Home >>Odisha Politics

Rajastan Political Drama: ପୁଣି ଗେହଲୋଟ୍-ପାଇଲଟ୍ ଶୀତଳ ଯୁଦ୍ଧ, ମନ୍ତ୍ରୀ ଦେଲେ ଚାଞ୍ଚଲ୍ୟକର ତଥ୍ୟ

Rajastan Political Drama: ସଚିନ ପାଇଲଟଙ୍କୁ ଗେହେଲଟ ଦେଶଦ୍ରୋହୀ କହିବା ସହ ସେ କେବେ ବି ମୁଖ୍ୟମନ୍ତ୍ରୀ ହୋଇ ପାରିବେ ନାହିଁ ବୋଲି ଦାବି କରିଥିଲେ। ଗେହଲୋଟଙ୍କ ଏପରି ବୟାନ ପରେ ରାଜେନ୍ଦ୍ର ସିଂହ ଗୁଧା ପ୍ରତିକ୍ରିୟା ଦେଇଛନ୍ତି। କଂଗ୍ରେସର ସାଧାରଣ ସମ୍ପାଦକ, ଜୟରାମ ରମେଶ ମଧ୍ୟ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ମନ୍ତବ୍ୟକୁ ନିନ୍ଦା କରିଛନ୍ତି। 

Advertisement
Rajastan Political Drama: ପୁଣି ଗେହଲୋଟ୍-ପାଇଲଟ୍ ଶୀତଳ ଯୁଦ୍ଧ, ମନ୍ତ୍ରୀ ଦେଲେ ଚାଞ୍ଚଲ୍ୟକର ତଥ୍ୟ
Shankarshan Bagh|Updated: Nov 25, 2022, 11:56 AM IST
Share

Rajastan Political Drama, ଜୟପୁର: ପୁଣି ଥରେ ରାଜସ୍ଥାନ ରାଜନୀତିରେ ଉଷ୍ମତା ଫେରିଛି। କିଛି ଦିନର ବ୍ୟବଧାନ ପରେ କଂଗ୍ରେସ ସରକାରରେ ଫାଟ ଦେଖାଦେଇଛି। ଗୁରୁବାର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ବୟାନ ପରେ ଏହା ଅତ୍ୟନ୍ତ ଭୟଙ୍କର ରୂପ ନେଇଛି। ସଚିନ ପାଇଲଟଙ୍କୁ ଗେହେଲଟ ଦେଶଦ୍ରୋହୀ କହିବା ସହ ସେ କେବେ ବି ମୁଖ୍ୟମନ୍ତ୍ରୀ ହୋଇ ପାରିବେ ନାହିଁ ବୋଲି ଦାବି କରିଥିଲେ। ଗେହଲୋଟଙ୍କ ଏପରି ବୟାନ ପରେ ରାଜେନ୍ଦ୍ର ସିଂହ ଗୁଧା ପ୍ରତିକ୍ରିୟା ଦେଇଛନ୍ତି। ଗୁଧାଙ୍କ କହିବାନୁସାରେ, ସଚିନ ପାଇଲଟଙ୍କ ସପକ୍ଷରେ ରାଜସ୍ଥାନ ପ୍ରାୟ ୮୦ ପ୍ରତିଶତ ବିଧାୟକ ଅଛନ୍ତି।

ରାଜସ୍ଥାନରେ ଆଉଥରେ ପାଇଲଟ-ଗେହଲୋଟ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ, ତାଙ୍କ ସରକାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ ଦେଶଦ୍ରୋହୀ ବୋଲି କହିବା ସହ ସେ କେବେ ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ ବୋଲି ଦାବି କରିଛନ୍ତି। ଯାହାପରେ ରାଜସ୍ଥାନର ରାଷ୍ଟ୍ରମନ୍ତ୍ରୀ ରାଜେନ୍ଦ୍ର ସିଂହ ଗୁଧା କହିଛନ୍ତି ଯେ, ସଚିନ ପାଇଲଟଙ୍କ ପରି ରାଜନେତା ନାହାନ୍ତି। ତାଙ୍କ ସପକ୍ଷରେ ରାଜସ୍ଥାନର ୮୦ ପ୍ରତିଶତ ବିଧାୟକ ଅଛନ୍ତି। ଯଦି ମୁଖ୍ୟମନ୍ତ୍ରୀଙ୍କର କୌଣସି ସନ୍ଦେହ ହେଉଥିବା ତେବେ ସେ ବୈଠକ ଡାକନ୍ତୁ। ସେହି ବୈଠକରେ ସବୁ ପ୍ରମାଣିତ ହୋଇଯିବ।

Also Read: Gujarat Election 2022: ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସୁରକ୍ଷା ବ୍ୟବସ୍ଥାରେ ବଡ଼ ଭୁଲ୍, ମୁଣ୍ଡ ଉପରେ ବୁଲୁଥିଲା ସନ୍ଦିଗ୍ଧ ଡ୍ରୋନ

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ଦାବିକୁ ଭିତ୍ତିହୀନ ବୋଲି ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟ କହିଛନ୍ତି। ସେ କହିଛନ୍ତି, "ଅଶୋକ ଗେହଲୋଟ ଜଣେ ବରିଷ୍ଠ ଓ ଅନୁଭବୀ ନେତା। ତାଙ୍କୁ କିଏ ଓ କାହିଁକି ମୋ ବିରୁଦ୍ଧରେ ମିଥ୍ୟା ଓ ଭିତ୍ତିହୀନ ବୟାନ ଦେବାକୁ ପ୍ରବର୍ତ୍ତାଇଛନ୍ତି, ତାହା ମୁଁ ଜାଣିନାହିଁ। ଆଜି ଦଳକୁ ସଶକ୍ତ କରିବାର ଅଛି। ... ମୁଁ ଯେତେବେଳେ ରାଜସ୍ଥାନ କଂଗ୍ରେସର ମୁଖ୍ୟ ଥିଲି, ସେତେବେଳେ ବିଜେପିକୁ ହରାଇଥିଲୁ। ଗେହଲୋଟଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବାରୁ କଂଗ୍ରେସ ଅଧ୍ୟକ୍ଷ ଦ୍ୱିତୀୟ ସୁଯୋଗ ଦେଇଛନ୍ତି। ଆଜିର ପ୍ରଥମିକତା ହେଉଛି, କେମିତି କଂଗ୍ରେସ ପୁଣି ଥରେ ରାଜସ୍ଥାନରେ ନିର୍ବାଚନ ଜିତିବ।" 

କଂଗ୍ରେସର ସାଧାରଣ ସମ୍ପାଦକ, ଜୟରାମ ରମେଶ ମଧ୍ୟ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ମନ୍ତବ୍ୟକୁ ନିନ୍ଦା କରିଛନ୍ତି। ସମସ୍ୟା ଗୁଡିକୁ ଗୋଟିଏ ପଦ୍ଧତିରେ ସମାଧାନ କରାଯାଇପାରିବ ବୋଲି ସେ କହିଛନ୍ତି। ଜୟରାମ ରମେଶ କହିଛନ୍ତି, "ଅଶୋକ ଗେହଲୋଟ ଜଣେ ଅଭିଜ୍ଞ ନେତା। ତାଙ୍କ କନିଷ୍ଠଙ୍କ ସହ ତାଙ୍କର ଯାହା ମତଭେଦ ଅଛି ତାହାକୁ ସହଜରେ ସମାଧାନ କରାଯାଇପାରିବ। ଏଥିପାଇଁ ପଦ୍ଧତି ଅଛି, ଯାହା ସେମାନଙ୍କ ବିବାଦକୁ ଶଷ କରିବା ସହ କଂଗ୍ରେସକୁ ସଶକ୍ତ କରିବ।"

 

Also Read: Gujarat Election 2022: ପଟିଦାର ବହୁଳ ଆସନରେ କିପରି ରହିଛି ବିଜେପି-କଂଗ୍ରେସ ପ୍ରଦର୍ଶନ?

Read More
{}{}