Hindi News >>Home >>Odisha Politics

ବିଜେଡିରେ ପାଣ୍ଡିଆନ ବିଦ୍ରୋହ: ନବୀନ ନିବାସରେ ଉଠିଲା ‘ପାଣ୍ଡିଆନ୍‍ ଗୋ ବ୍ୟାକ୍‍’

ଯେଉଁ କର୍ମୀ ଦିନେ ତାଙ୍କୁ ବିଜେଡିର ଚାଣକ୍ୟ ବୋଲି କହି ପଦ ପ୍ରକ୍ଷାଳନ କରୁଥିଲେ ତାଙ୍କ ବିରୁଦ୍ଧରେ ସ୍ୱର ସଜାଡିଛନ୍ତି। ଆଜି ଦଳ ଯେଉଁ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି ତାହାର କେନ୍ଦ୍ର ବିନ୍ଦୁରେ ସେ ବୋଲି ଅଭିଯୋଗ କରି ନବୀନ ନିବାସ ଘେରଉ କରିଛନ୍ତି ବିଜେଡିର ତୃଣମୂଳ କର୍ମୀ।

Advertisement
ବିଜେଡିରେ ପାଣ୍ଡିଆନ ବିଦ୍ରୋହ: ନବୀନ ନିବାସରେ ଉଠିଲା ‘ପାଣ୍ଡିଆନ୍‍ ଗୋ ବ୍ୟାକ୍‍’
Soubhagya Ranjan Mishra|Updated: Apr 07, 2025, 03:53 PM IST
Share

ଭୁବନେଶ୍ୱର: ଯାହା କେବେ ବିଜେଡି ଇତିହାସରେ ହୋଇ ନଥିଲା ଆଜି ଘଟିଛି। ଯେଉଁ କର୍ମୀ ଦିନେ ତାଙ୍କୁ ବିଜେଡିର ଚାଣକ୍ୟ ବୋଲି କହି ପଦ ପ୍ରକ୍ଷାଳନ କରୁଥିଲେ ତାଙ୍କ ବିରୁଦ୍ଧରେ ସ୍ୱର ସଜାଡିଛନ୍ତି। ଆଜି ଦଳ ଯେଉଁ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି ତାହାର କେନ୍ଦ୍ର ବିନ୍ଦୁରେ ସେ ବୋଲି ଅଭିଯୋଗ କରି ନବୀନ ନିବାସ ଘେରଉ କରିଛନ୍ତି ବିଜେଡିର ତୃଣମୂଳ କର୍ମୀ।

ମଧ୍ୟାହ୍ଣର ଟାଇଁ ଟାଇଁ ଖରାରେ ଏହି କର୍ମୀମାନେ ଆଜି ତାତି ଉଠି ଆଜି ନବୀନ ନିବାସକୁ ସ୍ଲୋଗାନ୍‍ ଦେଇ ଘେରାଉ କରିଛନ୍ତି।  ଯେଉଁ ନବୀନ ନିବସ ଚାରି କଡ଼ରେ ଠିଆ ହେବା ସେମାନଙ୍କ ପାଇଁ ଦିନେ ଅସମ୍ଭବ ବ୍ୟାପାର ବୋଲି ଗଣାଯାଉଥିଲା ଆଜି ସେହି ନବୀନ ନିବାସର ଲୁହା ବାଡ଼କୁ ଟପିବାକୁ ସାହସ କରିଛନ୍ତି ବିଜୁ ଜନତାର ଦଳର କର୍ମୀ। ଖାଲି ସେତିକି ନୁହେଁ ଗଣମାଧ୍ୟମର ମାଇକ ସାମ୍ନାରେ ‘ ପାଣ୍ତିଆନ୍‍ ଗୋ ବ୍ୟାକ୍‍’ ବୋଲି ସ୍ଲୋଗାନ ଦେଇଛନ୍ତି।  ‘ପାଣ୍ଡିଆନ୍‍ ତୁମେ ଓଡ଼ିଶା ଛାଡ଼ ବୋଲି କହିଛନ୍ତି। ଏହି ବିଦ୍ରୋହ ଆଜି ନବୀନଙ୍କୁ ଅସ୍ତବ୍ୟସ୍ତ କରିପକାଇଛି।

ଶ୍ରୀ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସହାୟକ ହେଉଛନ୍ତି ଭି କାର୍ତ୍ତିକେୟ ପାଣ୍ଡିଆନ୍‍। ମୁଖ୍ୟମନ୍ତ୍ରୀ ଥିବା ସମୟରେ ଶ୍ରୀ ପାଣ୍ଡିଆନ୍‍ ସରକାରୀ ଚାକିରିରେ ଥିଲେ। ତାଙ୍କ ସହ ତାଙ୍କ ପତ୍ନୀ ମଧ୍ୟ ଆଇଏଏସ୍‍ ଅଧିକାରୀ ଭାବେ ସରକାର ନିଷ୍ପତ୍ତିର ମଙ୍ଗୁଆଳ ଥିଲେ। ଏବେ ଦୁଇଜଣଯାକ ଚାକିରି ଛାଡ଼ିଛନ୍ତି। ଚାକିରି ଛାଡ଼ିଲାପରେ କିଛି ଲୋକ ସେ ବିଦେଶରେ ଚାକିରି କିବରିବାକୁ ଓଡ଼ିଶା ଛାଡ଼ିବେ ବୋଲି କହୁଥିବା ବେଳେ ଆଉ କିଛି ପାଣ୍ଡିଆନ୍‍ ପ୍ରେମୀ ତାଙ୍କୁ ବିଜେଡିକୁ ସମ୍ଭାଳିବାକୁ ଅନୁରୋଧ କରିଛନ୍ତି।  ଏ ଭିତରେ କିନ୍ତୁ ଦଳରେ ସୃଷ୍ଟି ହେଉଥିବା ବିଶୃଙ୍ଖଳା ଲାଗି ପାଣ୍ଡିଆନ୍‍ଙ୍କୁ ଦାୟୀ କରିଛନ୍ତି ଉଭୟ ବୟସ୍କ ଓ ତୁଙ୍ଗ ନେତୃତ୍ୱ । ଅଭିଜ୍ଞ ବୟସ୍କମାନେ ନବୀନ ନିବାସରେ ଶୃଙ୍ଖଳାର ସହ ବସି ଏ ବିଷୟରେ ତର୍ଜମା କରିବାକୁ କହିଥିବା ବେଳେ ତୁଙ୍ଗ ନେତୃତ୍ୱମାନେ ସିଧା ସଳଖ ବିଶୃଙ୍ଖଳା ଲାଗି ପାଣ୍ଡିଆନ୍‍ଙ୍କୁ ଦାୟୀ କରିଛନ୍ତି। ଆଜି ନବୀନ ନିବୀସ ଗେଟ୍‍ ସାମ୍ନାରେ ସେମାନେ ପାଣ୍ଡିଆନ୍‍ଙ୍କୁ ନିନ୍ଦା କରି ସ୍ଲୋଗାନ ଦେଇଛନ୍ତି।

Also Read- Venus Direct in Pisces: ଶୁକ୍ରଙ୍କ ପ୍ରଭାବରୁ ଚମକିବ ୩ ରାଶିର ଭାଗ୍ୟ, ମିଳିବ ଧନ !

Also Read- Jupiter Transit: ୩ ଥର ରାଶି ପରିବର୍ତ୍ତନ କରିବେ ଦେବଗୁରୁ, ଜାଣନ୍ତୁ ୧୨ ରାଶିରେ ପଡିବ କି ପ୍ରଭାବ

Read More
{}{}