Hindi News >>Home >>Odisha Politics

Naveen Patnaik: ଆଜି ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୨ଟି ସ୍ଥାନରେ ନିର୍ବାଚନୀ ସଭା

ଗତ ୨୩ ତାରିଖରେ ବିଜେଡି ନେତା ତଥା ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ ଜଗତସିଂହପୁର ଜିଲ୍ଲାରେ ନିର୍ବାଚନ ପ୍ରଚାର କରିଥିଲେ । ଜିଲ୍ଲାର ୪ଟି ଯାକ ବିଧାନସଭା ଆସନରେ ନିର୍ବାଚନୀ ସଭା କରିବା ସହ ଦଳୀୟ ପ୍ରାର୍ଥୀଙ୍କ ଲାଗି ମାଗିଥିଲେ ଭୋଟ୍ ।

Advertisement
Naveen Patnaik: ଆଜି ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୨ଟି ସ୍ଥାନରେ ନିର୍ବାଚନୀ ସଭା
Zee Odisha Desk|Updated: May 27, 2024, 08:51 AM IST
Share

Naveen Patnaik: ଭୁବନେଶ୍ୱର: ରାଜ୍ୟରେ ତିନି ପର୍ଯ୍ୟାୟ ନିର୍ବାଚନ ସରିଥିବା ବେଳେ ଜୁନ୍ ୧ରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟରେ ଭୋଟ୍ ପଡ଼ିବ। ଯାହାକୁ ନେଇ ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରଚାରକୁ ଜୋରଦାର୍ କରିଛନ୍ତି। ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ଲାଗି କେନ୍ଦ୍ରୀୟ ନେତା ଘନ ଘନ ଗସ୍ତ କରୁଥିବା ବେଳେ ବିଜେଡି ପାଇଁ ପ୍ରଚାର କରୁଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ ଓ ବରିଷ୍ଠ ନେତା ଭିକେ ପାଣ୍ଡିଆନ୍।

ଜୁନ୍ ୧ ଶେଷ ପର୍ଯ୍ୟାୟରେ ଜଗତସିଂହପୁର ଲୋକସଭା ଆସନ ସହ ଅନ୍ତର୍ଗତ ବିଧାନସଭା ଆସନରେ ମତଦାନ ହେବ। ଆଜି ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଗତସିଂହପୁର ଗସ୍ତରେ ଯାଇ ପ୍ରଚାର କରିବେ । ଦଳୀୟ ପ୍ରାର୍ଥୀଙ୍କ ଲାଗି ଭୋଟ୍ ମାଗିବେ ବିଜେଡି ସୁପ୍ରିମୋ। ଜଗତସିଂହପୁର ଜିଲ୍ଲାରେ ନବୀନ ଆଜି ୨ଟି ସଭାରେ ଯୋଗ ଦେବେ । ପ୍ରଥମେ ରାହାମା ଓ ଦ୍ୱିତୀୟ ସଭା ଜଗତସିଂହପୁରରେ କରିବେ ମୁଖ୍ୟମନ୍ତ୍ରୀ।

ପ୍ରଥମେ ପାରାଦୀପ ନିର୍ବାଚନ ମଣ୍ଡଳୀର ରାହାମା ନିକଟସ୍ଥ ସାଇଲୋ ହାଇସ୍କୁଲ୍ ପଡ଼ିଆରେ ଆୟୋଜିତ ନିର୍ବାଚନ ସଭାକୁ ନବୀନ ସମ୍ବୋଧିତ କରିବେ। ଏହା ପରେ ନବୀନ ଜଗତସିଂହପୁର ନିର୍ବାଚନ ମଣ୍ଡଳୀର ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମରେ ନିର୍ବାଚନ ସଭାକୁ ସମ୍ବୋଧିତ କରି ଭୁବନେଶ୍ୱର ଫେରି ଆସିବାର କାର୍ଯ୍ୟକ୍ରମ ରହିଛି।

ନବୀନଙ୍କ ପ୍ରଥମ ସଭା ମଧ୍ୟାହ୍ନ ୧୨ଟାରେ ରହିଥିବା ବେଳେ ଦ୍ୱିତୀୟ ସଭା ଦିନ ଗୋଟାଏରେ ହେବ । ଦିନ ୧ଟା ୪୫ରେ ଷ୍ଟାଡିୟମ୍ ଛାଡ଼ି ୨ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ଏହା ପୂର୍ବରୁ ଗତ ୨୩ ତାରିଖରେ ବିଜେଡି ନେତା ତଥା ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ ଜଗତସିଂହପୁର ଜିଲ୍ଲାରେ ନିର୍ବାଚନ ପ୍ରଚାର କରିଥିଲେ । ଜିଲ୍ଲାର ୪ଟି ଯାକ ବିଧାନସଭା ଆସନରେ ନିର୍ବାଚନୀ ସଭା କରିବା ସହ ଦଳୀୟ ପ୍ରାର୍ଥୀଙ୍କ ଲାଗି ମାଗିଥିଲେ ଭୋଟ୍ ।

Read More
{}{}