ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ଆସ୍କା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖଲିକୋଟରେ ଘଟିଥିବା ନିର୍ବାଚନୀ ହିଂସା ଓ ପରବର୍ତ୍ତୀ ହତ୍ୟା ଘଟଣାର ତଦନ୍ତ କରିବା ଲାଗି ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ କରାଯାଇଛି। ବୈଜ୍ଞାନିକ, ଫରେନ୍ସିକ୍ ଓ ଡିଜିଟାଲ୍ ଆଧାରରେ ଏହି ଘଟଣାର ତନ୍ତ ହେବ ଏବଂ ୩୦ ଦିନ ଭିତରେ ରିପୋର୍ଟ ଦେବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ସେହିପରି ୨୦ ତାରିଖରେ ଭୋଟ ଦେବାକୁ ଯାଉଥିବା ଖଲିକୋଟରେ ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ଜଣେ ଏଡିଜି ପାହ୍ୟାର ଅଧିକାରୀ ନିୟୋଜିତ ହେବେ।
ଏଡିଜି ରାଧାକୃଷ୍ଣ ଶର୍ମାଙ୍କୁ ଶାନ୍ତି ଶୃଙ୍ଖଳା ରକ୍ଷା ଦାୟିତ୍ୱ ଦିଆଯାଇଛି। ଏହି ଏସ୍ଆଇଟି ମୁଖ୍ୟତଃ ମାମଲାରେ ଫେରାର ଥିବା ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଆଦେଶ ଦେଇଛନ୍ତି ପୁଲିସ ଡିଜି।
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହେବାର ଦିନକ ପରେ ଗଞ୍ଜାମର ଖଲିକୋଟ ସ୍ଥିତ ଶ୍ରୀକୃଷ୍ଣ ଶରଣପୁର ରାଜନୀତିକ ହିଂସା ଯୋଗୁ ଜଣଙ୍କ ଜୀବନ ଯାଇଛି ଏବଂ ୮ଜଣ ଆହତ ହୋଇଛନ୍ତି। ପୋଷ୍ଟରମରାକୁ କେନ୍ଦ୍ରକରି ଏହି ହିଂସା ସୃଷ୍ଟି ହୋଇଥିଲା।ପୁଲିସ ୧୪୪ ଧାରା ଜାରି କରିଛି। ଘଟଣାରେ ସମ୍ପୃକ୍ତ ୯ ଜଣଙ୍କୁ ଗିରଫ କରାଯାଇଛି।