Hindi News >>Home >>Odisha Politics

Budget Session 2024: ଆଜିଠୁ ବଜେଟ୍ ଅଧିବେଶନ

Budget Session 2024: ସଂସଦର ବଜେଟ୍ ଅଧିବେସନ ଆଜିଠାରୁ ଆରମ୍ଭ ହେଉଛି।  ଏହା ଫେବୃଆରୀ ୧୩ ପର୍ଯ୍ୟନ୍ତ ଚାଲିବ। 

Advertisement
Budget Session 2024: ଆଜିଠୁ ବଜେଟ୍ ଅଧିବେଶନ
Narmada Behera|Updated: Jan 31, 2025, 08:32 AM IST
Share
Budget Session 2024: ସଂସଦର ବଜେଟ୍ ଅଧିବେସନ ଆଜିଠାରୁ ଆରମ୍ଭ ହେଉଛି।  ଏହା ଫେବୃଆରୀ ୧୩ ପର୍ଯ୍ୟନ୍ତ ଚାଲିବ। ଏହାପରେ ଅଧିବେଶନର ଦ୍ବୀତିୟ ପର୍ଯ୍ୟାୟ ମାର୍ଚ୍ଚ ୧୦ ରୁ ଆରମ୍ଭ ହୋଇ ଅପ୍ରିଲ୍ ୪ ରେ ଶେଷ ହେବ। ଆଜି ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଗୃହକୁ ସମ୍ବୋଧନ କରି ଭାଷଣ  ଦେବା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୫ ଆଗତ କରିବେ। ଫେବୃଆରୀ ୧ ବା ଶନିବାର ଅର୍ଥମନ୍ତ୍ରୀ ସାଧାରଣ ବଜେଟ୍ ୨୦୨୫-୨୬ ଉପସ୍ଥାପନ କରିବେ।  ଅର୍ଥନୈତିକ ସର୍ଭେ ରିପୋର୍ଟରେ ଚଳିତ ଆର୍ଥିକ ବର୍ଷ (୨୦୨୪-୨୫)ରେ ଘରୋଇ ଅର୍ଥ ବ୍ୟବସ୍ଥା କିଭଳି ଥିଲା  ତାହା ନେଇ ଏକ ମୂଲ୍ୟାୟନ ତଥ୍ୟ ସ୍ଥାନ ପାଇବ। ବଜେଟ୍ ଉପସ୍ଥାପନ ପୂର୍ବରୁ  କେନ୍ଦ୍ର ସରକାର ସର୍ବ ଦଳୀୟ ବୈଠକ  ଡାକିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୩୬ ଦଳର ୫୨ ନେତା ଯୋଗ ଦେଇଥିଲେ। 
 
ବଜେଟ୍ ଅଧିବେସନରେ କେନ୍ଦ୍ର ସରକାର ୧୯ ଟି ବିଲ୍ ଆଣିପାରନ୍ତି। ସେଥି ମଧ୍ୟରୁ ଓ୍ବାକଫ୍ ସଂଶୋଧନ ବିଲ୍ ସମେତ ୧୨  ବିଲ୍ କୁ ଗତବର୍ଷ  ମୌମୁମୀ  ଓ ଶୀତ ଅଧିବେସନରେ ଅଣାଯାଇଥିଲା। ୪ଟି ନୂଆ ବିଲ୍ ମଧ୍ୟରେ  ଫାଇନାନ୍ସ ବିଲ୍, ୨୦୨୫ ବ୍ୟତୀତ ପ୍ରୋଟେକ୍ସନ୍ ଅଫ୍ ଇଣ୍ଟରନେଟ୍ ଇନ୍  ଏୟାର କ୍ରାଫ୍ଟ, ଅବଜେକ୍ଟସ୍, ତ୍ରିଭୁବନ ସରକାରୀ ୟୁନିଭରସିଟି  ଓ ଇମିଗ୍ରସନ୍ ଆଣ୍ତ ଫରେନ୍ସବିଲ୍  ଅନ୍ତଭୂକ୍ତ। ପୁରୁଣା ବିଲ୍ ମଧ୍ୟରୁ ଓ୍ବାକଫ୍ ସଂଶୋଧନ ବିଲ୍ ସବୁଠୁ ଗୁରୁତ୍ବପୂର୍ଣ୍ଣ। ଏହାକୁ ଗତବର୍ଷ  ଅଗଷ୍ଟ ୮ରେ ସଂସଦରେ ଉପସ୍ଥାପନ କରାଯାଇଥିଲା। 
 
 
 
Read More
{}{}