Hindi News >>Home >>Odisha Politics

Naveen Patnaik: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ

Naveen Patnaik: ନବୀନ ଯୁଗର ଘଟିଲା ଅନ୍ତ। ମୁଖ୍ୟମନ୍ତ୍ରୀ ପଦରୁ ଆଜି ଇସ୍ତଫା ଦେଇଛନ୍ତି ନବୀନ ପଟ୍ଟନାୟକ। ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ଦେଲେ ନବୀନ। ଦଳର ପରାଜୟ ପରେ ଇସ୍ତଫା ଦେଇଥିବା ଜଣାପଡିଛି। ୨୪ ବର୍ଷ ପରେ ଓଡ଼ିଶାରେ ସରକାର ବଦଳିବାକୁ ଯାଉଛି। 

Advertisement
Naveen Patnaik: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ
Narmada Behera|Updated: Jun 05, 2024, 12:32 PM IST
Share

Naveen Patnaik: ନବୀନ ଯୁଗର ଘଟିଲା ଅନ୍ତ। ମୁଖ୍ୟମନ୍ତ୍ରୀ ପଦରୁ ଆଜି ଇସ୍ତଫା ଦେଇଛନ୍ତି ନବୀନ ପଟ୍ଟନାୟକ। ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ଦେଲେ ନବୀନ। ଦଳର ପରାଜୟ ପରେ ଇସ୍ତଫା ଦେଇଥିବା ଜଣାପଡିଛି। ୨୪ ବର୍ଷ ପରେ ଓଡ଼ିଶାରେ ସରକାର ବଦଳିବାକୁ ଯାଉଛି। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ୨୦୦୦ ମସିହା ମାର୍ଚ୍ଚ ୫ରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ନବୀନ। ଏହା ପର ଠାରୁ ଲଗାତାର ୫ଥର ତାଙ୍କ ଦଳ ଜିତିବା ପରେ ସେ ମୁଖ୍ୟମନ୍ତ୍ରୀ ହୋଇଆସୁଥିଲେ। ନବୀନ ପଟ୍ଟନାୟକ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ।  ଚଳିତ ନିର୍ବାଚନରେ ବିଜେଡି଼ ହାରିଥିଲେ ମଧ୍ୟ ବି ଓଡ଼ିଶାବାସୀଙ୍କ ହୃଦୟରେ ନବୀନ ସଦା ସର୍ବଦା ରହିଛନ୍ତି। ନବୀନଙ୍କ ଲୋକପ୍ରତିୟତା କେବଳ ଓଡିଶାରେ ସୀମିତ ହୋଇ ନାହିଁ ସାରା ବିଶ୍ବରେ ନବୀନ ପରିଚିତ। 

ALSO READ: Gold Rate Today: ଖସିଲା ସୁନା ରେଟ୍ , ଜାଣନ୍ତୁ ଭୁବନେଶ୍ବରରେ ୧୦ ଗ୍ରାମ୍ ପିଛା କେତେ ରହିଛି ଦର?

ସୂଚନା ଅନୁସାରେ, ସେ ଆଜି ସକାଳେ  ନବୀନ ନିବାସରୁ ବାହାରି ସେ ସିଧା ରାଜଭବନରେ ନିଜ ଗାଡି଼ରେ ପହଞ୍ଚିଥିଲେ । ସେଠାରେ ରାଜ୍ୟପାଳଙ୍କୁ ଭେଟି ସେ ନିଜ ଇସ୍ତଫା ପତ୍ର ବଢାଇ ଦେଇଥିଲା। ଦିର୍ଘ ୨୪ ବର୍ଷ କାଳ ମୁଖ୍ୟମନ୍ତ୍ରୀ ପଦରେ ରହି ନବୀନ ପଟ୍ଟନାୟକ ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଥିଲେ । ପିତା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସୁପୁତ୍ର ଭାବରେ ସେ ସାରା ଓଡ଼ିଶାକୁ ଗୌରବ ଆଣି ଦେଇଛନ୍ତି । ବିଜୁବାବୁଙ୍କ ପରେ ଓଡ଼ିଶା ନବୀନ ବାବୁଙ୍କୁ ମହାନ ଜନନାୟକ ଭାବରେ ପରିଚୟ ପାଇଛି । 

Read More
{}{}