Hindi News >>Home >>Odisha Politics

Odisha News: ନେତା ନା କ୍ରୀତଦାସ ବାଛିବେ ବୋଲି ପ୍ରଶ୍ନ କଲେ ଅପରାଜିତା

୪୨ ପ୍ରତିଶତ ଶିକ୍ଷିତ ଯୁବକ ଯୁବତୀ ବେକାର ରହିଛନ୍ତି। ଆଇଏଲ୍‍ଓ ପକ୍ଷରୁ ଏହା କୁହାଯାଇଛି। ୨୨ ରାଜ୍ୟରେ ହୋଇଥିବା ସର୍ବେକ୍ଷଣରେ ଆମ ରାଜ୍ୟରେ ସବୁଠାରୁ ଅଧିକ ବେକାର ରହିଛି। ଏହା ୨୪ ବର୍ଷ ଶାସନର ଉପହାର ବୋଲି କହିଛନ୍ତି ଅପରାଜିତା।

Advertisement
Odisha News: ନେତା ନା କ୍ରୀତଦାସ ବାଛିବେ ବୋଲି ପ୍ରଶ୍ନ କଲେ ଅପରାଜିତା
Prabhudatta Moharana|Updated: May 13, 2024, 12:04 PM IST
Share

ଭୁବନେଶ୍ୱର: ନେତା ନା କ୍ରୀତଦାସ ବାଛିବାକୁ ଯାଉଛୁ ବୋଲି ପ୍ରଶ୍ନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏବେ ନିର୍ଣ୍ଣାୟକ ନିଷ୍ପତ୍ତି ନେବାର ସମୟ, ଏହାକୁ ଜନତା ଧ୍ୟାନ ଦେବେ ବୋଲି ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ସେ କହିଛନ୍ତି, ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ପାଇଁ ୪୨୦୦ କୋଟି ଟଙ୍କା ଖର୍ଚ୍ଚ କରଯାଇଛି। ରାଜ୍ୟ ତହବିଲରୁ ଏହି ଖର୍ଚ୍ଚ ହୋଇଛି। କିନ୍ତୁ ଅଯୋଧ୍ୟାରେ ଶ୍ରୀରାମମନ୍ଦିର ତିଆରି ପାଇଁ ୧୪୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏଥିରୁ ସ୍ପଷ୍ଟ ଯେ କେତେ ପରିମାଣର ଦୁର୍ନୀତି ହୋଇଛି। 

ବିଜେଡିର ପୂର୍ବ ଅଭିଯୋଗକୁ ଉତ୍‍ଥାପନ କରି ଅପରାଜିତା କହିଛନ୍ତି,  ଦକ୍ଷିଣ ଭାରତୀୟ ସ୍ଥପତି ଫାର୍ମ ‘ଭୂମିପୂତ୍ର’କୁ ଏହି କାମ ଦେଇଥିଲେ। କୌଣସି ଅଭିଜ୍ଞତା ନଥାଇ କେଉଁ ପରିସ୍ଥିତିରେ ଏହି ପ୍ରକଳ୍ପ ଲାଗି ଏହି ଫାର୍ମକୁ କାର୍ଯ୍ୟ ଦିଆଗଲା। ଏନ୍‍ଏମ୍‍ଏର ନିର୍ଦ୍ଦେଶାବଳୀକୁ ନେଇ ଆମେ ସମସ୍ତେ ମାନିବାକୁ ବାଧ୍ୟ। କିନ୍ତୁ ଏଠାରେ ଭୁଲ୍‍ ଡିପିଆର ତିଆରି କରାଯାଇଥିଲା। ବିଜେପିର ପ୍ରଶ୍ନ ପରେ ଡିପିଆର୍‍ ବଦଳାଯାଇଥିଲା। କାହିଁକି ଭୁଲ୍‍ ଡିପିଆର୍‍ ତିଆାରି କରାଯାଇଥିଲା। ୧୪୦୦ କୋଟି ଟଙ୍କା ଶ୍ରୀରାମମନ୍ଦିର ତିଆରି ପାଇଁ ଖର୍ଚ୍ଚ ହୋଇଥିଲା କିନ୍ତୁ ଏଠାରେ କେବଳ ପ୍ରକଳ୍ପ ଲାଗି ୪୨୦୦ କୋଟି ଟଙ୍କା  ଖର୍ଚ୍ଚ କରାଯାଇଥିଲା। ଏହା ଏକ ପ୍ରଶ୍ନବାଚୀ। 

ଏମାର ମଠ, ଉତ୍ତରପାର୍ଶ୍ୱ ମଠ ଗୁରୁନାନକ ମଠ, ରଘୁନନ୍ଦନ ଲାଇବ୍ରେରୀକୁ ଭାଙ୍ଗି ଦିଆଯାଇଛି। ଏଥିପାଇଁ କିଏ ଦାୟୀ ବୋଲି ପ୍ରଶ୍ନ କରିଛନ୍ତି  ଅପରାଜିତା। ୭୦୦/୮୦୦ ବର୍ଷର ଐତିହ୍ୟ ଗର୍ବକୁ ଭାଙ୍ଗି ଦିଆଯାଇଛି। ଏହା ଓଡ଼ିଆର ଅସ୍ମିତାର ପ୍ରଶ୍ନ। 

୫ ବର୍ଷ ହେଲାଣି ଶାସନ ବ୍ୟବସ୍ଥାକୁ ଜଣେ ହାଇଜାକ୍‍ କରିଛନ୍ତି। ପାରଳା ମହାରାଜାଙ୍କ ଭିଡିଓ ଦେଖିଥିବେ। ସେହି ଅବସ୍ଥା ହୋଇଛି ମୁଖ୍ୟମନ୍ତ୍ରୀଙ୍କର। ଲଗାତାର ୫ ବର୍ଷ ହେଲା ସାନ ବାବୁ ସମସ୍ତଙ୍କୁ ଦୂରେଇ ରଖି ମୁଖ୍ୟମନ୍ତ୍ରୀଙ୍କୁ ଏକୁଟିଆ କରିଛନ୍ତି। ଏହା କହିବାକୁ ଚାହିଁବି ଯେ, ମୁଖ୍ୟ ସଚିବ, ଡିଜି ପୁଲିସ ପ୍ରମୁଖ ଏହାଙ୍କ ଅନୁମତି ବିନା ଭେଟିବାକୁ ଦିଆଯାଉ ନାହିଁ। ଏହା କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି। 

ବିଜେଡିର ଇସ୍ତାହାରରେ କୁହାଯାଇଛି, ଆମେ ବିଜୁଳି ବିଲ୍‍ ଜୁଲାଇରୁ ନେବୁ ନାହିଁ। ୧୦୦ ୟୁନିଟ ଯାଏ ବିଜୁଳି ସେମାନେ ନେବେ ନାହିଁ। ବିଜେପି କୌଣସି ଘରୁ ବିଜୁଳି ବିଲ ନେବ ନାହିଁ କିନ୍ତୁ ସବୁ ଘରେ ହେବ ସୋଲାର ପ୍ୟାନେଲ। କିନ୍ତୁ କେଉଁ ପରିସ୍ଥିତିରେ ଓଡ଼ିଶାରେ ୟୁନିଟ ପିଛା ଦେୟ ଅଧିକ ରହିଛି। ଓଡ଼ିଶାରୁ ଚେନ୍ନାଇର ଏକ କମ୍ପାନୀ ବିଜୁଳି ୟୁନିଟ ପିଛା ୨ଟଙ୍କା୫୨ ପଇସାରେ କିଣୁଥିବା ବେଳେ ଓଡ଼ିଶାରେ ଗ୍ରାହକଙ୍କୁ ୨.୮୨ ପଇସା ରେ ବିକ୍ରି କରାଯାଉଛି। ଏଡାର କାରଣ କ’ଣ ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା। 

୪୨ ପ୍ରତିଶତ ଶିକ୍ଷିତ ଯୁବକ ଯୁବତୀ ବେକାର ରହିଛନ୍ତି। ଆଇଏଲ୍‍ଓ ପକ୍ଷରୁ ଏହା କୁହାଯାଇଛି। ୨୨ ରାଜ୍ୟରେ ହୋଇଥିବା ସର୍ବେକ୍ଷଣରେ ଆମ ରାଜ୍ୟରେ ସବୁଠାରୁ ଅଧିକ ବେକାର ରହିଛି। ଏହା ୨୪ ବର୍ଷ ଶାସନର ଉପହାର ବୋଲି କହିଛନ୍ତି ଅପରାଜିତା।

Read More
{}{}