Home >>Odisha Politics

ପାଣ୍ଡିଆନଙ୍କ ବିରୁଦ୍ଧରେ ଉଗାରିଲେ ପାଟଶାଣୀ, କ’ଣ କହିଲେ ଜାଣନ୍ତୁ ୧୦ ପ୍ରମୁଖ ବିନ୍ଦୁରେ

ବିଜେଡି ଟିକଟରେ ଲଗାତାର ୪ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ ପ୍ରସନ୍ନ ପାଟ୍ଟଶାଣୀ। ଗତ ନିର୍ବାଚନରେ ଟିକଟ ନମିଳିବାରୁ ସେ ଅସନ୍ତୁଷ୍ଟ ଥିଲେ। ଏହାପରେ ବିଜେପିରେ ଯୋଗ ଦେଇଥିଲେ ଶ୍ରୀ ପାଟଶାଣୀ।

Advertisement
ପାଣ୍ଡିଆନଙ୍କ ବିରୁଦ୍ଧରେ ଉଗାରିଲେ ପାଟଶାଣୀ, କ’ଣ କହିଲେ ଜାଣନ୍ତୁ ୧୦ ପ୍ରମୁଖ ବିନ୍ଦୁରେ
Soubhagya Ranjan Mishra|Updated: Oct 15, 2024, 02:23 PM IST
Share

ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ୍‍। ବିଜେଡି ନିର୍ବାଚନରେ ହାରିଲେ ସନ୍ନ୍ୟାସ ନେବେ ବୋଲି କହିଥିବା ପାଣ୍ଡିଆନ୍‍ ଏବେ ସକ୍ରିୟ ରହିଛନ୍ତି ବୋଲି କହିଛନ୍ତି ବରିଷ୍ଠ ନେତା। ଏପରିକି ତାଙ୍କୁ ଦାୟୀ କରି ଗତକାଲି ଦଳରେ ନାହାନ୍ତି ବୋଲି ଅମର ପ୍ରସାଦ ଶତପଥୀ କହିବା ପରେ ଆଜି ଦଳ ଛାଡ଼ି ବିଜେପିରେ ଯୋଗ ଦେଇଥିବା ପ୍ରସନ୍ନ ପାଟ୍ଟଶାଣୀ ପୁଣିଥରେ ପାଣ୍ଡିଆନ୍‍ଙ୍କ ଚର୍ଚ୍ଚାକୁ ଆଣିଛନ୍ତି। ତାଙ୍କ ପାଇଁ ସେ ଦଳ ଛାଡ଼ିଛନ୍ତି ବୋଲି ସ୍ପଷ୍ଟ ଭାବେ କହିଛନ୍ତି। ଏପରିକି ଦଳରୁ ସନ୍ନ୍ୟାସ ନେବ ବୋଲି କହୁଥିବା ଲୋକଟା ପୁଣି କାହିଁକି ଆସୁଛି ବୋଲି ସେ ପ୍ରଶ୍ନ କରିଛନ୍ତି।

ବିଜେଡି ଟିକଟରେ ଲଗାତାର ୪ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ ପ୍ରସନ୍ନ ପାଟ୍ଟଶାଣୀ। ଗତ ନିର୍ବାଚନରେ ଟିକଟ ନମିଳିବାରୁ ସେ ଅସନ୍ତୁଷ୍ଟ ଥିଲେ। ଏହାପରେ ବିଜେପିରେ ଯୋଗ ଦେଇଥିଲେ ଶ୍ରୀ ପାଟଶାଣୀ।

1. ଆଜି ସେ ଗଣମାଧ୍ୟମରେ ବୟାନ ରଖି କହିଛନ୍ତି,  ବରିଷ୍ଠ ନେତା ଅମର ଶତପଥୀ ଯାହା କହିଛନ୍ତି ସେଥିରେ କୌଣସି ଭୁଲ ନାହିଁ।

2. ଭଲ ମନ୍ଦ କିଏ ବା ବୁଝୁଛି। ମୋତେ ଦୁଃଖ ଲାଗୁଛି ଯେ ପାଣ୍ଡିଆନ ବାବୁ ଯେତେଦିନଯାଏ ଥିବେ ସେ ପର୍ଯ୍ୟନ୍ତ ଆଉ ବିଜେଡି ଆସିବ ନାହିଁ। କ’ଣ ପାଇଁ ଏତେ ଆନନ୍ଦ ଯେ ସେ ଆସିଗଲେ ବା ପଳାଇଗଲେ?

3. ସେ ପରା କହୁଥିଲେ ରାଜନୀତିରୁ ସନ୍ନ୍ୟାସ ନେବେ ବୋଲି? କାହିଁକି କହୁଥିଲେ? ସେ ଭୁଲଟା ନା ସିଏ ବୁଝି ପାରୁଛନ୍ତି ନା ଆମକୁ ଦେଖାଯାଉଛି।

4. ନବୀନ ପଟ୍ଟନାୟକଙ୍କ ପ୍ରତି ଦୁର୍ବଳତା ରହିବା ସ୍ୱଭାବିକ। ମୁଁ ତାଙ୍କ ବିରୁଦ୍ଧରେ ସେବେ କହୁ ନଥିଲି କି ଏବେ କହୁନାହିଁ।

5. ପାଣ୍ଡିଆନଙ୍କ ଯୋଗୁ ଏକ ଲୋକପ୍ରିୟ ସରକାର ଚାଲିଗଲା

6. ଏବେ ତାଙ୍କ ପ୍ରତି ଲୋକଙ୍କ କାହିଁକି ଅନାଗ୍ରହ? ଲୋକ ତ ନବୀନ ପଟ୍ଟନାୟକ ବିରୁଦ୍ଧରେ କହୁନାହାନ୍ତି ପଦେ, କାହିଁକି କହୁଛନ୍ତି ‘ତାଙ୍କୁ କାହିଁକି ରଖିଛ’? ମୋର କହିବାର ଉଦ୍ଦେଶ୍ୟ ହେଉଛି ଯେ, କିଏ ଏ ଲୋକଟା?

7. ବହୁତ ଭଲ ଭଲ ଲୋକ ଅଛନ୍ତି, ଏ ପାଣ୍ଡିଆନ୍‍ଙ୍କ ପଛରେ ଗୋଡ଼ାଇ ଲାଭ କ’ଣ?

8. ଲୋକମାନେ ଯେତେବଳେ ଫୋପାଡ଼ି ଦେବେ, ସେ ଯେଉଁ ଦଳ ହେଉ ପଛେ, ଅବସ୍ଥା ଆଉ ଫେରିବ ନାହିଁ। ଆଉ ହେବ କ’ଣ?

9. ପ୍ରତିଷ୍ଠାତା ସଦସ୍ୟ ଜାଣିଛି, ସେତେବଳେ କ’ଣ ଥିଲା ଏବେ କ’ଣ ଅଛି? ସେ ଅନୁଭବ କରୁଛି- ପାଣ୍ଡିଆନ୍‍ ତ ଗଲା ପୁଣି ଆସୁଛି.. କାହିଁକି? ମୁଁ ଆଉ କିଛି କହିବି ନାହିଁ।

10. ମୁଁ ସ୍ପଷ୍ଟ ଭାବେ କହୁଛି ମୁଁ ଦଳ ଛାଡ଼ିଲି ପାଣ୍ଡିଆନଙ୍କ ପାଇଁ।

Also Read- Lucky Zodiac Sign: ୧୫ ଅକ୍ଟୋବରରେ ବିଦ୍ୟା ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Also Read- Weekly Family Horoscope: ନୂଆ ସପ୍ତାହରେ ଏହି ରାଶିର ପାରିବାରିକ ଜୀବନ ହେବ ଖାସ୍

Read More
{}{}