ଭୁବନେଶ୍ୱର: ରାଜ୍ୟରେ ଅଫିସର ତଥା କର୍ମଚାରୀଙ୍କ ଶାସନ ଚାଲିଛି। ଯେତେବଳେ ଯେଉଁଠି ଅଫିସର ରାଜ ଚାଲେ ସେତେବଳେ ଭ୍ରଷ୍ଟାଚାର, ଡକାୟତି ଚାଲେ। ଏକଚ୍ଛତ୍ରବାଦ ଜନ୍ମ ନିଏ। ସେଠାରେ ଲୋକଙ୍କ ଅଧିକାର ରହେ ନାହିଁ। ଜନତା ଜନାର୍ଦ୍ଧନଙ୍କ କୌଣସି ସମ୍ପର୍କ ନାହିଁ, ଯାହା ଓଡ଼ିଶାରେ ହୋଇଛି। ଏହାର ଉଦାହରଣ ଶ୍ରୀମନ୍ଦିରରେ ଦେଖିବାକୁ ମିଳିଛି। ପରିସ୍ଥିତି ଏମିତି ଯେ, ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାରକୁ ବି ସେମାନେ ଛାଡ଼ି ନାହାନ୍ତି େବାଲି କହିଛନ୍ତି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ। ସେ କହିଛନ୍ତି ‘ଏହି ଭଳି ଅଫିସରଙ୍କୁ ଏତେ କ୍ଷମତା ଦେବା ଉଚିତ ନୁହେଁ ସେଉଁମାନେ ସରକାରଙ୍କୁ ପରିଚାଳନା କରିବେ। ଏହା ହେବା ଉଚିତ ନୁହେଁ। ଲୋକତନ୍ତ୍ରରେ ଲୋକଙ୍କ ଦ୍ୱରା ବଛା ଯାଇଥିବା ଲୋକ ପ୍ରତିନିଧି ହିଁ ସରକାର ଚଳାଇବା ଦରକାର।’
ବାଣପୁରଠାରେ ପୁରୀ ସଂସଦୀୟ ନିର୍ବାଚନ ମଣ୍ଡଳୀରେ ପ୍ରଚାର ଆରମ୍ଭ କରିବାକୁ ଯାଇ ସେ କହିଛନ୍ତି ‘ ପୁରୀ ଆମ ସନାତନ ଧର୍ମାଲମ୍ବୀଙ୍କ ପାଇଁ ପବିତ୍ର ଭୂମି। ଆଦିଶଙ୍କରାଚାର୍ଯ୍ୟ ଯେଉଁ ୪ ପୀଠ ସ୍ଥାପନ କରାଥିଲେ ସେଥିରୁ ପୁରୀ ଗୋଟିଏ। ପୁରୀ ବିନା ଭାରତରେ ସନାତନ ଧର୍ମର ପରିକଳ୍ପନା କରାଯାଇ ନପାରେ। ଡବଲ ଇଞ୍ଜିନ୍ ସରକାର ଆଣି ଏଠାରେ ବାଲି, ଖଣି, ଜମି ମାଫିଆଙ୍କ ଉପରେ ଉତ୍ତର ପ୍ରଦେଶର ବୁଲଡୋଜର ଭଳି ତାଙ୍କ ଉପରେ ଚଢ଼ାଇ ଏଠାରେ ରାସ୍ତା ତିଆରି କରିବାକୁ ହେବ। ’ଯେତେବଳେ ସରକାର ବିଜେପିର ହୁଏ ଏବଂ ନରେନ୍ଦ୍ର ମୋଦୀଙ୍କ ଭଳି ନେତା ମିଳନ୍ତି ସେତେବଳେ କେମିତି ପରିବର୍ତ୍ତନ ଆସେ ତାହା ଆପଣ ଜାଣିଥିବେ। ଭାରତର ସମ୍ମାନ ବଢ଼ିଛି, ସୀମା ସୁରକ୍ଷିତ ହୋଇଛି। ଆତଙ୍କବାଦ, ନକ୍ସଲବାଦ ଶେଷ ହୋଇଛି। ଏହା ନୂଆ ଭାରତର। ଏହା କାହାକୁ ହଇରାଣ କରେ ନାହିଁ କିନ୍ତୁ ଯିଏ ହଇରାଣ କରେ ତାକୁ ଛାଡ଼େ ନାହିଁ। ଏଣୁ ପାକିସ୍ତାନ ଆଜି କେଉଁଠି ଫୋଟକା ଫାଟିଲେ ସଫେଇ ଦେବାକୁ ସାମ୍ନାକୁ ଆସି କହୁଛି ଏହା ମୁଁ ଫୁଟାଇ ନାହିଁ।
ରାଜ୍ୟରେ ବିଜେଡି ସରକାର ସହ ସେ ପଶ୍ଚିମବଙ୍ଗର ଟିଏମ୍ସି ଶାସନ ଏବଂ ଇଣ୍ଡିଆ ମେଣ୍ଟକୁ ମଧ୍ୟ ସମାଲୋଚନା କରିଛନ୍ତି ନଜର ପକାନ୍ତୁ ଯୋଗୀଙ୍କ ଭାଷଣର କିଛି ମୂଳ ବିନ୍ଦୁ ଉପରେ।
1. ଦେଶର ୮୦ କୋଟି ଲୋକଙ୍କୁ ମୋଦୀ ସରକାର ମାଗଣାରେ ଖାଦ୍ୟ ସାମଗ୍ରୀ ଦେଉଛନ୍ତି। ନବୀନ ପଟ୍ଟନାୟକଙ୍କ ସରକାର ଅଫିସରଙ୍କ ଦ୍ୱାରା ଏମିତି ଘେରି ହୋଇଛି ଯେ ମାଗଣାରେ ମିଳୁଥିବା ରାସନକୁ ବି ନିଜ ନାଁରେ ପ୍ରଦାନ କରୁଛି। ମୋଦୀଜୀ ପୂରା ଦେଶରେ ୬୦ କୋଟି ଲେକଙ୍କୁ ଚିକିତ୍ସା ସୁବିଧା ଦେଉଛନ୍ତି କିନ୍ତୁ ନବୀନ ସରକାର ଏଠାରେ ଆୟୁଷ୍ମାନ ଯୋଜନା ଲାଗୁ କରିବାକୁ ଦେଉ ନାହାନ୍ତି।
2. ଦେଶରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଭାରତରେ ରହୁଛନ୍ତି, ଖାଉଛନ୍ତି କିନ୍ତୁ ପାକିସ୍ତାନର କଥା କହୁଛନ୍ତି। ପାକିସ୍ତାନକୁ ମହିମାମଣ୍ଡିତ କରୁଛନ୍ତି। ମୁଁତ ସେମାନଙ୍କୁ କହୁଛି ଯଦି ଏତେ ପ୍ରୀତି ପାକିସ୍ତାନ ପ୍ରୀତି ତେବେ ପାକିସ୍ତାନ ଚାଲି ଯାଆନ୍ତୁ। ଭାରତରେ ୮୦ କୋଟି ଜନସଂଖ୍ୟାକୁ ମୋଦୀ ସରକାର ମାଗଣାରେ ଖାଦ୍ୟ ଖୁଆଉଛି। ଅନ୍ୟ ପକ୍ଷରେ ୨୩ କୋଟି ଜନସଂଖ୍ୟା ବିଶିଷ୍ଟ ପାକିସ୍ତାନରେ ଲୋକେ ଭୋକର ଯାତନା ସହୁଛନ୍ତି। ଏକ କିଲୋ ଅଟା ବା ଗହମ ପାଇଁ ଆଜି କଷ୍ଟ ସହୁଛନ୍ତି। ପାକିସ୍ତାନର ଯେତିକି ଜନସଂଖ୍ୟା ସେତିକି ଜନସଂଖ୍ୟାକୁ ଭାରତରେ ମୋଦୀ ଗରିବୀ ରେଖାଠୁ ଉପରକୁ ଆଣିଛନ୍ତି।
3. ଏଠାରେ ପୁରୀ ତ ପ୍ରଥମରୁ ପ୍ରସିଦ୍ଧ। କିନ୍ତୁ ଏଠାରେ ନବୀନ ପଟ୍ଟନାୟକଙ୍କ ସରକାର ଭଗବାନଙ୍କ ରତ୍ନଭଣ୍ଡାରର ଚାବି ହଜିଗଲା। ଏଠାରେ ଭଗବନାଙ୍କ ଟ୍ରେଜରୀକୁ ମଧ୍ୟ ଏମାନେ ନଜର ପାକଇଛନ୍ତି। ଆଜି ଅଯୋଧ୍ୟାରେ ଗୋଲାମୀ ନାହିଁ। ଜୟ ଶ୍ରୀ ରାମ ଶୁଣିବାକୁ ମିଳୁଛି। ୫୦୦ ବର୍ଷ ହେଲା ଯାହା ହୋଇ ନଥିଲା, ଆଜି ତାହା ଶୁଣିବାକୁ ମିଳୁଛି।
4. ଷଷ୍ଠ ପର୍ଯ୍ୟାୟରେ ଆପଣଙ୍କୁ ଭୋଟ୍ ଦେବାକୁ ଅଛି। ୧୨ ରାଜ୍ୟ ମୁଁ ବୁଲିଛି। ଏବଂ କହିପାରିବି ଯେ ଦେଶର ଲୋକେ ଗୋଟିଏ କଥା କହୁଛନ୍ତି ତାହା ହେଲା ପୁଣି ଆଉଥରେ ମୋଦୀ ସରକାର। ଆଉ ଏଥର ୪୦୦ ପାର।
5. ୪୦୦ ପାର କହିଲେ ବିଜୁ ଜନତା ଦଳଙ୍କୁ ଚକ୍କର ଆସୁଛି। ଏମାନଙ୍କ ପାଖରେ ୨୧ ଆସନ ରହିଛି। ଏଣୁ ଏମାନଙ୍କ ପ୍ରତିନିଧି ଜିତି କରିବେ କ’ଣ। ଏମାନେ କେବେ ସରକାର କରିପାରିବେ ନାହିଁ। ଏଣୁ ଦେଶରେ ଗୋଟିଏ ମନ୍ତ୍ର ଚାଲିଛି, ସାରା ଦେଶରେ ଲୋକେ କହୁଛନ୍ତି, ତାହା ହେଲା ଯିଏ ପ୍ରଭୁ ରାମଙ୍କୁ ଆଣିଛି ଆମେ ତାଙ୍କୁ ଆଣିବୁ।
6. ମୁଁ ଏହା କହିବାକୁ ଆପଣଙ୍କ ପାଖକୁ ଆସିଛିଯେ ଏଥିଯୋଗୁ ଏଠାର ସରକାର ଓଡ଼ିଶାର ଭାବନାର ବିପରୀତ ଆଚରଣ କରୁଛି। ଓଡ଼ିଆ ପରମ୍ପରା ଓ ସଂସ୍କୃତିର ଧଜିଆ ଉଡ଼ାଉଛି। ଓଡ଼ିଆ ପରମ୍ପରାକୁ ପୂରା ଅପମାନିତ କରିଛି। ଅନ୍ୟ ପକ୍ଷରେ ଇଣ୍ଡି ମେଣ୍ଟ ଯେଉଁ କାର୍ଯ୍ୟ କରୁଛି ତାହା ମଧ୍ୟ ନିନ୍ଦନୀୟ।
7. ଟିଏମସି ସରକାର ଦ୍ୱାରା ୨୦୧୦ରୁ ନେଇ ଲଗାତାର ମୁସଲିମଙ୍କୁ ଓବିସି ରେ ଭରତ୍ତି କରି ଓବିସିଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରୁଥିଲେ। କୋଲକତା ହାଇକୋର୍ଟ ଏହା ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇ କହିଛନ୍ତି, ଭାରତରେ ଧର୍ମ ଆଧାରରେ ଆରକ୍ଷଣ ଦିଆଯାଇ ପାରିବ ନାହିଁ। ଧାର୍ମିକ ପୃଷ୍ଠଭୂମିରେ ଆରକ୍ଷଣ ସମ୍ବିଧାନା ମୂଳଭାବନା ବିରୋଧୀ। ଅନୁସୂଚିତ ଜିତି, ଜନଜାତି ଓ ଓବିସି ବର୍ଗ ଲୋକଙ୍କୁ ଆରକ୍ଷଣ ମିଳିବା ଆବଶ୍ୟକ। ପୁଣି ସେମାନେ ଭାରତୀୟ ମୂଳବାସିନ୍ଦା ହେବା ଆବଶ୍ୟକ।
8. କିନ୍ତୁ କିଛି ଦଳ ଯେଉଁଭଳି ଭାବେ ଇସ୍ତାହାର ଦେଇଛନ୍ତି ତାହା ଭାରତ ବିରୋଧୀ ରହିଛି। ଏହାକୁ ସ୍ୱୀକାର କରିବା ଉଚିତ ନୁହେଁ। ସେ କଂଗ୍ରେସ ହେଉ, ଟିଏମ୍ସି ହେଉ ବା ବିଜେଡି ହେଉ। ଏହାର ଅର୍ଥ ନକ୍ସଲବାଦକୁ ପ୍ରୋତ୍ସାହନ ଦେବା ବୋଲି କହିଛନ୍ତି ଯୋଗୀ ଆଦିତ୍ୟନାଥ।
9. ତୋଷାମଦ ରାଜନୀତିରେ ବିଶ୍ୱାସକରୁଥିବା ଏହି ନେତାମାନେ କେତେବେଳେ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟା କରୁଛନ୍ତି ତ କେତେବଳେ ଅନୁସୂଚିତ ଜାତି, ଜନଜାତି ଓ ଓବିସି ବର୍ଗଙ୍କୁ ସମ୍ବିଧାନ ଦେଇଥିବା ଅଧିକାରକୁ କ୍ଷୁର୍ଣ୍ଣ କରୁଛନ୍ତି।
10. ଏମାନଙ୍କ ଇସ୍ତାହାରକୁ ଦେଖିଲା ଜଣାଯାଉଛି ଏହା ମୁସ୍ଲିମ ଲିଗ ଇସ୍ତାହାର। ଯେଉଁପ୍ରକାର ଟିକସ ବ୍ୟବସ୍ଥାକୁ ପ୍ରୋତ୍ସାହନ କରାଯାଉଛି ତାହାକୁ ସ୍ୱୀକାର କରାଯିବା ଉଚିତ ନୁହେଁ। କଂଗ୍ରେସ ହେଉ ବା ଟିଏମ୍ସି ବା ବିଜେଡି ଅଥବା ଇଣ୍ଡି ମେଣ୍ଟ ସହ ଯୋଡ଼ି ହୋଇଥିବା ଯେକୌଣସି ଦଳର ଆଚରଣ ଭାରତ ବିରୋଧୀ ବୋଲି କହିଛନ୍ତି ଶ୍ରୀ ଯୋଗୀ। ଆତଙ୍କବାଦ, ନକ୍ସଲବାଦ, ମତାନ୍ତରଣ, ଅରାଜକତା, ଭ୍ରଷ୍ଟାଚାରକୁ ପ୍ରୋତ୍ସାହନ ଦାବାକୁ ଉଦ୍ଦିଷ୍ଟ । ମୋଦୀଙ୍କ ନେତୃତ୍ୱରେ ଯେଉଁ ଲହଡ଼ି ମାଡ଼ି ଚାଲିଛି ତାହା ସୁନାମୀ ଭଳି। ୪ ଜୁନରେ ଏଥର ୪୦୦ ପାର ଲକ୍ଷ୍ୟ ପୂରଣ ହେବ।