Hindi News >>Home >>Odisha Politics

ନବୀନ ଯିବେ ଡାକ୍ତରଖାନା, ବିଜେଡି ସମ୍ଭାଳିବେ ଏହି ନେତା...

ନବୀନଙ୍କ ଅନୁପସ୍ଥିତ ସମୟରେ ବିଜେଡିକୁ କିଏ ସମ୍ଭାଳିବ? ଏ ନେଇ ଉଠିଥିବା ପ୍ରଶ୍ନକୁ ଖୋଦ ନବୀନ ଚିଠି ଲେଖି ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ତାଙ୍କ ଅନୁପସ୍ଥିତିରେ ରାଜନୀତିକ ବ୍ୟାପାରକୁ ପାଣ୍ଡିଆନ୍‍ ବୁଝିବେ ନାହିଁ। ବରଂ ବୁଝିବେ ଜଣେ ବରିଷ୍ଠ ନେତା।

Advertisement
ନବୀନ ଯିବେ ଡାକ୍ତରଖାନା, ବିଜେଡି ସମ୍ଭାଳିବେ ଏହି ନେତା...
Soubhagya Ranjan Mishra|Updated: Jun 18, 2025, 09:36 PM IST
Share

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ଚିକିତ୍ସା ପାଇଁ କିଛିଦିନ ବାହାରକୁ ଯିବେ। ଓଡ଼ିଶା ବାହାରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲକୁ। ଏହି ସମୟରେ ବିଜେଡିକୁ କିଏ ସମ୍ଭାଳିବ? ଏ ନେଇ ଉଠିଥିବା ପ୍ରଶ୍ନକୁ ଖୋଦ ନବୀନ ଚିଠି ଲେଖି ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ତାଙ୍କ ଅନୁପସ୍ଥିତିରେ ରାଜନୀତିକ ବ୍ୟାପାରକୁ ପାଣ୍ଡିଆନ୍‍ ବୁଝିବେ ନାହିଁ। ବରଂ ବୁଝିବେ ଜଣେ ବରିଷ୍ଠ ନେତା।

୭୮ ବର୍ଷୀୟ ନବୀନ ହେଉଛନ୍ତି ରାଜ୍ୟର ବିରୋଧୀ ଦଳ ନେତା। ୨୪ ବର୍ଷ ଶାସନରେ ରହିବା ପରେ ସେଏବେ ବିରୋଧୀ ଦଳରେ ନେତା ଭାବେ ବସିଛନ୍ତି। ଏବେ କିନ୍ତୁ ସେ ସର୍ଭିକାଲ୍‍ ଆର୍ଥ୍ରାଇଟିସରେ ଆକ୍ରାନ୍ତ। ଏହାର ଚିକିତ୍ସା ପାଇଁ ସେ ମୁମ୍ବାଇ ଯିବେ। ୨୨ ତାରିଖରେ ସେ ମୁମ୍ବାଇ ଯିବାକୁ ସ୍ଥିର ହୋଇଛି। ହେଲେ ୪ ଦିନ ପୂର୍ବରୁ ସେ ଆଜି ଏକ ଚିଠି ଲେଖି ଦଳର ରାଜନୀତକି ବ୍ୟାପାର ବିଷୟକୁ ସ୍ପଷ୍ଟ କରିଛନ୍ତି। 

ନବୀନ କହିଛନ୍ତି, ତାଙ୍କରି ଅନୁପସ୍ଥିତିରେ ଦଳର ୧୦ ଜଣିଆ ରାଜନୀତିକ ବ୍ୟାପାର କମିଟି ହିଁ ଦଳ କଥା ବୁଝିବେ। ଗତ ମାସ ୫ ତାରିଖରେ ଏହି କମିଟି ଘୋଷଣା କରାଯାଇଥିଲା। ନବୀନଙ୍କ ଅଧ୍ୟକ୍ଷତାରେ ଏଥିରେ ବିକ୍ରମ କେଶରୀ ଆରୁଖ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ସଞ୍ଜୟ ଦାସବର୍ମା, ପ୍ରଣବ ପ୍ରକାଶ ଦାସ, ସୁଦାମ ମାରାଣ୍ଡି, ଟୁକୁନି ସାହୁ, ସସ୍ମିତ ପାତ୍ର ଏବଂ ସନ୍ତୃପ୍ତ ମିଶ୍ର ସଦସ୍ୟ ରହିଛନ୍ତି। ହେଲେ ଏମାନଙ୍କ ଭିତରୁ କେହି ବି ଦଳର ବିଭିନ୍ନ ସଂଗଠନ ବାବଦରେ ନିଷ୍ପତ୍ତି ନେବେ ନାହିଁ। ଏ ନିଷ୍ପତ୍ତି ଓ ସଂଯୋଜନା ଦାୟିତ୍ୱ ରହିବ ଆଉ ଜଣେ ବରିଷ୍ଠ ନେତାଙ୍କ ପାଖରେ। ସେ କିନ୍ତୁ ଏହି କମିଟିର ସଦସ୍ୟ ନୁହନ୍ତି। 

ନବୀନଙ୍କ ଚିଠିର ଦ୍ୱିତୀୟ ପାରାଗ୍ରାଫରେ ଏ ବିଷୟକୁ ଉଲ୍ଲେଖ କରାଯାଇଛି। ଏଥିରେ କୁହାଯାଇଛି, ଦଳର ବରତଷ୍ଠ ଉପ ସଭାପତି ଦେବୀ ପ୍ରସାଦ ମିଶ୍ର ତାଙ୍କ ଅନୁପସ୍ଥିତିରେ ଦଳର କାର୍ଯ୍ୟକ୍ରମକୁ ସଂଯୋଜନା କରିବେ। ବିଭିନ୍ନ ଛାମୁଆ ସଂଗଠନ କଥା ସେ ବୁଝିବେ। 

ନବୀନଙ୍କ ଏହି ଚିଡି ସ୍ପଷ୍ଟ କରିଛି ଯେ, କିଛିଦିନ ତଳେ ଦଳରେ ଅତ୍ୟନ୍ତ ସକ୍ରିୟ ଥିବା ଭିକେ ପାଣ୍ଡିଆନ୍‍ ଏବେ ଦଳର ଦୈନନ୍ଦିନ ବ୍ୟାପାରରୁ ଦୂରରେ ରହିଛନ୍ତି। ସେ ନବୀନଙ୍କ ସଙ୍ଗେ ମୁମ୍ବାଇ ଯାଇପାରନ୍ତି ବୋଲି ସୂଚନା ମିଳିଛି।

Also Read- aamir khan: ୧୨୦ କୋଟିର OTT ଡିଲ୍ ରିଜେକ୍ଟ କଲେ ଆମିର୍ ଖାନ୍, ଜାଣନ୍ତୁ କାରଣ

Also Read- ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କ ଆପତ୍ତିଜନିକ ଭିଡିଓ ପୋଷ୍ଟ କରି ଜଣେ ଗିରଫ

Read More
{}{}