ଭୁବନେଶ୍ୱର: ଜୟ ଜଗନ୍ନାଥ ଏବଂ ଜୟ ବାବା ଲିଙ୍ଗରାଜ କହି ଭାଷଣ ଆରମ୍ଭ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ଆଜି ୨୦ ଜୁନର ଏହି ଦିନ ଅତ୍ୟନ୍ତ ବିଶେଷ । ଆଜି ଓଡ଼ିଶାର ପ୍ରଥମ ବିଜେପି ସରକାର ସଫଳତାର ସହ ଏକ ବର୍ଷ ପୂରଣ କରିଛି । ଏହି ବର୍ଷଟି କେବଳ ସରକାରର ନୁହେଁ ଏହା ସୁଶାସନର ବର୍ଷ । ୧ ବର୍ଷ ଜନସେବା ଏବଂ ଜନ ବିଶ୍ୱାସକୁ ସମର୍ପିତ । ଏହା ଓଡ଼ିଶାର କୋଟି କୋଟି ମତଦାତାଙ୍କ ପାଇଁ ଭଲ ବର୍ଷ । ମୁଁ ଆପଣମାନଙ୍କୁ ହୃଦୟରୁ ଅଭିନନ୍ଦନ କରୁଛି । ମୁଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ତାଙ୍କ ପୂରା ଟିମ୍ କୁ ଶୁଭେଚ୍ଛା ଦେଉଛି । ଆପଣମାନେ ପ୍ରଶଂସକନୀୟ କାର୍ଯ୍ୟ କରି ଓଡ଼ିଶାକୁ ଏକ ନୂଆ ଗତି ଦେଇଛନ୍ତି ।
ଓଡ଼ିଶା କେବଳ ଏକ ରାଜ୍ୟ ନୁହେଁ । ଓଡ଼ିଶା ଭାରତୀୟ ସଂସ୍କୃତିକୁ ସମୃଦ୍ଧ କରୁଛି । ଭାରତୀୟ ସଂସ୍କୃତିରେ ଓଡ଼ିଶାର ଭୂମିକା ଉଲ୍ଲେଖନୀୟ । ଯେତେବେଳେ ଓଡ଼ିଶାର ବିଜେପି ସରକାର ନିଜର ଏକ ବର୍ଷ ପୂରଣ କରୁଛି ସେହି ସମୟରେ ଆପଣମାନେ ଜଗନ୍ନାଥ ରଥଯାତ୍ରା ପାଇଁ ପ୍ରସ୍ତୁତି କରୁଛନ୍ତି । ଶ୍ରୀମନ୍ଦିର ସହ ଜଡିତ ସମସ୍ୟା ମଧ୍ୟ ଶେଷ ହୋଇଛି । ସରକାର ଗଠନ ପରେ ଶ୍ରୀମନ୍ଦିର ୪ଦ୍ୱାର ଖୋଲା ଯାଇଥିଲା । ଶ୍ରୀମନ୍ଦିର ରତ୍ନ ଭଣ୍ଡାର ମଧ୍ୟ ଖୋଲାଯାଇଛି ।
ମୋଦୀ କହିଥିଲେ ଯେ, ୨ଦିନ ପୂର୍ବରୁ ମୁଁ କାନାଡାରେ ଜି 7 କାର୍ଯ୍ୟକ୍ରମରେ ଥିଲି । ସେହି ସମୟରେ ଟ୍ରମ୍ପ ମତେ କଲ୍ କରିଥିଲେ । ସେ ମତେ ଭେଟିବାକୁ ଚାହୁଁଥିଲେ ତେଣୁ ନିମନ୍ତ୍ରଣ କରିଥିଲେ । କିନ୍ତୁ ମୁଁ ତାଙ୍କୁ କହିଥିଲି ଯେ, ମତେ ମହାପ୍ରଭୁଙ୍କ ସ୍ଥାନକୁ ଯିବାର ଅଛି । ତେଣୁ ମୁଁ ଟ୍ରମ୍ପଙ୍କ ସହ ଦେଖାନକରି ଆପଣଙ୍କ ନିକଟକୁ ଆସିଲି ।
କଂଗ୍ରେସକୁ ଟାର୍ଗେଟ୍ କରି ମୋଦୀ କହିଥିଲେ ଯେ, କଂଗ୍ରେସ ସମୟରେ ଅନେକ ଦୁର୍ନିତୀ ହୋଇଥିଲା । ଦୁର୍ନିତୀ କରିବା କଂଗ୍ରେସର ପରିଚୟ ଥିଲା । କିଛି ବର୍ଷ ହେବ ସମସ୍ତେ ବିଜେପିର କାର୍ଯ୍ୟ ଦେଖୁଛନ୍ତି । ଦେଶର ଅନେକ ରାଜ୍ୟରେ ପ୍ରଥମଥର ବିଜେପି ସରକାର ଆସିବା ପରେ ଅନେକ ନୂଆ ଘଟିଛି ।
ଆସାମରେ ଏକ ଦଶକ ପର୍ଯ୍ୟନ୍ତ ସ୍ଥିତି ଖରାପ ଥିଲା କିନ୍ତୁ ବର୍ତ୍ତମାନ ଆସାମ ବିକାଶର ନୂଆ ରାସ୍ତାରେ ଚାଲିଛି । ଯେଉଁ ଉଗ୍ରବାଦୀ ଗତିବିଧି ଚାଲିଥିଲା ତାହା ବନ୍ଦ ହୋଇଛି । ସେହିପରି ତ୍ରିପୁରାରେ ମଧ୍ୟ ବାମପନ୍ଥି ଶାସନ ପରେ ବିଜେପିକୁ ଲୋକ ସରକାରକୁ ଆଣିଛନ୍ତି । ଯାହା ଅସୁବିଧା ରହିଥିଲା ତାହା ସେଠାରେ ଦୂର ହେବାରେ ଲାଗିଛି । ଆମ ଓଡ଼ିଶା ବି ଅନେକ ସମସ୍ୟାରେ ରହିଥିଲା । ଗରିବ ଏବଂ କୃଷକମାନଙ୍କୁ ନିଜର ହକ୍ ମିଳୁନଥିଲା । ଓଡ଼ିଶାର ଅନେକ କ୍ଷେତ୍ରରେ ବିକାଶ ହୋଇପାରୁନଥିଲା । ଏହି ସମସ୍ୟାର ସମାଧାନ ପାଇଁ ଲୋକମାନେ ବିଜେପିକୁ ସରକାରକୁ ଆଣିଲେ । ବିକାଶର ଯେଉଁ ଡବଲ ଇଞ୍ଜିନ୍ ଚାଲିଛି ତାହାର ସୁଫଳ ମଧ୍ୟ ଦେଖିବାକୁ ମିଳୁଛି । ଲମ୍ୱା ସମୟ ପର୍ଯ୍ୟନ୍ତ ଓଡ଼ିଶାର ଲକ୍ଷ ଲକ୍ଷ ପରିବାର ଆୟୁଷ୍ମାନ ଯୋଜନା ପାଇନଥିଲେ । ଏବେ ଆୟୁଷ୍ମାନ ଯୋଜନା ଏବଂ ଗୋପବନ୍ଧୁ ଯୋଜନା ଲୋକଙ୍କୁ ମିଳୁଛି । କେବଳ ଓଡ଼ିଶାରେ ନୁହେଁ ସମଗ୍ର ଦେଶରେ ଏହାର ଲାଭ ଉଠାଉଛନ୍ତି ଲୋକମାନେ । ମୋ ଜନ୍ମ ଗୁଜୁରାଟରେ ତେଣୁ ମୁଁ ଜାଣିଛି ସୁରତରେ ଦୁଇପାଦ ଚାଲିଲେ ଜଣେ ଓଡ଼ିଆ ଲୋକ ମିଳିବେ । ଅନେକ ଓଡ଼ିଆ ଲୋକ ସୁରତରେ ରହୁଛନ୍ତି । ସେଠାରେ ମଧ୍ୟ ଲୋକମାନେ ଏହାର ଲାଭ ଉଠାଇପାରିବେ ।
ପ୍ରଥମେ ଓଡ଼ିଶାର କୃଷକଙ୍କୁ କିଷାନ ସମୃଦ୍ଧି ଯୋଜନା ମିଳିପାରୁନଥିଲା ଏବେ ମିଳୁଛି । କେନ୍ଦ୍ରର ଅନେକ ଯୋଜନା ଯାହାର ପୂରା ଲାଭ ପ୍ରଥମେ ଓଡ଼ିଶାକୁ ମିଳୁନଥିଲା ଏବେ କେନ୍ଦ୍ର ରାଜ୍ୟ ଦୁଇ ସରକାରଙ୍କ ଯୋଜନା ଲୋକଙ୍କୁ ମିଳୁଛି । ନିର୍ବାଚନ ସମୟରେ ଯେଉଁ ପ୍ରତିଶୃତି ଆମେ ଲୋକଙ୍କୁ ଦେଇଥିଲୁ ତାହା ଆମେ ପାଳନ କରୁଛୁ । ଓଡ଼ିଶାରେ ଅନେକ ସଂଖ୍ୟାରେ ଜନଜାତି ସମାଜ ରହୁଛନ୍ତି । କିନ୍ତୁ ଅତୀତରେ ଆଦିବାସୀ ଲୋକଙ୍କୁ ଅବହେଳିତ କରାଯାଇଥିଲା । ଲମ୍ୱା ସମୟ ପର୍ଯ୍ୟନ୍ତ ଯେଉଁ ଦଳ ଏଠାରେ ରହିଥିଲା ସେମାନେ ଆଦିବାସୀଙ୍କୁ ନିଜ ଦଳ ପାଇଁ ବ୍ୟବହାର କରୁଥିଲେ । ସେମାନଙ୍କୁ ନିଜର ପ୍ରାପ୍ୟ ମିଳୁନଥିଲା । ଆଦିବାସୀ କ୍ଷେତ୍ରକୁ ରେଡ୍ କରିଡର ନାମରେ ବଦନାମ କରାଯାଇଥିଲା । ଗୋଟିଏ ବର୍ଷ ମଧ୍ୟରେ ଆମେ ଆଦିବାସୀ ସମାଜକୁ ବିକାଶର ରାସ୍ତାରେ ନେବାକୁ ଚେଷ୍ଟା କରିଛୁ । ଦେଶରେ ନକ୍ସଲବାଦ ଶେଷ ହେବ ଏହା ମୋଦୀର ଗ୍ୟାରେଣ୍ଟି । ଆଦିବାସୀଙ୍କ ସ୍ୱପ୍ନକୁ ପୂରଣ କରିବା ସେମାନଙ୍କ ଜୀବନରୁ ସମସ୍ୟା ଦୂର କରିବା ଆମର ପ୍ରାଥମିକତା । ଦେଶରେ ୭ ହଜାରରୁ ଅଧିକ ଗାଁରେ ବିକାଶର କାର୍ଯ୍ୟ କରାଯାଉଛି । ଓଡ଼ିଶାରେ ବି ଆଦିବାସୀ ଅଞ୍ଚଳର ଉନ୍ନଚି କରାଯାଉଛି । ଓଡ଼ିଶାର ୧୧ ଜିଲ୍ଲାରେ ୪୦ ଆବାସିକ ବିଦ୍ୟାଳୟ ତିଆରି କରାଯାଉଛି । ପାରଦୀପରୁ ନେଇ ଝାରସୁଗୁଡା ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରର ବିକାଶ କରାଯାଉଛି । ଓଡ଼ିଶାରେ ରାସ୍ତା, ରେଳ ଏବଂ ବିମାନ ସେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଓଡ଼ିଶାକୁ ଏକ ଶିଳ୍ପବହୁଳ ରାଜ୍ୟରେ ପରିଣତ କରିବାକୁ ଆମେ ଉଦ୍ୟମ କରୁଛୁ ଯାହା ରୋଜଗାର ସୃଷ୍ଟି କରିବ । ପେଟ୍ରୋଲିୟମ ଏବଂ ପେଟ୍ରୋକେମିକାଲ କ୍ଷେତ୍ରରେ ଆମେ ପୁଞ୍ଜି ନିବେଶ କରୁଛୁ । ଆଜିର କାର୍ଯ୍ୟକ୍ରମରେ କିଛି ଲକ୍ଷପତି ଦିଦିଙ୍କୁ ସମ୍ମାନୀତ କରିଛନ୍ତି ପ୍ରଧାନମନ୍ତ୍ରୀ ।
ଆପଣଙ୍କୁ କହିରଖୁଛୁ ଯେ, ରାଜ୍ୟପାଳ ହରିବାବୁ କମ୍ଭମପାଟି ପ୍ରଧାନମନ୍ତ୍ରୀଙ୍କୁ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ। ସେହିପରି ମୁଖମନ୍ତ୍ରୀ ଓଡ଼ିଶାର ପ୍ରସିଦ୍ଧ ତାରକସୀ କାମର ପ୍ରତୀକକୁ ଉପହାର ଭାବେ ପ୍ରଦାନ କରିଥିଲେ। ରଥଯାତ୍ରା ପଟ୍ଟଚ୍ଚିତ୍ରକୁ ରଘୁରାଜପୁରର ଜଣେ କାରିଗର ସଂଯୁକ୍ତା ସ୍ୱାଇଁ ପ୍ରଦାନ କରିଲେ। ସଂଯୁକ୍ତା ଜଣେ ଲକ୍ଷପତି ଦିଦି ଭାବେ ନିଜକୁ ପ୍ରତିଷ୍ଠିତ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହ ମଞ୍ଚ ଉପରରେ ରହିଥିଲେ ରାଜ୍ୟର ସମସ୍ତ ମନ୍ତ୍ରିମଣ୍ଡଳ ସଦସ୍ୟଙ୍କ ସହ ରାଜ୍ୟପାଳ ଏବଂ ଦୁଇ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ ଏବଂ ଧର୍ମେନ୍ଦ୍ର ପ୍ରଧାନ। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ରହିଥିଲେ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଥିଲେ ଯେ, ବର୍ଷା ପୂର୍ବରୁ ଏଠାରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଓଡ଼ିଶାରେ ସରକାର ଶପଥ ଗ୍ରହଣ କରିଥିଲେ। ଆଜି ଏକ ବର୍ଷ୍ ପୂର୍ତ୍ତିରେ ଆପଣ ଉପସ୍ଥିତ। ଏହା ଆପଣଙ୍କ ଓଡ଼ିଶା ପ୍ରତି ସ୍ନେହ ଓ ଭଲ ପାଇବାର ନିଦର୍ଶନ। ଆପଣଙ୍କ ହାତରେ ଦେଶ ସୁରକ୍ଷିତ । ଅପରେସନ୍ ସିନ୍ଦୂର ସହିତ ଏକ ନୂଆ ଭାରତର ଅଭ୍ୟତ୍ଥାଣନ ହୋଇଛି। ଆଗରୁ ଦେଶ କହୁଥିଲେ ମୋଦୀ ହୈ ତୋ ମୁମ୍କିନ୍ ହୈ। ଆଜି ଦେଶ କହୁଛି ମୋଦି ହେୈ ତୋ ଦେଶ ସୁରକ୍ଷିତ ହୈ। ଆପଣଙ୍କ ନେତୃତ୍ୱରେ ଦେଶ ବଦଳୁଛି। ପରିବର୍ତ୍ତନ ମାର୍ଗରେ ଯାଉଛି। ଆପଣଙ୍କ ଦ୍ୱାଦରା ରେଖାଙ୍କିତ ଗରିବ, ଅନ୍ନଦାତା, ମହିଳା ଓ ଯୁବକଙ୍କ ପାଇଁ ଆମ କାର୍ଯ୍ୟକ୍ରମ ସମର୍ପିତ। ଆମେ ଅନେକ ସଫଳତା ହାସଲ କରିଛୁ। ଓଡ଼ିଶାର ପ୍ରତ୍ୟେକ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିଛି। ଏହି ବର୍ଷକରେ ମୁଁ ସମସ୍ତ ଜିଲ୍ଲାକୁ ଗସ୍ତ କରିଛି। ସମସ୍ତଙ୍କ ସୁଖ ଦୁଃଖରେ ସାମିଲ ହୋଇଛି। ସାଂସ୍କୃତି ସ୍ୱଏତନ୍ତ୍ରତା ସହ ପରିଚିତ ହୋଇଚି। ବର୍ଷକର ରିପୋର୍ଟ କାର୍ଡ ଦେଇଛି।