ତଥା ଦ୍ୱିତୀୟ ନମ୍ବର ଷ୍ଟାର ପ୍ରଚାରକ ଭିକେ ପାଣ୍ଡିଆନ୍‍ଙ୍କ ହେଲିକପ୍ଟର ଯାଞ୍ଚ କରାଯାଇଛି। 

Advertisement
VK Pandian Helicopter
VK Pandian Helicopter
Zee Odisha Desk|Updated: Apr 26, 2024, 03:30 PM IST
Share

ଭୁବନେଶ୍ୱର: ନବରଙ୍ଗପୁରକୁ ନିର୍ବାଚନ ପ୍ରଚାର ଗସ୍ତରେ ଥିବା ବିଜେଡିର ହାଇପ୍ରୋଫାଇଲ୍‍ ନେତା ତଥା ଦ୍ୱିତୀୟ ନମ୍ବର ଷ୍ଟାର ପ୍ରଚାରକ ଭିକେ ପାଣ୍ଡିଆନ୍‍ଙ୍କ ହେଲିକପ୍ଟର ଯାଞ୍ଚ କରାଯାଇଛି। ଏହା ଏକ ସ୍ୱଭାବିକ ଯାଞ୍ଚ ପ୍ରକ୍ରିୟା। ପୁଲିସ ଓ ମାଜିଷ୍ଟ୍ରେଟ୍‍ଙ୍କ ଉପସ୍ଥିତିରେ ଏହି ଅଚାନକ ଯାଞ୍ଚ କରାଯାଇଥିଲା। ନିର୍ବାଚନକୁ ପ୍ରଭାବିତ କରିବା ଉଦ୍ଦେଶ୍ୟରେ ବେଆଇନ ଜିନିଷ ଥିବା ସନ୍ଦେହରେ ଏପରି ତଦନ୍ତ କରାଯାଇଥାଏ।
 
ଶ୍ରୀ ପାଣ୍ଡିଆନ ଆଜି ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଗସ୍ତ କରି ସେଠାରେ ଜନସଭାକୁ ସମ୍ବୋଧିତ କରିଛନ୍ତି। ଝରିଗାଁ ଏବଂ ଉମରକୋଟରେ ସେ  ଜନସଭାକୁ ସମ୍ବୋଧିତ କରିଥିଲେ। ଉମରକୋଟଠାରେ ପହଞ୍ଚିବା ପରେ ଏହି ଯାଞ୍ଚ ହୋଇଥିଲା। 

ଶ୍ରୀ ପାଣ୍ଡିଆନ୍‍ ଆଜି ଉମରକୋଟଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୁଦ୍ଧରେ ସ୍ୱର ଶାଣିତ କରିଛନ୍ତି। ପାଞ୍ଚ ବର୍ଷ ହେଲା କ୍ଷମତାରେ ରହି ମଧ୍ୟ ସେ ଗୋଟିଏ ହେଲେ କେନ୍ଦ୍ରୀୟ ବିଦ୍ୟାଳୟ କରିନାରିଲେ ନାହିଁ। କିନ୍ତୁ ମୁଖ୍ୟମନ୍ତ୍ରୀ ରାଜ୍ୟର ୮୦୦୦ ସ୍କୁଲ୍‍କୁ ରୂପାନ୍ତରିତ କରିଛନ୍ତି ବୋଲି କହିଥିଲେ।  ମୁଖ୍ୟମନ୍ତ୍ରୀ କାହିଁକି ଅଧିକରୁ ଅଧିକ ଲୋକାଭିମୁଖୀ ଯୋଜନା ପ୍ରଣୟନ କରୁଛନ୍ତି ତାହାକୁ ନେଇ ସେ ବ୍ୟସ୍ତ ବିବ୍ରତ ବୋଲି କହିଥିଲେ ପାଣ୍ଡିଆନ।

Read More
{}{}