Hindi News >>Home >>Odisha Politics

Parliament Winter Session 2024: ରାଜ୍ୟରେ ୨୪ ଲକ୍ଷ ୭୩ ହଜାର ହେକ୍ଟର ପଡିଆ

ନୂଆଦିଲ୍ଲୀ:  ରାଜ୍ୟରେ ଏବେ ୨୪ ଲକ୍ଷ ୭୩ ହଜାର ହେକ୍ଟର ଚାଷଜମି ପଡିଆ ପଡ଼ିଛି। ଜଳସେଚନର ଅଭାବ ତଥା ଅମାନଯୋଗିତା ଦୃଷ୍ଟିରୁ ଏହି ଚାଷଜମି ସବୁ ପଡ଼ିଆ ପଡ଼ିଛି। କୌଣସି ଅମଳ ହୋଇପାରୁ ନାହିଁ ବୋଲି କେନ୍ଦ୍ର ସରକାରଙ୍କର କୃଷି ଓ କୃଷକ ବିକାଶ ମନ୍ତ୍ରଣାଳୟର ସ୍ପଷ୍ଟ କରିଛି। ଲୋକସଭାରେ ଏବାବଦୀୟ ତଥ୍ୟ ରଖି କୃଷି ମନ୍ତ୍ରୀ

Advertisement
Parliament Winter Session 2024: ରାଜ୍ୟରେ ୨୪ ଲକ୍ଷ ୭୩ ହଜାର ହେକ୍ଟର ପଡିଆ
Prabhudatta Moharana|Updated: Dec 10, 2024, 12:12 PM IST
Share

Parliament Winter Session 2024: ନୂଆଦିଲ୍ଲୀ:  ରାଜ୍ୟରେ ଏବେ ୨୪ ଲକ୍ଷ ୭୩ ହଜାର ହେକ୍ଟର ଚାଷଜମି ପଡିଆ ପଡ଼ିଛି। ଜଳସେଚନର ଅଭାବ ତଥା ଅମାନଯୋଗିତା ଦୃଷ୍ଟିରୁ ଏହି ଚାଷଜମି ସବୁ ପଡ଼ିଆ ପଡ଼ିଛି। କୌଣସି ଅମଳ ହୋଇପାରୁ ନାହିଁ ବୋଲି କେନ୍ଦ୍ର ସରକାରଙ୍କର କୃଷି ଓ କୃଷକ ବିକାଶ ମନ୍ତ୍ରଣାଳୟର ସ୍ପଷ୍ଟ କରିଛି। ଲୋକସଭାରେ ଏବାବଦୀୟ ତଥ୍ୟ ରଖି କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ସମଗ୍ର ଦେଶରେ ୩ କୋଟି ୯୨ ଲକ୍ଷ ୭୭ ହେକ୍ଟର ଚାଷ ଜମି ପଡିଆ ପଡିଛି। 

ଆଜି ଲୋକସଭା ସଦସ୍ୟ ବ୍ରଜେନ୍ଦ୍ର ସିଂ ଓଲା କୃଷି ମନ୍ତ୍ରୀଙ୍କୁ ଦେଶରେ ରାଜ୍ୟ ୱାରି କେତେ ପରିମାଣର ଚାଷ ଜମିରେ ଅମଳ ହେଉଛି ତାହାର ତଥ୍ୟ ମାଗିଥିଲେ। ଉତ୍ତରରେ ମନ୍ତ୍ରୀ ୫ ବର୍ଷର ତଥ୍ୟ ରଖି ଦେଶରେ ସମୁଦାୟ ଚାଷ ଜମିରେ ୬ ଲକ୍ଷ ୪୨ ହଜାର ହେକ୍ଟର ଚାଷ ଜମି ହ୍ରାସ ପାଇଥିବା କହିଛନ୍ତି। ସେ ଉପସ୍ଥାପନ କରିଥିବା ତଥ୍ୟ ଅନୁସାରେ ୩୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୨୦୧୮-୧୯ ଆର୍ଥିକ ବର୍ଷରେ ସମୁଦାୟ ୧୮ କୋଟି ୬ ଲକ୍ଷ ୨୪ ହଜାର ହେକ୍ଟର କୃଷି ଜମି ରହିଥିଲା। ୨୦୨୨-୨୩ ଆର୍ଥିକ ବର୍ଷରେ ଏହି ପରିମାଣ ୧୭ କୋଟି ୯୯ ଲକ୍ଷ ୮୨ ହଜାରକୁ ଖସି ଆସିଛି। ଅର୍ଥାତ ୬ ଲକ୍ଷ ୪୨ ହଜାର ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି। 

କିନ୍ତୁ ଆମ ରାଜ୍ୟରେ ଚାଷ ଜମି ପରିମାଣ ବଢିଛି। ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ ୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟରେ ୬୬ ଲକ୍ଷ ୭୫ ହଜାର ହେକ୍ଟର ଚାଷଜମି ରହିଥିଲା। ଏବେ ଏହି ପରିମାଣ ୬୭ ଲକ୍ଷ ୪୨ ହଜାର ହେକ୍ଟରରେ ପହଞ୍ଚିଛି। ଏହି ଅନୁସାରେ ରାଜ୍ୟରେ ଚାଷ ବି ବୃଦ୍ଧି ପାଇଛି। ୨୦୧୮-୧୯ରୁ ୨୦୨୨-୨୩ ଆର୍ଥିକ ବର୍ଷରେ ୨ ଲକ୍ଷ ୬୩ ହଜାର ହେକ୍ଟର ଅଧିକ ଜମିରେ ଚାଷ କାର୍ଯ୍ୟ ଚାଲୁଛି। ୨୦୧୮-୧୯ ଆର୍ଥିକ ବର୍ଷରେ ସମୁଦାୟ ଚାଷ ହେଉଥିବା ଜମି ପରିମାଣ ୪୦ ଲକ୍ଷ ୬ ହଜାର ହେକ୍ଟର ଜମି ରହିଥିଲା। ଏବେ ତାହା ୪୨ ଲକ୍ଷ ୬୯ ହଜାର ହେକ୍ଟର ଜମିରେ ପହଞ୍ଚିଛି। 

Read More
{}{}