Home >>Odisha Politics

ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‍ ନୈରାଶ୍ୟଜନକ, ସନ୍ଧ୍ୟା ୭ସୁଦ୍ଧା ୬୦.୭%

ସବୁଠାରୁ ଅଧିକ ମତଦାନ ବରଗଡ଼ ଲୋକସଭା ମଣ୍ଡଳୀରେ ହୋଇଥିବାବେଳେ ସବୁଠାରୁ କମ୍‍ ମତଦାନ ଆସ୍କାରେ ହୋଇଛି। ଏଠାରେ ହାରାହାରି ମତଦାନ ହାର ୫୫.୬୫ ପ୍ରତିଶତ  ରହିଥିବା ଦର୍ଶାଯାଇଛି। ସେହିପରି ବରଗଡ଼ରେ ୬୬.୧୪%, ବଲାଙ୍ଗୀରରେ ୬୧.୩୫%, କନ୍ଧମାଳରେ ୫୭.୪୬% ଏବଂ ସୁନ୍ଦରଗଡ଼ରେ ୬୨.୩୬% ହୋଇଥିଲା। 

Advertisement
ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‍ ନୈରାଶ୍ୟଜନକ, ସନ୍ଧ୍ୟା ୭ସୁଦ୍ଧା ୬୦.୭%
Soubhagya Ranjan Mishra|Updated: May 20, 2024, 08:45 PM IST
Share

ଭୁବନେଶ୍ୱର: ରାଜ୍ୟ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହାର ନୈରାଶ୍ୟଜନକ ହୋଇଛି। ୫ଟି ଯାକ ଲୋକସଭା ନିର୍ବାଚନ ମଣ୍ଡଳୀକୁ ଅନୁଶୀଳନ କଲେ ରାଜ୍ୟରେ ହାରାହାରି  ପ୍ରାୟ ୬୦.୭୨ ପ୍ରତିଶତ ମତଦାନ ହୋଇଛି। ନିର୍ବାଚନ କମିଶନଙ୍କ ମତଦାନ ଆପ୍ଲିକେସନ୍‍ରୁ ଏହା ସ୍ପଷ୍ଟ ହୋଇଛି। ସବୁଠାରୁ ଅଧିକ ମତଦାନ ବରଗଡ଼ ଲୋକସଭା ମଣ୍ଡଳୀରେ ହୋଇଥିବାବେଳେ ସବୁଠାରୁ କମ୍‍ ମତଦାନ ଆସ୍କାରେ ହୋଇଛି। ଏଠାରେ ହାରାହାରି ମତଦାନ ହାର ୫୫.୬୫ ପ୍ରତିଶତ  ରହିଥିବା ଦର୍ଶାଯାଇଛି। ସେହିପରି ବରଗଡ଼ରେ ୬୬.୧୪%, ବଲାଙ୍ଗୀରରେ ୬୧.୩୫%, କନ୍ଧମାଳରେ ୫୭.୪୬% ଏବଂ ସୁନ୍ଦରଗଡ଼ରେ ୬୨.୩୬% ହୋଇଥିଲା। 

ସକାଳୁ ମତଦାନ ଭଲ ରହିଥିବାରୁ ଏହି ପର୍ଯ୍ୟାୟରେ ମଧ୍ୟ ୭୫ ପ୍ରତିଶତରୁ ଅଧିକ ମତଦାନ ହେବ ବୋଲି ଆଶା କରାଯାଇଥିଲା। କିନ୍ତୁ ଦ୍ୱିପ୍ରହର ପରେ ଏହି ହାର ଧିମା ହୋଇଥିଲା। ପ୍ରବଳ ଗ୍ରୀଷ୍ମ ଏହାର କାରଣ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ବିଧାନସଭା ନିର୍ବାଚନ ମଣ୍ଡଳୀଗୁଡ଼ିକରେ ମତଦାନ ହାରକୁ ଦେଖିଲେ ସମୁଦାୟ ଭୋଟିଂ ହାର ରହିଛି ୬୦.୭୦ ପ୍ରତିଶତ। ଏଥିରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ। ସୁବର୍ଣ୍ଣପୁର ଜିଲ୍ଲାରେ ସର୍ବାଧିକ ଭୋଟିଂ ହୋଇଛି ୬୯.୭୩ ପ୍ରତିଶତ। ସବୁଠାରୁ କମ୍‍ ଭୋଟିଂ ଗଞ୍ଜାମ ଜିଲ୍ଲାରେ ହୋଇଛି। ଏଠାରେ ସମୁଦାୟ ହାରାହାରି ଭୋଟ୍‍ ପ୍ରାୟ ୫୪.୮୧ % ହୋଇଥିବା କୁହାଯାଇଛି। ୩୫ଟିଯାକ ବିଧାନସଭା ମଣ୍ଡଳୀ ଭିତରୁ ସବୁଠାରୁ ଅଧିକ ଭୋଟିଂ ହୋଇଛି ସୋନପୁରରେ। ଏଠାରେ ହାରାହାରି ୭୧.୩୫ ପ୍ରତିଶତ ମତଦାନ ହୋଇଛି। ସବୁଠାରୁ କମ୍‍ ସୋରଡ଼ା ବିଧାନସଭା ମଣ୍ଡଳୀରେ ରେକର୍ଡ ରାଯାଇଛି। ଏଠାରେ ଭୋଟିଂ ହାର ରହିଛି ୪୭.୮%।

Also Read- ଦୁଷ୍କର୍ମ ମାମଲାରେ ଦୋଷୀ ୨ ଭାଈଙ୍କୁ ମୃତ୍ୟୁ ଦଣ୍ଡ ଦେଲେ ଅଦାଲତ

Also Read- ଢେଙ୍କାନାଳ ପିଙ୍ଗୁଆରେ ଦୁର୍ଘଟଣା, ଗୋଟିଏ ପରିବାରର ୪ ମୃତ୍ୟୁ

Read More
{}{}