Home >>Odisha Politics

ମୁଁ ଶ୍ରୀ ମୋହନ ଚରଣ ମାଝୀ, ଇଶ୍ୱରଙ୍କ ନାମରେ ଶପଥ କରୁଛି....

ମୁଖ୍ୟମନ୍ତ୍ରୀଙ୍କ ସହ ଶପଥପାଠ କରିଛନ୍ତି ୨ ଉପମୁଖ୍ୟମନ୍ତ୍ରୀ, ୮ କ୍ୟାବିନେଟ ମନ୍ତ୍ରୀ ଓ ୫ ରାଷ୍ଟ୍ରମନ୍ତ୍ରୀ । 

Advertisement
ମୁଁ ଶ୍ରୀ ମୋହନ ଚରଣ ମାଝୀ, ଇଶ୍ୱରଙ୍କ ନାମରେ ଶପଥ କରୁଛି....
Soubhagya Ranjan Mishra|Updated: Jun 12, 2024, 05:37 PM IST
Share

ଭୁବନେଶ୍ୱର: ଆଜିଠୁ ରାଜ୍ୟକୁ ମିଳିଲା ନୂଆ ମୁଖ୍ୟମନ୍ତ୍ରୀ । ଜନତା ମୈଦାନରେ ଅନୁଷ୍ଠିତ ଉତ୍ସବରେ ରାଜ୍ୟପାଳ ରଘୁବର ଦାସ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଶପଥ ପାଠ କରାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ଶପଥପାଠ କରୁଛନ୍ତି ୨ ଉପମୁଖ୍ୟମନ୍ତ୍ରୀ, ୮ କ୍ୟାବିନେଟ ମନ୍ତ୍ରୀ ଓ ୫ ରାଷ୍ଟ୍ରମନ୍ତ୍ରୀ । ଏହି ଉତ୍ସବର ମୁକସାଖୀ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଭିନ୍ନ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ଅଛନ୍ତି ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ସମେତ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଏବଂ ପ୍ରଭାତୀ ପରିଡ଼ା ଶପଥପାଠ କରିଛନ୍ତି । କ୍ୟାବିନେଟ୍ ମନ୍ତ୍ରୀଙ୍କ ମଧ୍ୟରେ ସୁରେଶ ପୂଜାରୀ, ରବିନାରାୟଣ ନାୟକ, ନିତ୍ୟାନନ୍ଦ ଗଣ୍ଡ, କୃଷ୍ଣଚନ୍ଦ୍ର ପାତ୍ର, ପୃଥ୍ବୀରାଜ ହରିଚନ୍ଦନ, ମୁକେଶ ମହାଲିଙ୍ଗ, ବିଭୂତି ଭୂଷଣ ଜେନା, କୃଷ୍ଣଚନ୍ଦ୍ର ମହାପାତ୍ର, ରାଜ୍ୟ ମନ୍ତ୍ରୀ (ସ୍ୱାଧୀନ ଚାର୍ଜ) ଗଣେଶ ରାମ ସିଂ ଖୁଣ୍ଟିଆ, ସୂର୍ଯ୍ୟବଂଶୀ ସୂରଜ, ପ୍ରଦୀପ ବାଳ ସାମନ୍ତ, ଗୋକୁଳାନନ୍ଦ ମଲ୍ଲିକ, ସମ୍ପଦ ଚନ୍ଦ୍ର ସ୍ବାଇଁ ପ୍ରମୁଖ ଜଣକ ପରେ ଜଣେ ଶପଥ ପାଠ କରୁଛନ୍ତି ।

Also Read- Onion Price: ୨ ସପ୍ତାହରେ ପିଆଜ ଦର ହେଲା ଡବଲ୍, ଜାଣନ୍ତୁ କାରଣ

Read More
{}{}