Hindi News >>Home >>Odisha Politics

Rajasthan New CM: ଭଜନ ଲାଲ ଶର୍ମା ହେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ

Rajasthan New Chief Minister: ରାଜସ୍ଥାନର ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ଚାଲିଥିବା କଳ୍ପନାଜଳ୍ପନା ମଙ୍ଗଳବାର ଶେଷ ହୋଇଛି । ଭାରତୀୟ ଜନତା ପାର୍ଟି ରାଜ୍ୟର ନେତୃତ୍ୱ ଭଜନ ଲାଲ ଶର୍ମାଙ୍କୁ ଦେଇଛି ।

Advertisement
Rajasthan New CM: ଭଜନ ଲାଲ ଶର୍ମା ହେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ
Zee Odisha Desk|Updated: Dec 12, 2023, 05:02 PM IST
Share

Bhajan Lal Sharma will be the new CM of Rajasthan: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଥିବା ଚାଲିଥିବା ଚର୍ଚ୍ଚା ଉପରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଦଳ ନେତା ଭଜନ ଲାଲ ଶର୍ମାଙ୍କୁ ରାଜସ୍ଥାନସ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି ବିଜେପି କେନ୍ଦ୍ରୀୟ ନେତୃତ୍ୱ। ଛତିଶଗଡ଼ ଏବଂ ମଧ୍ୟପ୍ରଦେଶ ରାଜସ୍ଥାନ ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ଡିସେମ୍ବର ୧୨ ତାରିଖ ମଙ୍ଗଳବାର ସ୍ପଷ୍ଟ ହୋଇଯାଇଛି। ଏଠାରେ ମଧ୍ୟ ବିଜେପି ସମସ୍ତଙ୍କୁ ଚକିତ କରି ମୁଖ୍ୟମନ୍ତ୍ରୀ ଆସନରେ ଦଳୀୟ ବିଧାୟକ ଭଜନ ଲାଲ ଶର୍ମାଙ୍କୁ ଦେବାକୁ ନିଷ୍ପତ୍ତି ନେଇଛି। 

ପ୍ରଥମ ଥର ଲାଗି ବିଧାୟକ ନିର୍ବାଚିତ ହୋଇଥିବା ଭଜନ ଲାଲ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି ବିଜେପି କେନ୍ଦ୍ରୀୟ ନେତୃତ୍ୱ। ଅନ୍ୟପଟେ ଦୀୟା କୁମାରୀ ଏବଂ ପ୍ରେମଚନ୍ଦ୍ର ବୈରୱାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦଭାର ମିଳିଛି। ଭଜନ ଲାଲ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ କରିବା ନେଇ ପ୍ରସ୍ତାବ ପୂର୍ବତନ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ରଖିଥିଲେ। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଦୌଡ଼ରେ ବସୁନ୍ଧରା ରାଜେଙ୍କ ସମେତ ୩ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ, ଅଶ୍ୱିନୀ ବୈଷ୍ଣବ, ଅର୍ଜୁନ ରାମ ମେଘୱାଲ, ଦୀୟା କୁମାରୀ, ବାବ ବାଳକନାଥ, ଦଳର ରାଜସ୍ୟଭା ସାଂସଦ କିରୋଡ଼ି ଲାଲ ମୀଣା ପ୍ରମୁଖ ସାମିଲ ହୋଇଥିଲେ। ମାତ୍ର ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଥିବା ଦୌଡ଼ରେ ବାଜି ମାରି ନେଇଛନ୍ତି ଭଜନ ଲାଲ ଶର୍ମା। ଯିଏ ୨୦୨୩ ରାଜସ୍ଥାନ ବିଧାନସଭା ନିର୍ବାଚନରେ ସାଙ୍ଗାନେର ଆସନରୁ ପ୍ରଥମ ଥର ଲାଗି ବିଧାୟକ ନିର୍ବାଚିତ ହୋଇଛନ୍ତି। 

ବହୁ ଛକାପଞ୍ଝା ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯାଇଛି। ବିଜେପି ବିଧାୟକ ଦଳ ଭଜନଲାଲ ଶର୍ମାଙ୍କ ନାମରେ ମୋହର ମାରିଛି। ମୁଖ୍ୟମନ୍ତ୍ରୀ ଚୟନ କରିବା ପୂର୍ବରୁ ବିଜେପି ବିଧାୟକ ଦଳ ବୈଠକରେ ବେଶ ଲମ୍ବା ସମୟ ଧରି ମନ୍ଥନ ଚାଲିଥିଲା। ବିଜେପି ଲାଗି ସବୁଠାରୁ ବଡ଼ ଆହ୍ୱାନ ଥିଲା ପୂର୍ବତନ ବସୁନ୍ଧରା ରାଜେଙ୍କୁ ମନାଇବା। ଏନେଇ ଦଳର ବରିଷ୍ଠ ନେତା ରାଜନାଥ ସିଂହଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଥିଲେ ବିଜେପି ନେତୃତ୍ୱ। ତାଙ୍କ ସହିତ ବିନୋଦ ତାୱଡେ ଏବଂ ସରୋଜ ପାଣ୍ଡେଙ୍କୁ ସହ ପର୍ଯ୍ୟବେକ୍ଷକ କରାଯାଇଥିଲା। ବିଜେପି ବିଧାୟକ ଦଳ ବୈଠକରେ ଯୋଗ ଦେବା ଲାଗି ୩ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଡିସେମ୍ବର ୧୨ ତାରିଖ ମଙ୍ଗଳବାର ରାଜଧାନୀ ଜୟପୁର ଠାରେ ପହଞ୍ଚିଥିଲେ।

ଜୟପୁର ଠାରେ ପହଞ୍ଚିବା ପରେ ରାଜନାଥ ସିଂହ ପ୍ରଥମେ ବସୁନ୍ଧରା ରାଜେଙ୍କ ସହ ହୋଟେଲ ଲଲିତ ଠାରେ ଏକ ବୈଠକ କରିଥିଲେ। ଯେଉଁ ବୈଠକ ପ୍ରାୟ ଅଘ ଘଣ୍ଟା ଧରି ଚାଲିଥିଲା। ବୈଠକ ଶେଷ ହେବାସ ପରେ ଉଭୟ ରାଜନାଥ ସିଂହ ଏବଂ ବସୁନ୍ଧରା ରାଜେ ଦଳୀୟ କାର୍ଯ୍ୟାଳୟ ଅଭିମୁଖେ ବାହାରିଥିଲେ। ବିଧାୟକ ଦଳ ବୈଠକ ପୂର୍ବରୁ ଦଳୀୟ କାର୍ଯ୍ୟାଳୟରେ ଏକ ଫଟୋ ସେସନ ଅନୁଷ୍ଠିତ ହୋଇଥିଲା। ଯେଉଁଠାରେ ବସୁନ୍ଧରା ରାଜେ ରାଜନାଥ ସିଂହ ଏବଂ ପ୍ରହ୍ଲାଦ ଯୋଶୀଙ୍କ ସହ ଆଗରେ ବସିଥିଲେ। ଫଟୋ ସେସନ ଶେଷ ହେବା ପରେ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷାଣା କରାଯାଇଥିଲା।

 

 

 

Read More
{}{}