Hindi News >>Home >>Odisha Politics

Parliament Attack: କିଏ ପ୍ରତାପ ସିମ୍ହା? ଯାହାଙ୍କ ପାସ୍ ମାଧ୍ୟମରେ ସଂସଦ ସୁରକ୍ଷାରେ ହେଲା ଉଲ୍ଲଂଘନ

Parliament Attack 2023: ସଂସଦର ସୁରକ୍ଷା ବ୍ୟବସ୍ଥାରେ ହୋଇଥିବା ଉଲ୍ଲଂଘନ ଘଟଣା ପରେ  ଚର୍ଚ୍ଚାକୁ ଆସିଛନ୍ତି ସାଂସଦ ପ୍ରତାପ ସିମ୍ହା। 

Advertisement
Parliament Attack: କିଏ ପ୍ରତାପ ସିମ୍ହା? ଯାହାଙ୍କ ପାସ୍ ମାଧ୍ୟମରେ ସଂସଦ ସୁରକ୍ଷାରେ ହେଲା ଉଲ୍ଲଂଘନ
Zee Odisha Desk|Updated: Dec 13, 2023, 03:56 PM IST
Share

Parliament Security Breach: ସଂସଦର ଶୀତକାଳୀନ ଅଧିବେଶନର ଅଷ୍ଟମ ଦିନରେ ସଂସଦର ସୁରକ୍ଷା ବ୍ୟବସ୍ଥାରେ ହୋଇଛି ଉଲ୍ଲଂଘନ। ସଂସଦର ସୁରକ୍ଷା ବଳୟ ଭେଦ କରି ଦୁଇ ଜଣ ଯୁବକ ଲୋକସଭାର ପରିଦର୍ଶକ ଗ୍ୟାଲେରୀ ଆଡ଼କୁ ଡେଇଁ ପଡ଼ିଥିଲେ। ଏହି ଘଟଣାରେ ମିଳିଥିବା ଖବର ଅନୁସାରେ କର୍ଣ୍ଣାଟକର ମହୀଶୂର ଲୋକସଭା ଆସନର ସାଂସଦ ପ୍ରତାପ ସିମ୍ହାଙ୍କ ସନ୍ଦର୍ଭରେ ପ୍ରସ୍ତୁତ ପରିଦର୍ଶକ ପାସ୍ ମାଧ୍ୟମରେ ଉଭୟ ଅଭିଯୁକ୍ତ ସଂସଦ ପରିସରରେ ପ୍ରବେଶ କରିଛନ୍ତି। ଏଭଳି ପରିସ୍ଥିତିରେ ଜାଣନ୍ତୁ ପ୍ରତାପ ସିମ୍ହା କିଏ?

କାହା ସନ୍ଦର୍ଭରେ ପ୍ରସ୍ତୁତ ହୋଇଥିଲା ପାସ୍?
ସଂସଦରେ ଗୃହ କାର୍ଯ୍ୟ ଚାଲିଥିବା ସମୟରେ ପ୍ରବେଶ କରିଥିବା ଦୁଇ ଜଣଙ୍କ ମଧ୍ୟରେ ଜଣଙ୍କ ନାମ ସାଗର ବୋଲି ଉଲ୍ଲେଖ କରାଯାଇଛି। ତାଙ୍କର ଦୁଇ ସାଥୀ ସଂସଦ ବାହାରେ ଧରାପଡିଥିଲେ। ଯାହାର ଅର୍ଥ ହେଉଛି ସୋମାନେ ମୋଟ ୪ ଜଣ ଥିଲେ। ସେମାନଙ୍କ ମଧ୍ୟରୁ ସାଗର ଶର୍ମା ଏବଂ ଡି. ମନୋରଞ୍ଜନ ସଂସଦ ପରିସରରେ ଧରା ପଡ଼ିଛନ୍ତି। ସେହିପରି ଅନମୋଲ ସୋଣ୍ଡେ ଏବଂ ନୀଲମ ସଂସଦ ବାହାରୁ ଧରା ହୋଇଛନ୍ତି। ସମସ୍ତଙ୍କୁ ଜେରା କରାଯାଉଛି। ସାଂସଦ ଦାନିଶ ଅଲ୍ଲୀ (Danish Ali) କହିଛନ୍ତି ଯେ ଉଭୟେ ମହୀଶୂର ଲୋକସଭା ଆସନର (Mysore Lok Sabha Constituency) ସାଂସଦ ପ୍ରତାପ ସିମ୍ହାଙ୍କ (Mysore MP Pratap Simha) ନାମରେ ଲୋକସଭା ପରିଦର୍ଶନ ପାସ୍ (Lok Sabha Visitor Pass) ମାଧ୍ୟମରେ ସଂସଦ ପରିସରରେ ପ୍ରବେଶ କରିଥିଲେ। କଂଗ୍ରେସ ସାଂସଦ ଅଧିର ରଞ୍ଜନ ଚୌଧୁରୀ (Congress MP Adhir Ranjan Chowdhury) କହିଛନ୍ତି ଯେ ଶୂନ କାଳ ସମୟରେ (Lok Sabha Zero Hour) ଉଭୟ ଦର୍ଶକ ଗ୍ୟାଲେରୀ ଆଡ଼କୁ ଡେଇଁପଡିଥିଲେ। ସେମାନେ କୌଣସି ଏକ ପଦାର୍ଥ ଲୋକସଭା  ପରିସରରେ ଫିଙ୍ଗି ଦେଇଥିଲେ। ଯେଉଁ କାରଣରୁ ଗ୍ୟାସ ନିର୍ଗତ ହୋଇଥିଲା। ଉଭୟଙ୍କୁ ସାଂସଦ ଗୃହ ପରିସରରେ ଧରି ନେଇଥିଲେ। ପୋଲିସ ସେମାନଙ୍କୁ ଜେରା କରିବା ଜାରି ରଖିଛି।

ପ୍ରତାପ ସିମ୍ହା କିଏ?
୪୨ ବର୍ଷୀୟ ବିଜେପି ସାଂସଦ ପ୍ରତାପ ସିମ୍ହା କର୍ଣ୍ଣାଟକର ମହୀଶୂର ସଂସଦୀୟ କ୍ଷେତ୍ରରୁ ଲୋକସଭାକୁ ପ୍ରତିନିଧିତ୍ୱ କରୁଛନ୍ତି। ତାଙ୍କ ପିତାଙ୍କ ନାମ ହେଉଛି ବି.ୱାଇ ଗୋପାଳ ଗୌଡ଼ା। ଜଣେ ମତଦାତା ରୂପରେ ତାଙ୍କର ପରିଚୟ ହେଉଛି ୨୧୫-ଚାମୁଣ୍ଡେଶ୍ୱରୀ ନିର୍ବାଚନମଣ୍ଡଳୀ କର୍ଣ୍ଣାଟକ (Chamundeshwari Assembly Constituency Karnataka) ଭାଗ ସଂଖ୍ୟା ୧୦୯ ଭାବରେ ପଞ୍ଜୀକୃତ ହୋଇଛି। ବିଜେପି ସାଂସଦ ପ୍ରତାପ ସିମ୍ହା କନ୍ନଡର ଭାଷା ଖବରକାଗଜରେ ସ୍ତମ୍ଭ ଲେଖନ୍ତି। ପେସାରେ ସେ ଜଣେ ସାମ୍ବାଦିକ ଭାବରେ କାର୍ଯ୍ୟ କରିଛନ୍ତି। ନିଜର ହିନ୍ଦୁତ୍ୱ ରାଜନୀତି ପାଇଁ ସେ ବେଶ ଜଣାଶୁଣା। ଯିଏ କର୍ଣ୍ଣାଟକ ବିଜେପି ଯୁବ ମୋର୍ଚ୍ଚା ଅଧ୍ୟକ୍ଷ (Karnataka BJP Yuva Morcha President) ଭାବେ କାର୍ଯ୍ୟ କରି ସାରିଛନ୍ତି। 

ବିଜେପି ସାଂସଦ ପ୍ରତାପ ସିମ୍ହାଙ୍କ ଜନ୍ମ କର୍ଣ୍ଣାଟକର ସକଲେଶପୁର ଅଞ୍ଚଳରେ ହୋଇଥିଲା। ଯିଏ କନ୍ନଡ ଭାଷାରେ ପ୍ରକାଶିତ ସମ୍ବାଦପତ୍ର  "ବିଜୟ କର୍ଣ୍ଣାଟକ" (Kannada News paper Vijaya Karnataka) ନାମକ ଖବରକାଗଜରେ ସାମ୍ବାଦିକ ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ସେ ଖୁବ୍ ଶୀଘ୍ର ତାଙ୍କ ସ୍ତମ୍ଭ 'ବେଟାଲେ ଜାଗାତୁ' (ନଗ୍ନ ବିଶ୍ୱ) ପାଇଁ ଚର୍ଚ୍ଚାକୁ ଆସିଥିଲେ। ଯାହା ବିଶ୍ୱ ପ୍ରତି ତୀକ୍ଷ୍ଣ ଏବଂ ସମାଲୋଚିତ ଦୃଷ୍ଟିକୋଣରେ ପରିପୂର୍ଣ୍ଣ ଥିଲା। ଆହୁରି ମଧ୍ୟ ଗତ ୨୦୦୮ ବର୍ଷରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ (Prime Minister Narendra Modi) ଉପରେ 'ନରେନ୍ଦ୍ର ମୋଦୀ: ୟାରୁ ଥୁଲିଆଡା ହାଡି' (Narendra Modi: The Untrodden Road) ଶୀର୍ଷକ ଏକ ଜୀବନୀ ଲେଖିଥିଲେ। ଗତ ୨୦୧୪ ବର୍ଷରେ ପ୍ରତ୍ୟେକ୍ଷ ରାଜନୀତିକୁ ଆସିଥିଲେ ବିଜେପି ସାଂସଦ ପ୍ରତାପ ସିମ୍ହା। ସେହି ବର୍ଷ ଅନୁଷ୍ଠିତ ହୋଇଥିବା ଲୋକସଭା ନିର୍ବାଚନରେ ସେ ତାଙ୍କ ରାଜ୍ୟର ମହୀଶୂର ଲୋକସଭା ଆସନରୁ ପ୍ରଥମ ଥର ଲାଗି ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ପୁନର୍ବାର ମହୀଶୂର ସଂସଦୀୟକ୍ଷେତ୍ରରୁ ୨୦୧୯ ନିର୍ବାଚନରେ ଦ୍ୱିତୀୟ ଥର ଲାଗି ବାଜିମାତ କରିଥିଲେ। 

Read More
{}{}