Hindi News >>Home >>Odisha Politics

Narendra Modi : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ପ୍ରଧାନମନ୍ତ୍ରୀ, ଆଜି ଦୁଇଟି ସ୍ଥାନରେ ଦେବେ ଉଦବୋଧନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସୋମବାର ସକାଳେ ବ୍ରହ୍ମପୁର ଅଭିମୁଖେ ଯିବେ। ସେଠାରେ ନିର୍ବାଚନୀ ସଭାରେ ଯୋଗ ଦେବେ। ପରେ ସେ ପୁଣି ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ସାମିଲ ହୋଇ ଉଦ୍‌ବୋଧନ ଦେବେ ବୋଲି ସୂଚନା ରହିଛି।।

Advertisement
Narendra Modi : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ପ୍ରଧାନମନ୍ତ୍ରୀ, ଆଜି ଦୁଇଟି ସ୍ଥାନରେ ଦେବେ ଉଦବୋଧନ
Prabhudatta Moharana|Updated: May 06, 2024, 07:13 AM IST
Share

Narendra Modi : ଭୁବନେଶ୍ୱର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାରେ ଦୁଇଟି ନିର୍ବାଚନୀ ରାଲିରେ ଯୋଗଦେବେ। ବ୍ରହ୍ମପୁର ଓ ନବରଙ୍ଗପୁରରେ ଦୁଇଟି ସ୍ଥାନରେ ନିର୍ବାଚନୀ ସଭାବେ ଉଦବୋଧନ ଦେବେ। ସୋମବାର ପୂର୍ବାହ୍ନ ୧୦ଟାରେ ବ୍ରହ୍ମପୁର ନିକଟସ୍ଥ କନିଷି ଛକରେ ଏକ ନିର୍ବାଚନୀ ସଭାରେ ଉଦବୋଧନ ଦେବେ। ସେହିପରି ଦିନ ପ୍ରାୟ ସାଢେ ୧୨ଟା ବେଳେ ନବରଙ୍ଗପୁରସ୍ଥିତ ଚିକିଲି ଛକରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧନ କରିବେ। ସେହିପରି ବିଜେପିର ବରିଷ୍ଠ ନେତାଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। 

ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ରାତିରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ବାୟୁ ସେନାର ଏକ ସ୍ବତନ୍ତ୍ର ବିମାନରେ ପହଞ୍ଚିଲା ପରେ ବରିଷ୍ଠ ବିଜେପି ନେତାମାନେ ତାଙ୍କୁ ସ୍ବାଗତ ଜଣାଇଥିଲେ। ବିମାନବନ୍ଦର ବାହାରେ କଳାକାରମାନେ ପାରମ୍ପରିକ ବାଦ୍ୟ, ନୃତ୍ୟ ଓ ଗୀତରେ ମୋଦୀଙ୍କୁ ସ୍ବାଗତ କରିଥିରେ ଦଳୀୟ କର୍ମକର୍ତ୍ତାମାନେ। ବିମାନବନ୍ଦରରୁ ପ୍ରଧାନମନ୍ତ୍ରୀ ମୋଦୀ ସିଧାସଳଖ ରାଜଭବନ ଅଭିମୁଖେ ସ୍ବତନ୍ତ୍ର କାରକେଡରେ ଯାଇଥିଲେ। ଭୁବନେଶ୍ୱରସ୍ଥିତ ରାଜଭବନରେ ରାତି ବିତାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସୋମବାର ସକାଳେ ବ୍ରହ୍ମପୁର ଅଭିମୁଖେ ଯିବେ। ସେଠାରେ ନିର୍ବାଚନୀ ସଭାରେ ଯୋଗ ଦେବେ। ପରେ ସେ ପୁଣି ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ସାମିଲ ହୋଇ ଉଦ୍‌ବୋଧନ ଦେବେ ବୋଲି ସୂଚନା ରହିଛି।।

ମୋଦୀଙ୍କ ଗସ୍ତ ପାଇଁ ଏହାପୂର୍ବରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କାରକେଡ ରିହରସେଲ ହୋଇଛି। ଗସ୍ତ ବେଳେ ରାଜଧାନୀ ନୋ ଫ୍ଲାଇିଂ ଜୋନ୍ ଘୋଷଣା ହୋଇଛି। ବ୍ଲୁ ବୁକ ଅନୁସାରେ ଏସପିଜି ସହ ଆଲୋଚନା କରାଯିବ ପରେ ବିମାନବନ୍ଦରରେ ସିଆଇଏସଏଫ ପୁଲିସ ମୁତୟନ ହୋଇଛନ୍ତି। ରାଜଭବନରେ ମଧ୍ୟ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷା ପାଇଁ ୩ ଜଣ ଡିଏସପି, ୧୦ ଏସସିପି, ୧୭ ଆଇଆଇସି, ୯୦ ଏସଆଇ ଏବଂ ଏସଆଇ ନିୟୋଜିତ ହୋଇଛନ୍ତି। ମୋଟ୍ ୨୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ଟ୍ରାଫିକ କଂଟ୍ରୋଲ ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବେଳେ ରାସ୍ତାକୁ ବାରିକେଡ କରାଯିବ। ପୁଲିସ କମିସନର ସଂଜୀବ ପଣ୍ଡା ଏହି ସୂଚନା ଦେଇଛନ୍ତି।

Read More
{}{}