Hindi News >>Home >>Odisha Politics

Probable Cabinet Minster: ସାମ୍ନାକୁ ଆସିଲା ସମ୍ଭାବ୍ୟ ମନ୍ତ୍ରୀଙ୍କ ତାଲିକା, ଜାଣନ୍ତୁ କେଉଁମାନଙ୍କର ନାଁ ରହିଛି

ଆଞ୍ଚଳିକ ସାମ୍ୟ ପ୍ରତିଷ୍ଠା ଦିଗରେ ଦଳ ଚେଷ୍ଟା କରିପାରେ। ଏହିକ୍ରମରେ କୋରାପୁଟରୁ ରଘୁରାମ ମାଛ, ମାଲକାନଗିରିର ନରସିଂହ ମାଡ଼କାମୀ, ମୟୁରଭଞ୍ଜର ଭାସ୍କର ମଢ଼େଇ, ପ୍ରକାଶ ସୋରେନ୍‍ ପ୍ରମୁଖଙ୍କ ନାଁ ଚର୍ଚ୍ଚାରେ ରହିଛି। 

Advertisement
Probable Cabinet Minster: ସାମ୍ନାକୁ ଆସିଲା ସମ୍ଭାବ୍ୟ ମନ୍ତ୍ରୀଙ୍କ ତାଲିକା, ଜାଣନ୍ତୁ କେଉଁମାନଙ୍କର ନାଁ ରହିଛି
Prabhudatta Moharana|Updated: Jun 12, 2024, 12:12 PM IST
Share

Probable Cabinet Minster: ଭୁବନେଶ୍ୱର: ଆଉ କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହା ପୂର୍ବରୁ ସେ ତାଙ୍କର କ୍ୟାବିନେଟ ମନ୍ତ୍ରୀଙ୍କ ତାଲିକା ଚୂଡାନ୍ତ କରିପାରନ୍ତି। ପରମ୍ପରା ଓ ବିଧି ଅନୁସାରେ ରାଜ୍ୟ ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ସମୁଦାୟ ୨୨ଜଣ ସଦସ୍ୟ ରହିପାରିବେ। ଏଥିରୁ ଦୁଇଜଣ ଉପ ମୁଖ୍ୟମନ୍ତ୍ରୀ ଭାବେ ନାମ ଘୋଷଣା ହୋଇଥିବାରୁ ଏବେ ସର୍ବାଧିକ ୧୯ ଜଣଙ୍କୁ ମନ୍ତ୍ରୀ ପଦ ଦେଇପାରିବେ ମୋହନ ମାଝି। ମନ୍ତ୍ରୀ ଭାବେ ଦକ୍ଷ ବିଧାୟକଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇ ଥାଏ। ଏହାସହ ଏହି କ୍ରମରେ ଆଞ୍ଚଳିକ ସାମ୍ୟ, ଜାତି ତଥା ସାମ୍ପ୍ରଦାୟିକ ପ୍ରତିନିଧି ସାମ୍ୟ ପ୍ରତିଷ୍ଠା ଲାଗି ଉଦ୍ୟମ କରାଯାଇଥାଏ। ମୁଖ୍ୟତଃ ଏହା ଏକ ସମାବେଶୀ ବିକାଶ ପଥରେ ରାଜ୍ୟକୁ ପ୍ରେରିତ କରିବ ବୋଲି ଆଶା ରଖିଥାଏ। 

ଏହିକ୍ରମରେ ମନ୍ତ୍ରୀପଦ ଲାଗି ଚର୍ଚ୍ଚା ହେଉଥିବା ବରିଷ୍ଠ ବ୍ୟକ୍ତି ବିଶେଷଙ୍କ ଭିତରେ ଆଗୁଆ ରହିଛନ୍ତି ସୁରେଶ ପୂଜାରୀ, ଜୟନାରାୟଣ ମିଶ୍ର, ସୁରମା ପାଢ଼ୀ, ପୃଥ୍ୱୀରାଗଜ ହରିଚନ୍ଦନ, ପଦ୍ମଲୋଚନ ପଣ୍ଡା, ମୁକେଶ ମହାଲିଙ୍ଗ, ସୁରଜ ସୂର୍ଯ୍ୟବଂଶୀ, ରବି ନାଏକ ପ୍ରମୁଖ। ତେବେ ମୁଖ୍ୟମନ୍ତ୍ରୀଙ୍କ ପ୍ରାର୍ଥୀ ଘୋଷଣା ପରି ଚକିତ କରିଲା ଭଳି କିଛି ନାଁ ମଧ୍ୟ ଏଥିରେ ସାମିଲ୍‍ ହୋଇପାରନ୍ତି। ଏବେ ବିଜେପି ପାଖରେ ୭୮ଜଣ ବିଧାୟକ ରହିଛନ୍ତି। ୩ ଜଣ ସ୍ୱାଧୀନ ଭାବେ ଜିତିଥିବା ବିଧାୟକ ମଧ୍ୟ ଦଳକୁ ସମର୍ଥନ କରୁଛନ୍ତି। ଅର୍ଥାତ୍‍ ନିଜ ଦମ୍‍ ରେ ଜିତିଥିବା ଏହି ସ୍ୱାଧୀନ ବିଧାୟକଙ୍କୁ ମଧ୍ୟ ଦଳ ମନ୍ତ୍ରୀ ଭାବେ ନିଯୁକ୍ତ କରିପାରେ। 

ନୂଆ ମୁହଁ ତାଲିକାରେ ପ୍ରଥମେ ଆସୁଛି କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ନାଁ। ସେ ତତ୍‍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ  ପ୍ରତିଦ୍ୱନ୍ଦ୍ୱୀ ଭାବେ ପରାସ୍ତ କରିଛନ୍ତି। ନିର୍ବାଚିତ ପ୍ରତିନିଧିଙ୍କ ଭିତରେ ଅନେକ ନବାଗତ ହୋଇଥିବାରୁ ଏଥର ମନ୍ତ୍ରିମଣ୍ଡଳରେ ଅନେକ ନୂଆ ନାଁକୁ ଦେଖିବାକୁ ମିଳିପାରେ। ଝାରସୁଗୁଡ଼ାର ଟଙ୍କଧର ତ୍ରିପାଠୀ, ଗୋପାଳପୁର ବିଧାୟକ ବିଭୁତି ଜେନା, ଜଗତସିଂହପୁରର ଅମରେନ୍ଦ୍ର ଦାସ, ବଡ଼ଚଣାର ଅମର ନାୟକ ପ୍ରମୁଖଘଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି। 

ଆଞ୍ଚଳିକ ସାମ୍ୟ ପ୍ରତିଷ୍ଠା ଦିଗରେ ଦଳ ଚେଷ୍ଟା କରିପାରେ। ଏହିକ୍ରମରେ କୋରାପୁଟରୁ ରଘୁରାମ ମାଛ, ମାଲକାନଗିରିର ନରସିଂହ ମାଡ଼କାମୀ, ମୟୁରଭଞ୍ଜର ଭାସ୍କର ମଢ଼େଇ, ପ୍ରକାଶ ସୋରେନ୍‍ ପ୍ରମୁଖଙ୍କ ନାଁ ଚର୍ଚ୍ଚାରେ ରହିଛି। 

ପୁଣି ରାଜଧାନୀର ତିନି ଆସନ ଭିତରୁ ମାତ୍ର ଗୋଟିକରେ ବିଜୟୀ ହୋଇଛି ବିଜେପି। ଏଣୁ ଏକାମ୍ର ବିଧାୟକ ବାବୁସିଂହ ଏଥର ମନ୍ତ୍ରୀ ହେବା ପ୍ରାୟତଃ ନିଶ୍ଚିତ। କଟକ, ଖଣ୍ଡପଡ଼ା ଖଲିକୋଟକୁ ମଧ୍ୟ ମନ୍ତ୍ରୀପଦ ମିଳିବା ସମ୍ଭାବନା ରହିଛି। କୋରେଇରେ ବିଜେଡି ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ମା’ଙ୍କୁ ହରାଇ ଜିତିଛନ୍ତି ଆକାଶ ଦାସ ନାୟକ। ସିନେମା ଅଭିନେତା ତଥା ବିଜେଡିରୁ ଆସିଥିବା ଆକାଶ ବି ଏଥର ମନ୍ତ୍ରୀପଦ ପାଇବା ସମ୍ଭାବନା ରହିଛି। ଯୁବ ଚେହେରା ତଥା ମହିଳା ଭାବେ ଭାବେ ବ୍ରହ୍ମଗିରି ବିଧାୟକ ଉପାସନାଙ୍କୁ ବି ଏଥର ମନ୍ତ୍ରୀ ପଦ ମିଳିପାରେ। 

ଓଡିଶା ମନ୍ତ୍ରିମଣ୍ଡଳର ସମ୍ଭାବ୍ୟ ନାମ ୨୦୨୪

ମୁଖ୍ୟମନ୍ତ୍ରୀ - ମୋହନ ମାଝୀ
ଉପମୁଖମନ୍ତ୍ରୀ - ପ୍ରଭାତୀ ପରିଡା, କେଭି ସିଂଦେଓ

ଅଶ୍ୱିନୀ କୁମାର ଷଡ଼ଙ୍ଗୀ - ବରଗଡ଼
ସୁରେଶ ପୂଜାରୀ - ଝାରସୁଗୁଡା
ଦୁର୍ଗାଚରଣ ତନ୍ତୀ - ସୁନ୍ଦରଗଡ଼
ଜା୍ୟନାରାୟଣ ମିଶ୍ର - ସମ୍ବଲପୁର
ରବିନାରାୟଣ ନାୟକ - ସମ୍ବଲପୁର
ଅଖିଳ ନାୟକ - କେନ୍ଦୁଝର
କୃଷ୍ଣ ଚନ୍ଦ୍ର ମହାପାତ୍ର - ମୟୁରଭଞ୍ଜ
ମାନସ ଦତ୍ତ - ବାଲେଶ୍ୱର
ସୂର୍ଯ୍ୟବଂଶୀ ସୁରଜ - ଭଦ୍ରକ
ଆକାଶ ଦାସ ନାୟକ - ଯାଜପୁର
ବିଭୁତି ପ୍ରଧାନ - ଢେଙ୍କାନାଳ
ପ୍ରତାପ ଚନ୍ଦ୍ର ପ୍ରଧାନ - ଅନୁଗୁଳ
ଲକ୍ଷ୍ମଣ ବାଗ - ବଲାଙ୍ଗୀର
ଗୌରୀ ଶଙ୍କର ମାଝୀ - ନବରଙ୍ଗପୁର
ଅମରେନ୍ଦ୍ର ଦାସ - ଜଗତସିଂପୁର
ଆଶ୍ରିତ ପଟନାୟକ - ପୁରୀ
ବାବୁ ସିଂ - ଖୋର୍ଦ୍ଧା
ପୃଥ୍ୱୀରାଜ ହରିଚନ୍ଦନ - ଖୋର୍ଦ୍ଧା
ପୂର୍ଣ୍ଣଚନ୍ଦ୍ର ସେଠି - ଗଞ୍ଜାମ
ସିଦ୍ଧାନ୍ତ ମହାପାତ୍ର - ଗଞ୍ଜାମ
ରଘୁରାମ ମାଛ - କୋରାପୁଟ

Read More
{}{}