Hindi News >>Home >>Odisha Politics

କଳାବଜାରୀ ନିୟନ୍ତ୍ରଣରେ ସରକାର ବିଫଳ- ବିଜେଡି

ଗତ ପାଞ୍ଚ ମାସରେ ସମସ୍ତ ଅତ୍ୟାବଶକୀୟ ଜିନିଷର ଅହେତୁକ ଦରବୃଦ୍ଧି ଖାଉଟି ହନ୍ତସନ୍ତ ହେଉଥିବା ବିଜେଡି ଅଭିଯୋଗ କରିଛି ।

Advertisement
କଳାବଜାରୀ ନିୟନ୍ତ୍ରଣରେ ସରକାର ବିଫଳ- ବିଜେଡି
Soubhagya Ranjan Mishra|Updated: Nov 11, 2024, 06:24 PM IST
Share

ଭୁବନେଶ୍ୱର: ରାଜ୍ୟରେ ଅତ୍ୟାବଶକୀୟ ଜିନିଷର ଦର ଅହେତୁକ ବୃଦ୍ଧି ପାଇଁ ରାଜ୍ୟବାସୀ ହନ୍ତସନ୍ତ ହେଉଥିବା ବେଳେ ରାଜ୍ୟ ସରକାର ନିଦାବିଷ୍ଣୁ ସାଜିଛନ୍ତି ବୋଲି ଏକ ପ୍ରେସ ବିବୃତିରେ ବିଜୁ ଜନତା ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡଃ ଲେନିନ ମହାନ୍ତି ଅଭିଯୋଗ କରିଛନ୍ତି । ଏହି ଅହେତୁକ ଦର ବୃଦ୍ଧି ଦାଉରୁ ରାଜ୍ୟବାସୀଙ୍କୁ ଉଦ୍ଧାର କରିବା ପାଇଁ ପଦକ୍ଷେ ନେବା ପରିବର୍ତ୍ତେ, ରାଜ୍ୟ ଯୋଗାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର କେବଳ ବିଭିନ୍ନ ବୟାନବାଜିରେ ବ୍ୟସ୍ତ ଅଛନ୍ତି ।

ରାଜ୍ୟ ସରକାର ପିଡିଏସ ବଣ୍ଟନ ମାଧ୍ୟମରେ ଦିଆଯାଉଥିବା ଚାଉଳ ଲୋକଙ୍କ ପାଖରେ ପହଞ୍ଚାଇବାରେ ବିଫଳ ହେବା କାରଣରୁ କନ୍ଧମାଳ ଜିଲ୍ଲାରେ ଦୁଇ ଜଣ ମହିଳାଙ୍କ ଆମ୍ୱ ଟାକୁଆ ଖାଇ ମୃତ୍ୟୁ ହୋଇଥିଲା । ଅପର ପକ୍ଷରେ, ବିଜେପି ରାଜ୍ୟରେ କ୍ଷମତାକୁ ଆସିବା ପରେ, ଅର୍ଥାତ ଗତ ପାଞ୍ଚ ମାସରେ ଅତ୍ୟାବଶକୀୟ ଜିନିଷର ଦର ହୁ ହୁ ହୋଇ ବଢ଼ି ଚାଲିଛି । ଗତ ଜୁନ ମାସରେ ଆଳୁ ଦର ପ୍ରତି କିଲୋ ୨୦ ଟଙ୍କା ଥିଲା ବେଳେ ଏହା ଏବେ ୩୫ ଟଙ୍କା ରହିଛି । ରାଜ୍ୟରେ ପିଆଜ କିଲୋ, ଯାହା ଜୁନ ମାସରେ ୨୦ ଟଙ୍କା ଥିଲା ତାହା ଏବେ ୬୦ ଟଙ୍କା ରହିଛି । ସେହିପରି, ହରଡ଼ ଡାଲି ଦର ୧୩୦ ଟଙ୍କାରୁ ୧୮୦ ଟଙ୍କାରେ, ମୁଗ ଡାଲି ଦର ୧୦୦ ଟଙ୍କାରୁ ୧୨୫ ଟଙ୍କାରେ, ବିରି ଡାଲି ଦର ୧୨୦ ଟଙ୍କାରୁ ୧୪୫ ଟଙ୍କାରେ, ସୋରିଷ ତେଲ ଦର ୧୫୦ ଟଙ୍କାରୁ ୧୮୦ ଟଙ୍କାରେ, ରିଫାଇନ ତେଲ ଦର ୧୧୪ ଟଙ୍କାରୁ ୧୪୪ ଟଙ୍କାରେ ପହଁଚିଛି । ଆଳୁ ପିଆଜ ଛଡା ଅନ୍ୟ ପନିପରିବା ଦର ମଧ୍ୟ ଆକାଶଛୁଆଁ ହୋଇଛି । ରାଜ୍ୟ ସରକାର ଏହାକୁ ନିୟନ୍ତ୍ରଣ କରିବା ପାଇଁ କୌଣସି ତତ୍ପରତା ଦେଖାଇ ନାହାନ୍ତି ।  
ରାଜ୍ୟରେ କଳାବଜାରୀ ବୃଦ୍ଧି ପାଉଛି, ଯାହା ଏହି ଦରବୃଦ୍ଧିର କାରଣ ବୋଲି କୁହାଯାଉଛି । ଏହି କଳାବଜାରୀକୁ ରୋକିବା ପାଇଁ ସରକାର ବିଫଳ ହୋଇଛନ୍ତି । ଯୋଗାଣ ମନ୍ତ୍ରୀ ନିଜେ ରେଡ୍ କରୁଛନ୍ତି କିନ୍ତୁ ରେଡ୍‌ର ପ୍ରାକ ସୂଚନା କଳାବଜାରୀ କରୁଥିବା ବ୍ୟବସାୟୀ ମାନଙ୍କ ପାଖରେ ପହଞ୍ଚି ଯାଉଛି, ଯାହା ସରକାରଙ୍କ ସମ୍ପୂର୍ଣ୍ଣ ବିଫଳତା ପ୍ରମାଣ ହେଉଛି ବୋଲି ଡଃ ମହାନ୍ତି କହିଛନ୍ତି ।  

ନିକଟରେ ରାଜ୍ୟର ବ୍ୟବସାୟୀ ମହାସଙ୍ଘ ତରଫରୁ ଦିଆଯାଇଥିବା ମନ୍ତବ୍ୟରୁ ମଧ୍ୟ ସ୍ପଷ୍ଟ ହୋଇଛି ଯେ ଦରଦାମ ବୃଦ୍ଧି କ୍ଷେତ୍ରରେ ସରକାର ବିଫଳ ହୋଇଛନ୍ତି । ତାଛଡା, ସରକାର ଓ ବ୍ୟବସାୟୀ ମହାସଙ୍ଘ ମଧ୍ୟରେ ମଧ୍ୟ ସମନ୍ୱୟ ନାହିଁ । ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଏଭଳି ଅଭାବନୀୟ ରିସ୍ଥିତି ପୂର୍ବରୁ କେବେ ଉପୁଜି ନଥିଲା । ରାଜ୍ୟବାସୀଙ୍କୁ ଏହି ଦରବୃଦ୍ଧିର ଦାଉରୁ ଉଦ୍ଧାର କରିବା ପାଇଁ ସରକାର ଶୀଘ୍ର ପଦକ୍ଷେ ନିଅନ୍ତୁ ବିଜୁ ଜନତା ଦଳ ଦାବି କରୁଛି ବୋଲି ଡଃ ମହାନ୍ତି କହିଛନ୍ତି ।

Also Read- Shukra Gochar: ଶୁକ୍ରଙ୍କ ରାଶି ପରିବର୍ତ୍ତନ, ଏହି ୪ ରାଶିକୁ ମିଳପାରେ ଧନ

Also Read- ଅଗ୍ନିଶମ ସେବାର ଆଧୁନିକୀକରଣ ପାଇଁ ୨୦୧ କୋଟି

Read More
{}{}