Hindi News >>Home >>Odisha Politics

Narendra Modi ବ୍ୟକ୍ତିଗତ ମିତ୍ରତାକୁ ଓଡ଼ିଶାର ସ୍ୱାର୍ଥ ପାଇଁ ବଳି ଦେଇଛି: ପ୍ରଧାନମନ୍ତ୍ରୀ

ରାଜ୍ୟର ଅସ୍ମିତାର ପ୍ରଶ୍ନ। ଏତେ ପ୍ରାକୃତିକ ସମ୍ପଦ ଓଡ଼ିଶା ପାଖରେ ରହିଛି, ତଥାପି ଦେଶର ଗରିବ ରାଜ୍ୟ ଭାବେ ଗ୍ରହଣ କରାଯାଉଛି। ଆଉ ଏଥିଲାଗି ସରକାର ଦାୟୀ। ସେଥିଲାଗି  ଓଡ଼ିଶା ଲୋକଙ୍କୁ ତାଙ୍କ ହକ୍‍ ମିଳିବା ଦରକାର। ଏହା ଓଡ଼ି ଅସ୍ମିତାର ପ୍ରଶ୍ନ। ଓଡ଼ିଶାର ସରକାର ବଦଳିବାକୁ ଯାଉଛି ଆଉ ମୁଁ ଏହାର ଏକ୍ସପାୟରୀ ତାରିଖ କହି ସାରିଛି ବୋଲି ଶ୍ରୀ ମୋଦୀ କହିଛନ୍ତି।

Advertisement
Narendra Modi ବ୍ୟକ୍ତିଗତ ମିତ୍ରତାକୁ ଓଡ଼ିଶାର ସ୍ୱାର୍ଥ ପାଇଁ ବଳି ଦେଇଛି: ପ୍ରଧାନମନ୍ତ୍ରୀ
Prabhudatta Moharana|Updated: May 28, 2024, 12:48 PM IST
Share

ଭୁବନେଶ୍ୱର: ରାଜ୍ୟରେ ନିର୍ବାଚନ ପ୍ରଚାର ପାଇଁ ଆସୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ବ୍ୟକ୍ତିଗତ ମିତ୍ରତାକୁ ବଳିଦାନ ଦେଇଥିବା ସ୍ୱୀକାର କରିଛନ୍ତି। ସେ କହିଛନ୍ତି ଏହା ଓଡ଼ିଶାର ସ୍ୱାର୍ଥ ଲାଗି ଉଦ୍ଦିଷ୍ଟ। ନିର୍ବାଚନ ପରେ ଏ ବିଷୟରେ ପୁଣିଥରେ ନିଶ୍ଚିତ କରାଇବି ଏବଂ ତାହା ସହ ଶତ୍ରୁତା ନାହିଁ ବୋଲି ସେ କହିଛନ୍ତି। 
ନ୍ୟୁଜ୍‍ ସରବରାହ ସଂସ୍ଥା ଏଏନ୍‍ଆଇକୁ ଏକ ସାକ୍ଷାତକାର ଦେଇ ସେ ଏକଥା କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହଭଲ ସମ୍ପର୍କ ଥିବା ବେଳେ ସେ ଏପରି ମନ୍ତବ୍ୟ କେମିତି ଦେଉଛନ୍ତି ବୋଲି ସୃଷ୍ଟି ହେଉଥିବା ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି,‘ ଭାରତର ସବୁ ରାଜନୀତିକ ଦଳ ସହ ଆମର ଭଲ ସମ୍ପର୍କ ରହି ଆସିଛି। ଗଣତନ୍ତ୍ରରେ ଆମର କାହା ସହ ଶତ୍ରୁତା ନାହିଁ। ବର୍ତ୍ତମାନ ପ୍ରଶ୍ନ ହେଉଛି ମୁଁ ଓଡ଼ିଶାର ସ୍ୱାର୍ଥ ଲାଗି ମୋର ବ୍ୟକ୍ତଗତ ମିତ୍ରତାକୁ ନା ଓଡ଼ିଶାର ଦୁର୍ଦ୍ଦଶାକୁ ଧ୍ୟାନ ଦେବି। ଏ ଦୁଇ ପ୍ରସଙ୍ଗରେ ମୁଁ ଓଡ଼ିଶାର ଉଜ୍ଜଳ ଭବିଷ୍ୟତ କଥା ଚିନ୍ତା କରିଛି। ଆଉ ଏଥିଲାଗି ବ୍ୟକ୍ତିଗତ ମିତ୍ରତାକୁ ବଳିଦାନ ଦେବାକୁ ହେଲେ ମୋତେ ତାହା କରିବାକୁ ପଡ଼ିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ନିର୍ବାଚନ ପରେ ମୁଁ ସମସ୍ତଙ୍କୁ ନିଶ୍ଚିତ କରାଇବି ଯେ େମାର କାହା ସହ ବ୍ୟକ୍ତିଗତ ଶତ୍ରୁତା ନାହିଁ। 

ସେ କହିଛନ୍ତି ଯେ, ଏମିତି ଏକ ଗୋଷ୍ଠୀ ପୂରା ବ୍ୟବସ୍ଥାକୁ କବ୍‍ଜା କରି ରଖିଛି। ଯଦି ସେହି ବନ୍ଧନରୁ ଓଡ଼ିଶା ବାହାରକୁ ଆସିବ ତେବେ ରାଜ୍ୟ ପ୍ରସ୍ଫୁଟିତ ହେବ। ରାଜ୍ୟର ଅସ୍ମିତାର ପ୍ରଶ୍ନ। ଏତେ ପ୍ରାକୃତିକ ସମ୍ପଦ ଓଡ଼ିଶା ପାଖରେ ରହିଛି, ତଥାପି ଦେଶର ଗରିବ ରାଜ୍ୟ ଭାବେ ଗ୍ରହଣ କରାଯାଉଛି। ଆଉ ଏଥିଲାଗି ସରକାର ଦାୟୀ। ସେଥିଲାଗି  ଓଡ଼ିଶା ଲୋକଙ୍କୁ ତାଙ୍କ ହକ୍‍ ମିଳିବା ଦରକାର। ଏହା ଓଡ଼ି ଅସ୍ମିତାର ପ୍ରଶ୍ନ। ଓଡ଼ିଶାର ସରକାର ବଦଳିବାକୁ ଯାଉଛି ଆଉ ମୁଁ ଏହାର ଏକ୍ସପାୟରୀ ତାରିଖ କହି ସାରିଛି ବୋଲି ଶ୍ରୀ ମୋଦୀ କହିଛନ୍ତି।

Read More
{}{}