ଭୁବନେଶ୍ୱର: ୱକ୍ଫ ବିଲ୍କୁ ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ସମର୍ଥନ ପ୍ରସଙ୍ଗରେ ବିହିତ ପଦକ୍ଷେପ ଦାବି କରିଛନ୍ତି ବିଜେଡି ନେତା ପ୍ରଫୁଲ୍ଲ ସାମଲ । ଏନେଇ ବିଜେଡି ସୁପ୍ରିମୋଙ୍କୁ ପଦକ୍ଷେପ ଗ୍ରହଣ କରିବାକୁ ଚିଠି ଲେଖିଛନ୍ତି ପ୍ରଫୁଲ୍ଲ । ସସ୍ମିତଙ୍କ ମନ୍ତବ୍ୟ ଦୁଃଖଦାୟକ ଓ ଦୁର୍ଭାଗ୍ୟଜନକ ଓ ସସ୍ମିତଙ୍କ ମନ୍ତବ୍ୟ ଆମ ଦଳକୁ କ୍ଷତି ପହଞ୍ଚାଇବ ବୋଲି ଅନୁଭବ କରୁଛି ବୋଲି ପ୍ରଫୁଲ୍ଲ କହିଛନ୍ତି ।
ସେହିପରି ସସ୍ମିତ ପାତ୍ରଙ୍କୁ ନେଇ ବିଧାୟକ ଗଣେଶ୍ବର ବେହେରା ସମାଲୋଚନା କରି କହିଛନ୍ତି ଯେ, ଦଳ ପାଇଁ ଉତ୍ତରଦାୟୀ ରହିବେ ଏବଂ କୈଫତ ଦେବେ ସସ୍ମିତ । ସେ ସନ୍ତୋଷଜନକ ଉତ୍ତର ନଦେଲେ କାର୍ଯ୍ୟାନୁଷ୍ଠାନ ଜରୁରୀ । ସସ୍ମିତ ପାତ୍ରଙ୍କ ମନ୍ତବ୍ୟ ଦଳ ପାଇଁ ବଡ଼ କ୍ଷତି ପହଞ୍ଚାଇବ । ନବୀନ ବାବୁ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ବିଶ୍ବାସ ରହିଛି ।
ସୂଚନାଯୋଗ୍ୟ, ରାଜ୍ୟସଭାରେ ୱକ୍ଫ ସଂଶୋଧନ ବିଲ୍ ଆଲୋଚନା ସମୟରେ ପ୍ରଥମେ ବିଜେଡି ପକ୍ଷରୁ ବିରୋଧ କରାଯାଇଥିଲା । ଆଲୋଚନାରେ ଭାଗ ନେଇ ୱକ୍ଫ ବିଲ୍କୁ ବିରୋଧ କରି ସାଂସଦ ମୁନା ଖାନ୍ କହିଥିଲେ ଯେ, ୱକ୍ଫ ସମ୍ପତ୍ତି ସୁରକ୍ଷିତ ରହିବା ନେଇ ମନ୍ତ୍ରୀ ସ୍ପଷ୍ଟ କରନ୍ତୁ । କିନ୍ତୁ ପରବର୍ତ୍ତୀ ସମୟରେ ବିଜେଡି ପକ୍ଷରୁ ଆଭିମୁଖ୍ୟ ବଦଳାଯାଇଥିଲା । ‘ଏକ୍ସ’ମାଧ୍ୟମରେ ସୂଚନା ବିଜେଡି ସାଂସଦ ସସ୍ମିତ ପାତ୍ର ସୂଚନା ଦେଇ ଲେଖିଥିଲେ ଯେ, ୱକ୍ଫ ସଂଶୋଧନ ବିଲକୁ ବିରୋଧ ନ କରି ବିବେକ ଅନୁସାରେ ଭୋଟ୍ ଦେବାକୁ ନିଷ୍ପତ୍ତି ନେଇଛୁ । ରାଜ୍ୟସଭାରେ ଭୋଟିଂ ସମୟରେ ବିଜେଡି ସାଂସଦଙ୍କ ମତ ଦୁଇ ଭାଗ ହୋଇଥିଲା ।
Also Read- Lucky Zodiac Sign: ୫ ଏପ୍ରିଲ ଦୁର୍ଗାଷ୍ଟମୀରେ ଅମଳା ଯୋଗ, ଏହିସବୁ ରାଶିର ଭାଗ୍ୟ ଉଜ୍ୱଳ
Also Read- ଯାତ୍ରା ଅଭିନେତା ପୀୟୁଷଙ୍କୁ ନେଇ ପୁଣି ଚର୍ଚ୍ଚା, ମହାସଂଘ ସଭାପତିଙ୍କୁ ଚିଠି ଲେଖିଲେ ବାପା