Hindi News >>Home >>Odisha Politics

ମନ୍ମଥଙ୍କ କଥାର ଜବାବ ରଖିଲେ, କହିଲେ ମୋର ଟାର୍ଗେଟରେ ବାପା

Political News: ସାନ ଭାଇ ମନ୍ମଥ ରାଉତରାୟଙ୍କୁ କଡା ଜବାବ ଦେଲେ ବଡ ଭାଇ ସିଦ୍ଧାର୍ଥ ରାଉତରାୟ, ସୁର ରାଉତରାୟଙ୍କ ଭୁଲ୍ ନିଷ୍ପତ୍ତି ପାଇଁ ଆମ ରାଜନୈତିକ ଭବିଷ୍ୟତ ବର୍ବାଦ ହୋଇଗଲା ବୋଲି କହିଲେ ବଡ଼ ପୁଅ ସିଦ୍ଧାର୍ଥ । 

Advertisement
ମନ୍ମଥଙ୍କ କଥାର ଜବାବ ରଖିଲେ, କହିଲେ ମୋର ଟାର୍ଗେଟରେ ବାପା
Soubhagya Ranjan Mishra|Updated: Jan 25, 2025, 10:51 PM IST
Share

Odisha Politics: ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ସାନ ପୁଅଙ୍କ ବୟାନ ପରେ ଏବେ ମୁହଁ ଖୋଲିଛନ୍ତି ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ। ଆଜି ସିଦ୍ଧାର୍ଥ ଗଣମାଧ୍ୟମ ସମ୍ମୁଖରେ ନିଜ ଭାଇଙ୍କୁ ମନ ଇଚ୍ଛା ଗାଳି କରିଥିଲେ। ଯାହାକୁ ନେଇ ଏବେ ପ୍ରତିକ୍ରିୟା ରଖିଛନ୍ତି ସିଦ୍ଧାର୍ଥ ରାଉତରାୟ। ସେ କହିଛନ୍ତି ଆମ ଘର ବର୍ବାଦ ହେବାର ମୂଳ କାରଣ ହେଉଛନ୍ତି ଆମ ବାପା। ଯାହାଙ୍କ ପାଇଁ ଖାଲି ଯେ ଆମ ରାଜନୈତିକ କ୍ୟାରିୟରର ଅନ୍ତ ହୋଇନାହିଁ, ଆମର ଇଜ୍ଜତ ମଧ୍ଯ ମାଟିରେ ମିଶି ଯାଇଛି। ମନ୍ମଥ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି "କେତେବାଟ ସେ ଯାଉଛି ଯାଉ ପାଣ୍ଡିଆନ ଆଉ ନବୀନ ପଟ୍ଟନାୟକଙ୍କ ଲୋଭରେ, ସମୟ ଆସିଲେ ନିଶ୍ଚିତ ବୁଝିବ। କେବଳ ପଲିଟିକ୍ସ ଆଉ ଡିଲ୍ କରି ବଡ଼ ବଡ଼ ନେତାଙ୍କୁ ବଳି ପକେଇ ଦେବା ପାଣ୍ଡିଆନଙ୍କର ଏସବୁ ଚାଲ୍। ପାଣ୍ଡିଆନ୍ ଆଜି ନିଜ ଜାଲରେ ନିଜେ ଫସିଛନ୍ତି। ତାଙ୍କୁ ଯଦି ଗୁରୁ କରିବ ତମେ ବି ଫସିବ। ଆଇସେକସକୁ ସଂଗ୍ରହାଳୟରେ ଲଗେଇବାକୁ ମୁଁ ଦେବା ପାଇଁ ଯାଇଥିଲି ନବୀନ ନିବାସ । ୭ ମହାଦେଶରେ ଜଗନ୍ନାଥଙ୍କ ପତାକା ଲାଗିଥିଲା ସେଥିରେ। ଏଡେ ବଡ଼ ଜିନିଷ ଇତିହାସରେ ଆଜି ପର୍ଯ୍ୟନ୍ତ ହୋଇନାହିଁ । ତାହାକୁ ନଦେଖେଇ ସେ ବାହାରେ କହିଲେ କି ମୁଁ ତାଙ୍କୁ ଟିକେଟ୍ ମାଗିବାକୁ ଯାଇଥିଲି"। ଆମେରିକାରେ ପାଣ୍ଡିଆନଙ୍କ ସହ ଦେଖାହେବା କଥାରେ ସେ କହିଛନ୍ତି "ଆମେରିକାରେ ପାଣ୍ଡିଆନଙ୍କୁ ମୁଁ କହିଲି ତମେ ଏ ଯୋଉ କଳିଙ୍ଗ ଷ୍ଟୋରୀ କହୁଛ ତାକୁ ବନ୍ଦ କର, ଆଉ ଯଦି ଦମ୍ ଅଛି ଓଡ଼ିଶାକୁ କଳିଙ୍ଗ ବୋଲି ଘୋଷଣା କର"। 

ଏହା ସହ ସେ ଏକଥା ମଧ୍ୟ କହିଛନ୍ତି, ମୋର କେବଳ ଟାର୍ଗେଟରେ ମୋ ବାପା । କଂଗ୍ରେସକୁ କାହିଁକି ଏତେ ଛାରଖାର କରିକି ଗଲେ? ଯାହାକୁ ପାଇଲେ କଂଗ୍ରେସ ନେତାଙ୍କୁ ସୋଧିଲେ। ମୁଁ କଂଗ୍ରେସ ଅଛି ମତେ ସେ ନିଜେ ନେଇକି ମିଶେଇଥିଲେ। ତାପର ମୁହୂର୍ତ୍ତରେ ଏମିତି କଂଗ୍ରେସକୁ ଗାଳି କଲେ, ତେଣୁ ସେ କେମିତି ଟିକେଟ୍ ଦେବେ ମତେ? ପ୍ରଚାର କମିଟିର ଚେୟାରମ୍ୟାନ୍ ଭାବରେ ତାଙ୍କୁ ଦାୟିତ୍ବ ଦିଆଗଲା, ତମେ ବସ୍ ଧରି କଂଗ୍ରେସ ପାଇଁ ବୁଲିବା ଲୋକ। ତମେ ଯାଇକି ଡବଲ୍ ସଂଘ କରିବ?

ତେଣୁ ମୋର ଭାଇ ଉପରେ କିଛି ରାଗ ନାହିଁ ବାପାଙ୍କ ଉପରେ ରାଗ। ବାପା ଯାହା କଲେ ତାହା ଭୁଲ୍। ମତେ ଯିଏ ପଚାରନ୍ତି ମୁଁ କହିଦିଏ। ସେସବୁ ଆମ ଘର ଉପରେ ବି ପ୍ରଭାଵ ପଡ଼େ । ଭାଈ ବି ଯାହା କରୁଛି ସେଟା ଖରାପ ହେଉଛି। ପ୍ରକୃତରେ ରାଉତରାୟ ପାରିବାରର ପଲିଟିକାଲ୍ କ୍ୟାରିୟର ଡେଥ୍ ହୋଇଗଲା। ଆଉ କେହି ନୁହଁ ବରଂ ବାପାଙ୍କ ନିଜ ନିଷ୍ପତ୍ତି ପାଇଁ ଆଜି ସବୁ ଶେଷ ହୋଇଯାଇଛି ।  ବାପାଙ୍କ ଭୁଲ୍ ନିଷ୍ପତ୍ତି ପାଇଁ ଭାଈ ଗଲା ସେପଟକୁ କଂଗ୍ରେସ ବୁଡ଼ିଲା। ଆଉ ଆମ ସମ୍ମାନ ବି ଗଲା ।

Also Read- Lucky Zodiac Sign: ୨୬ ଜାନୁଆରୀରେ ବର୍ଷିବ ସୂର୍ଯ୍ୟ ଏବଂ ଶିବ କୃପା, ୫ ରାଶିକୁ ଲାଭ !

Also Read- ସେଲ୍ଫି ହେଲା କାଳ, ସାଙ୍ଗଙ୍କ ସହ ଟ୍ରେନରେ ଆସୁଥିବା ସମୟରେ ଯୁବତୀଙ୍କ ମୃତ୍ୟୁ

Read More
{}{}