Hindi News >>Home >>Odisha Politics

Tathagata Satpathy:ତଥାଗତ କହିଲେ ବିଜେଡି ପରାଜୟର ଏଭଳି କାରଣ, ଯିଏ ଜଗନ୍ନାଥଙ୍କୁ ଛୁଇଁଛି ସେ...

(ଭୁବନେଶ୍ଵର) : ସାଧାରଣ ନିର୍ବାଚନ ସହ ବିଧାନସଭା ଫଳାଫଳରେ ବିଜେପି ରାଜ୍ୟରେ ଐତିହାସିକ ସଫଳତାର ସହ ଜନାଦେଶ ପାଇଛି। ଏବେ ମୁଖ୍ୟମନ୍ତ୍ରୀ ଚୟନ ନେଇ ଦଳ ମାନସ ମନ୍ଥନ ଜାରି ରଖିଛି। ଆସନ୍ତା ୧୦ତାରିଖରେ ରାଜ୍ୟରେ ବିଜେପି ସରକାର ଗଠନ କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦି ନିଜେ ତାରିଖ ଘୋଷଣା କରିସାରିଛନ୍ତି।  

Advertisement
Tathagata Satpathy:ତଥାଗତ କହିଲେ ବିଜେଡି ପରାଜୟର ଏଭଳି କାରଣ, ଯିଏ ଜଗନ୍ନାଥଙ୍କୁ ଛୁଇଁଛି ସେ...
Zee Odisha Desk|Updated: Jun 05, 2024, 01:11 PM IST
Share

(ଭୁବନେଶ୍ଵର) :ସାଧାରଣ ନିର୍ବାଚନ ସହ ବିଧାନସଭା ଫଳାଫଳରେ ବିଜେପି ରାଜ୍ୟରେ ଐତିହାସିକ ସଫଳତାର ସହ ଜନାଦେଶ ପାଇଛି। ଏବେ ମୁଖ୍ୟମନ୍ତ୍ରୀ ଚୟନ ନେଇ ଦଳ ମାନସ ମନ୍ଥନ ଜାରି ରଖିଛି। ଆସନ୍ତା ୧୦ତାରିଖରେ ରାଜ୍ୟରେ ବିଜେପି ସରକାର ଗଠନ କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦି ନିଜେ ତାରିଖ ଘୋଷଣା କରିସାରିଛନ୍ତି।  ତେବେ ଏହାରି ମଧ୍ୟରେ ପୂର୍ବତନ ସାଂସଦ ତଥା ଟାଣୁଆ ନେତା ତଥାଗତ ଶତପଥୀ ସାମ୍ନାକୁ ଆସିଛନ୍ତି। ସେ ଏକ ଜାତୀୟ ଖବର ସରବରାହ ସଂସ୍ଥା ANIକୁ ଏକ ସାକ୍ଷାତକାର ଦେଇ ଯିଏ ଜଗନ୍ନାଥଙ୍କୁ ହାନୀ ପହଞ୍ଚାଇବ ସେ ଏମିତି ଅବସ୍ଥା ଭୋଗିବ ବୋଲି କହିଛନ୍ତି। 

ANIକୁ ଦେଇଥିବା ସାକ୍ଷାତକାରରେ ଭି କେ ପାଣ୍ଡିଆନକୁ ସିଧାସଳଖ ଟାର୍ଗେଟ କରିଛନ୍ତି। ଓଡ଼ିଶାରେ ବଡ଼ ପରାଜୟ ହାସଲ କରିଛି ବିଜେଡି। ଓଡ଼ିଶାରେ ସରକାର ପରିବର୍ତ୍ତନ ହେବାର ବହୁତ ଗୁଡ଼ିଏ କାରଣ ରହିଛି। କିନ୍ତୁ ଏହି ପରିବର୍ତ୍ତନକୁ ଆମେ ସମସ୍ତେ ସ୍ବାଗତ କରୁଛୁ। ମୁଁ କୌଣସି ରାଜନୈତିକ କିମ୍ବା ଧାର୍ମିକ ଦୃଷ୍ଟିକୋଣରୁ କହୁନାହିଁ, କିନ୍ତୁ ଜଗନ୍ନାଥଙ୍କୁ ଯିଏ ଛୁଇଁଛି, ସିଏ ଧୂଳିସାତ ହୋଇଛି। ଜଣେ ବ୍ୟକ୍ତି ଦଳକୁ କବଜା କରିବାକୁ ଚେଷ୍ଟା କଲେ ଏଭଳି ପରିସ୍ଥିତି ସୃଷ୍ଟି ହେଲା। ବିଜେଡି କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିର ଦଳ ନୁହଁ। ସେହିପରି ପୁରୀ ପରିକ୍ରମା ପ୍ରକଳ୍ପକୁ ନେଇ ପ୍ରଶ୍ନ ଉଠାଇଛନ୍ତି। 

ସାକ୍ଷାତକାରରେ କହିଛନ୍ତି ଯେ, ବିଜୁ ଜନତା ଦଳ କାହାର ବ୍ୟକ୍ତିଗତ ସମ୍ପତ୍ତି ନୁହେଁ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଯାହା ହେଲା ମହାପ୍ରଭୁ ହାତ ଉଠାଇଦେଲେ। ଜଣେ ବ୍ୟକ୍ତି ଆଉ ଜଣଙ୍କୁ ନିୟନ୍ତ୍ରଣ କରି ଦଳକୁ ନିଜର କରିବାକୁ ଚାହିଁଥିଲେ। ଫଳରେ ଏଭଳି ସ୍ଥିତି ସୃଷ୍ଟି ହେଲା। ଦଳ ପୁଣିଥରେ ପ୍ରସ୍ଫୁଟିତ ହେବ, ହୁଏତ ନେତା ଅଲଗା ହୋଇପାରେ। ଓଡ଼ିଆ ଜାତିର କଥା କହିବାକୁ ଦଳ ଆଗକୁ ଆସିବ। ସେହିପରି ଓଡ଼ିଶାରେ ଲୋକଙ୍କୁ ଟଙ୍କା ଦେଇ କିଣା ଯାଇ ପାରବନି। ଭଲପାଇବା ଓ ସଚ୍ଚୋଟତାରେ ହିଁ ଲୋକଙ୍କୁ ଆକୃଷ୍ଟ କରାଯାଇପାରିବ। ୫ବର୍ଷରେ ପରିବର୍ତ୍ତନ ଦରକାର। ଅଧିକ ବର୍ଷ ଦଳ ରହିଲେ ଓଡ଼ିଶା ଭଳି ପରିସ୍ଥିତି ହେବ ବୋଲି କହିଛନ୍ତି।

Written by Debabrata

Read More
{}{}