Hindi News >>Home >>Odisha Politics

Odisha News: ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆଜି ନାମାଙ୍କନର ଶେଷ ଦିନ

ନବରଙ୍ଗପୁରର ଅଧିଷ୍ଠାତ୍ରୀ ଦେବୀ ମା ଭଣ୍ଡାରଘରଣୀଙ୍କ ପୀଠରେ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେବା ପରେ ଶୋଭାଯତ୍ରାରେ ନାମାଙ୍କନ ପାଇଁ ବାହାରିଥିଲେ । ପ୍ରଚଣ୍ଡ ଖରାରେ ହଜାର ହଜାର ସମର୍ଥକଙ୍କ ସହ ଆସି ବିଜେଡିର ୫ ଜଣ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

Advertisement
Odisha News: ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆଜି ନାମାଙ୍କନର ଶେଷ ଦିନ
Prabhudatta Moharana|Updated: Apr 25, 2024, 08:07 AM IST
Share

Odisha News: ଭୁବନେଶ୍ୱର: ଆଜି ସରୁଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ। ଆସନ୍ତା ମେ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ଓ ୨୮ଟି ବିଧାନସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ। ଏଥିପାଇଁ ଆଜି ନାମାଙ୍କନର ଶେଷ ଦିନ ରହିଛି। ବର୍ତ୍ତମାନ ସୁଦ୍ଧା ୨୩ ଜଣ ପ୍ରାର୍ଥୀ ପତ୍ର ଦାଖଲ କରିସାରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ କଳାହାଣ୍ଡି ଲୋକସଭା ଆସନ ପାଇଁ ୮ ଜଣ, ନବରଙ୍ଗପୁର ପାଇଁ ୪ ଜଣ, ବ୍ରହ୍ମପୁର ପାଇଁ ୪ ଜଣ ଓ କୋରାପୁଟ ଆସନ ପାଇଁ ୭ ଜଣ ନାମାଙ୍କନ ଭରିଛନ୍ତି।ତେବେ ଆଜି ଶେଷ ଦିନ ଥିବାରୁ ପ୍ରାର୍ଥୀଙ୍କ ତାଲିକା ବଢିବା ନେଇ ଆଶା କରାଯାଉଛି। 

ଏଠାରେ କହି ରଖୁ କି ପ୍ରଥମ ପର୍ଯ୍ୟାୟରେ ଓଡିଶାର ୪ଟି ଲୋକସଭା ଆସନ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ବ୍ରହ୍ମପୁରରେ ମତଦାନ ହେବ। ଏହି ସବୁ ସଂସଦୀୟ କ୍ଷେତ୍ର ଅଧିନରେ ଥିବା ୨୮ ବିଧାନସଭା ପାଇଁ ମେ ୧୩ ତାରିଖରେ ଭୋଟ ଗ୍ରହଣ କରାଯିବ। ଆଜି ନାମାଙ୍କନ ଦାଖଲର ଶେଷଦିନ ଥିବା ବେଳେ ଆସନ୍ତାକାଲି ନାମାଙ୍କନ ଯାଞ୍ଚ ହେବ। ୨୯ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ।

ସେପଟେ ନାମାଙ୍କନ ସମୟରେ ବିଜେଡ଼ି ତାର ଶକ୍ତି ପ୍ରଦର୍ଶନ କରିଛି। ନବରଙ୍ଗପୁର ଜିଲ୍ଲାର ବିଜେଡ଼ି ପ୍ରାର୍ଥୀ ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀଙ୍କ ସହିତ ନବରଙ୍ଗପୁର ବିଧାୟିକା ପ୍ରାର୍ଥୀ କୌଶଲ୍ୟା ପ୍ରଧାନୀ, ଡାବୁଗାଁ ବିଧାୟକ ପ୍ରାର୍ଥୀ ମନୋହର ରନ୍ଧାରୀ, ଉମରକୋଟ ବିଧାୟିକା ପ୍ରାର୍ଥିନୀ ନବିନା ନାୟକ ଓ ଝରିଗାଁ ବିଧାୟକ ପ୍ରାର୍ଥୀ ରମେଶ ମାଝୀ ଏକ ବିଶାଳ ରାଲିରେ ଆସି ନାମାଙ୍କନ ଦାଖଲ କରିଛନ୍ତି। ନବରଙ୍ଗପୁରର ଅଧିଷ୍ଠାତ୍ରୀ ଦେବୀ ମା ଭଣ୍ଡାରଘରଣୀଙ୍କ ପୀଠରେ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେବା ପରେ ଶୋଭାଯତ୍ରାରେ ନାମାଙ୍କନ ପାଇଁ ବାହାରିଥିଲେ । ପ୍ରଚଣ୍ଡ ଖରାରେ ହଜାର ହଜାର ସମର୍ଥକଙ୍କ ସହ ଆସି ବିଜେଡିର ୫ ଜଣ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

Read More
{}{}