Home >>Odisha Politics

Odisha News: ଦୁଇ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ

ଜୟଦେବ ବିଧାୟକ ଅରବିନ୍ଦ ଢାଲି ଓ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକଙ୍କ ସଭ୍ୟପଦକୁ ରଦ୍ଦ କରିଦେଇଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ। ସାମ୍ବିଧାନିକ ନିୟମ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବାଚସ୍ପତି ମହୋଦୟ। ନିକଟରେ ଏହି ଦୁଇ ବିଧାୟକ ବିଜେଡ଼ିକୁ ବାୟ ବାୟ କହିଥିଲେ। ବିଜେଡ଼ି ଛାଡି ଉଭୟ ଅରବିନ୍ଦ ଓ ପ୍ରେମାନନ୍ଦ ବିଜେପିରେ ଯୋଗ ଦେ

Advertisement
Odisha News: ଦୁଇ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ
Zee Odisha Desk|Updated: Apr 11, 2024, 11:31 AM IST
Share

ଭୁବନେଶ୍ୱର: ଜୟଦେବ ବିଧାୟକ ଅରବିନ୍ଦ ଢାଲି ଓ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକଙ୍କ ସଭ୍ୟପଦକୁ ରଦ୍ଦ କରିଦେଇଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ। ସାମ୍ବିଧାନିକ ନିୟମ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବାଚସ୍ପତି ମହୋଦୟ। ନିକଟରେ ଏହି ଦୁଇ ବିଧାୟକ ବିଜେଡ଼ିକୁ ବାୟ ବାୟ କହିଥିଲେ। ବିଜେଡ଼ି ଛାଡି ଉଭୟ ଅରବିନ୍ଦ ଓ ପ୍ରେମାନନ୍ଦ ବିଜେପିରେ ଯୋଗ ଦେଇଥିଲେ। ଜୟଦେବ ବିଧାନସଭା ଆସନରୁ ବିଜେପି ପକ୍ଷରୁ ଅରବିନ୍ଦ ଢାଲି ପ୍ରାର୍ଥୀ ହୋଇ ନିର୍ବାଚନ ଲଢୁଛନ୍ତି। ସେହିପରି ଟିକଟ ଆଶାରେ ପ୍ରେମାନନ୍ଦ ମଧ୍ୟ ଲବି କରୁଥିବା ଜଣାପଡ଼ିଛି। 

 

Read More
{}{}