Hindi News >>Home >>Zee Odisha

Karishma Kapoor:କରିସ୍ମା ବାପାଙ୍କ କଥା ମାନିଥିଲେ ବିବାହ ବିଚ୍ଛେଦ ଯାଏଁ କଥା ଯାଇ ନଥାନ୍ତା

କରିସ୍ମା କପୁର ହେଉଛନ୍ତି ତାଙ୍କ ପରିବାରର ଏକମାତ୍ର ମହିଳା ଯିଏ କି ଅଳ୍ପ ବୟସରେ ସିନେମା ଜଗତରେ ପ୍ରବେଶ କରିଥିଲେ। ଲୋଲୋଙ୍କ ସିନେମା  ଜୀବନ ବହୁତ ସୁନ୍ଦର ଥିଲା, କିନ୍ତୁ ତାଙ୍କର ବୈବାହିକ  ଜୀବନ ଏକ ଦୁଃସ୍ୱପ୍ନଠାରୁ କିଛି କମ ନଥିଲା ।  ଯେଉଁ ବ୍ୟକ୍ତିଙ୍କ ସହିତ ଜାକଜମକରେ ବିବାହ କରିଥିଲେ ସେହି ବ୍ୟକ୍ତି ତାଙ୍କ ଜୀବନ

Advertisement
SOCIAL MEDIA
SOCIAL MEDIA
Zee Odisha Desk|Updated: Dec 28, 2023, 10:45 PM IST
Share

Karishma Kapoor:

କରିସ୍ମା କପୁର ହେଉଛନ୍ତି ତାଙ୍କ ପରିବାରର ଏକମାତ୍ର ମହିଳା ଯିଏ କି ଅଳ୍ପ ବୟସରେ ସିନେମା ଜଗତରେ ପ୍ରବେଶ କରିଥିଲେ। ଲୋଲୋଙ୍କ ସିନେମା  ଜୀବନ ବହୁତ ସୁନ୍ଦର ଥିଲା, କିନ୍ତୁ ତାଙ୍କର ବୈବାହିକ  ଜୀବନ ଏକ ଦୁଃସ୍ୱପ୍ନଠାରୁ କିଛି କମ ନଥିଲା ।  ଯେଉଁ ବ୍ୟକ୍ତିଙ୍କ ସହିତ ଜାକଜମକରେ ବିବାହ କରିଥିଲେ ସେହି ବ୍ୟକ୍ତି ତାଙ୍କ ଜୀବନକୁ ନର୍କ କରିଦେଇଥିଲେ । ବିବାହର ଅନେକ ବର୍ଷ ପରେ ଦି’ ପିଲାଙ୍କ ସହିତ ଶେଷରେ ତାଙ୍କୁ ଅଲଗା ହେବାକୁ ପଡିଥିଲା । ଆଉ ଏଥିପାଇଁ ଅନେକ ସମୟରେ କରିସ୍ମା ନିଜକୁ ମଧ୍ଯ ଦାୟି କରନ୍ତି । କାରଣ ବିବାହ ପୂର୍ବରୁ ସେ ଏମିତି କିଛି ସଂକେତ ପାଇସାରିଥିଲେ ଯାହା କହୁଥିଲା ଯେ, ଏହି ବିବାହ ତିଷ୍ଟିବ ନାହିଁ ।କିନ୍ତୁ କରିସ୍ମା ସେସବୁ ସଂକେତକୁ ନଜରଅନ୍ଦାଜ କରି ଆଗକୁ ବଢିଥିଲେ । ଯାହା ତାଙ୍କୁ ମହଙ୍ଗା ପଡିଥିଲା ।

ବାପାଙ୍କ ଇଛା ବିରୋଧରେ କରିଥିଲେ ବିବାହ

ଅଧିକାଂଶ ଲୋକ ଜାଣନ୍ତି ନାହିଁ ଯେ କରିସ୍ମାଙ୍କ ପିତା ରାନଧିର କପୁର ଏହି ବିବାହ ସପକ୍ଷରେ ନଥିଲେ । ତାଙ୍କୁ  ଲାଗୁଥିଲା ଯେ ସଞ୍ଜୟ କପୁର ତାଙ୍କ ଝିଅ ପାଇଁ ଠିକ୍ ନୁହଁନ୍ତି । ଗୋଟିଏ ସାକ୍ଷାତକାରରେ ସେ ନିଜର କ୍ରୋଧ ପରିପ୍ରକାଶ ଏମିତି ଅନେକ କଥା କହିଥିଲେ ଯାହାକୁ ନଜର ଅନ୍ଦାଜ କରିବା କରିସ୍ମାଙ୍କୁ ମହଙ୍ଗା ପଡିଥିଲା ।

ଏକ ସାକ୍ଷାତକାରରେ ରନଧିର କହିଥିଲେ ଯେ ସେ ଏହି ବିବାହର ସପକ୍ଷରେ ନଥିଲେ । 'ଆମେ କେଉଁ ପ୍ରକାର ପରିବାର ତାହା ସମସ୍ତେ ଜାଣନ୍ତି। ଆମେ କପୁର, ଆମକୁ କାହାର ଟଙ୍କା ପଛରେ ଦୌଡିବାର ଆବଶ୍ୟକତା ନାହିଁ ।  ଭଗବାନଙ୍କ ଦୟାରେ ଆମେ କେବଳ ଧନ ନୁହେଁ ବରଂ ପ୍ରତିଭା ମଧ୍ୟ ପାଇଛୁ, ଯାହା ସାହାଯ୍ୟରେ ଆମେ ଆମର ସମଗ୍ର ଜୀବନକୁ ଆରାମରେ ବଞ୍ଚାଇ ପାରିବା ।

ସଞ୍ଜୟ ଜଣେ ଇତର ଶ୍ରେଣୀର ବ୍ୟକ୍ତି । ମୁଁ କେବେବି ଚାହୁଁ ନଥିଲି ଯେ କରିସ୍ମା ତାଙ୍କୁ ବିବାହ କରନ୍ତୁ। ସେ ଜଣେ ଅୟସବାଜ ବ୍ୟକ୍ତି । ସେ ନିଜ ପତ୍ନୀଙ୍କ ଯତ୍ନ ନେଉନଥିଲେ। ସେ ସବୁବେଳେ ତାଙ୍କୁ ଅସୁବିଧାରେ ପକାଉଥିଲେ ଏବଂ ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କରେ ଥିଲେ । ଦିଲ୍ଲୀର ସମସ୍ତେ ଜାଣନ୍ତି ସେ କି ପ୍ରକାର ବ୍ୟକ୍ତି। ମୁଁ ଏହାଠାରୁ ଅଧିକ କିଛି କହିବାକୁ ଚାହେଁ ନାହିଁ ।

ତେବେ ଏଇଠି ପ୍ରଶ୍ନ ଉଠୁଛି ନିଜ ବିବାହ ପୂର୍ବରୁ କରିସ୍ମା କେଉଁ ସବୁ ରେଡ୍ କାର୍ଡକୁ ଅଣଦେଖା କରିଥିଲେ ? ଯାହା ତାଙ୍କୁ ମହଙ୍ଗା ପଡିଲା । ଆସନ୍ତୁ ଜାଣିବା କ’ଣ ସବୁ ଥିଲା ସେହି କାରଣ ଯାହା କରିସ୍ମାଙ୍କ ବୈବାହିକ ଜୀବନର ଆରମ୍ଭରୁ ହିଁ ଅନ୍ତର କାହାଣୀ ଲେଖିଥିଲା ।

ଯେତେବେଳେ କିଛି ଖରାପ କଥା କାନରେ ପଡୁଛି,ତାକୁ ନଜର ଅନ୍ଦାଜ କରନ୍ତୁ ନାହିଁ

ବିବାହ ପୂର୍ବରୁ ସଞ୍ଜୟଙ୍କ ବିଷୟରେ ଅନେକ ବିଷୟ ଆଲୋଚନା ହେଉଥିଲା, ଯାହାକୁ କରିସ୍ମା ନଜର ଅନ୍ଦାଜ କରିଥିଲେ । ଫଳସ୍ୱରୂପ ତାଙ୍କୁ ଯନ୍ତ୍ରଣା ଭୋଗିବାକୁ ପଡିଲା। ଯଦି ଆପଣ କାହାକୁ ନିଜର ଜୀବନ ସାଥୀ କରିବାକୁ ଚିନ୍ତା କରୁଛନ୍ତି, ତେବେ ତାହା କରିବା ପୂର୍ବରୁ ତାଙ୍କୁ ଭଲଭାବେ ଜାଣନ୍ତୁ,ବୁଝନ୍ତି । ତାଙ୍କ ବାବଦରେ ଯାହା ଭଲ ମନ୍ଦ ଶୁଣୁଛନ୍ତି ତା’ଉପରେ ବିଚାର କରନ୍ତୁ । କେବଳ ଶୁଣାକଥା କହି ଏଡାଇ ଯାଆନ୍ତୁ ନାହିଁ । ବେଳେବେଳେ ସୋସିଆଲ ସର୍କଲରୁ ପ୍ରାପ୍ତ ସୂଚନା ଏତେ ସଠିକ୍ ହୋଇଯାଏ ଯେ ଏହା ଆଧାରରେ ସମ୍ପର୍କକୁ ପ୍ରତ୍ୟାଖ୍ୟାନ କରି ଜୀବନବ୍ୟାପୀ ଯନ୍ତ୍ରଣାକୁ ଏଡା ଯାଇପାରିବ ।

ବିବାହର କାରଣ ଜାଣନ୍ତୁ

ପ୍ରେମ ହେଉ କିମ୍ବା ଆରେଞ୍ଜ ମ୍ୟାରେଜ୍,ପ୍ରଥେମ ଏହା ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ ଉଭୟ କାହିଁକି ବିବାହ ପରି ଏକ ପ୍ରତିବଦ୍ଧତା ଆଡ଼କୁ ଯିବାକୁ ଚାହାଁନ୍ତି? କୁହାଯାଏ ଯେ କରିସ୍ମାଙ୍କୁ ସଂଜୟ ଏକ ଟ୍ରଫି ଭଳି ଭାବୁଥିଲେ । ସୋ’ୱାର୍ଲଡର ଜଣେ ସଫଳ ଅଭିନେତ୍ରୀଙ୍କୁ ପତ୍ନୀ ଭାବେ ସୋସିଆଲ ସର୍କଲରେ ଦେଖାଇବା ଥିଲା ତାଙ୍କ ଲକ୍ଷ୍ଯ । ତେଣୁ ସେ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ । ଯଦି ସଂଜୟ ଏପରି ଭାବୁଥିଲେ ତେବେ ଏହାଠାରୁ ଖରାପ କଥା କିଛି ନଥାଇ ପାରେ । କାରଣ ଥରେ କରିସ୍ମାଙ୍କୁ ବିବାହ କରିବା ପରେ ସେହି ‘ଟ୍ରଫି’ ତାଙ୍କର ହୋଇଯାଇଥିଲା । ଆଉ ଥରେ ଟ୍ରଫି ହାସଲ ପରେ ତାହାର ମୂଲ୍ୟ କମିଯାଇଥାଏ ।

ତେଣୁ ବିବାହ ପୂର୍ବରୁ ବିବାହ କରିବାକୁ ଚାହୁଁଥିବା ବ୍ୟକ୍ତିର ପ୍ରକୃତ ଉଦ୍ଦେଶ୍ୟ କ’ଣ ତାହା ନିଶ୍ଚିତ ଭାବରେ ଜାଣିବା ଆବଶ୍ୟକ । ସେ ଟଙ୍କା ପାଇଁ ବିବାହ କରୁଛନ୍ତି କି? ସେ କେବଳ ସନ୍ତାନ ପାଇବା ପାଇଁ ବିବାହ କରୁଛନ୍ତି କି? ସେ ପରିବାରର ଚାପରେ ବିବାହ କରୁଛନ୍ତି କି? ସେ କେବଳ ଚେହେରା ଯୋଗୁଁ ବିବାହ କରୁଛନ୍ତି କି? ଏପରି ଅନେକ ପ୍ରଶ୍ନ ଅଛି ଯାହାକୁ ବିଚାର କରିବାକୁ ହେବ ।

ଆଚରଣ ପ୍ରତି ଧ୍ୟାନ ଦିଅନ୍ତୁ

ଏହା ମଧ୍ୟ କୁହାଯାଏ ଯେ ବିବାହ ପୂର୍ବରୁ ଥରେ କରିସ୍ମା  ସଞ୍ଜୟଙ୍କ ମାଙ୍କ ସହିତ ହୋଇଥିବା ଦୁର୍ବ୍ୟବହାରକୁ ଦେଖିଥିଲେ । ଯାହା ତାଙ୍କୁ ଅସହଜ କରିଥିଲା ତଥାପି ସେ ଏହି ଭାବନାକୁ ଅଣଦେଖା କରିଥିଲେ। ଗୋଟିଏ ଘରେ ମହିଳାଙ୍କ ପ୍ରତି ହେଉଥିବା ଦୁର୍ବ୍ୟବହାରକୁ ନଜର ଅନ୍ଦାଜ କରିବା କରିସ୍ମାଙ୍କୁ ନିଶ୍ଚିତ ମହଙ୍ଗା ପଡିଥିଲା । କାରଣ ପରବର୍ତ୍ତି କାଳରେ ତାଙ୍କୁ ସମାନ ବ୍ୟବହାରର ଶିକାର ହେବାକୁ ପଡିଥିଲା । ଜଣେ ବ୍ୟକ୍ତି ତାଙ୍କ ଆଖପାଖର ଲୋକଙ୍କ ସହିତ ଯେଉଁପରି ବ୍ୟବହାର କରେ ସେଥିରୁ ସେ ଭବିଷ୍ୟତରେ ତୁମ ସହିତ କିପରି ବ୍ୟବହାର କରିବ ତାହାର ଏକ ସ୍ପଷ୍ଟ ଚିତ୍ର ଦେଖାଇପାରେ । ତେଣୁ ତାଙ୍କର ଅଭ୍ୟାସ ଏବଂ ବ୍ୟବହାର ପ୍ରତି ଧ୍ୟାନ ଦିଅନ୍ତୁ ।

ପ୍ରଥମ ବିବାହ ବିଛେଦର କାରଣ ଖୋଜିବାକୁ ଚେଷ୍ଟା କରନ୍ତୁ

ଯଦି ଆପଣ ଏମିତି କାହାକୁ ନିଜର  ଜୀବନସାଥୀ କରିବାକୁ ଯାଉଛନ୍ତି ଯିଏ ଆଗରୁ  ଛାଡପତ୍ର ନେଇଛନ୍ତି, ତେବେ ତାଙ୍କ ପ୍ରଥମ ବିବାହ ବିଛେଦର କାରଣ ଜାଣନ୍ତୁ ।  ତାଙ୍କୁ ସିଧାସଳଖ ପ୍ରଶ୍ନ ପଚାରିବା ବ୍ୟତୀତ, ସେହି ବ୍ୟକ୍ତିଙ୍କ ସହ ଜଡିତ ଅନ୍ୟ ଲୋକଙ୍କଠାରୁ କିମ୍ବା ଯଦି ସମ୍ଭବ, ତେବେ ତାଙ୍କ ଅତୀତକୁ ଜାଣିଥିବା ଲୋକଙ୍କଠାରୁ ମଧ୍ୟ ସୂଚନା ନିଅନ୍ତୁ । ଅଧିକାଂଶ କ୍ଷେତ୍ରରେ ସମ୍ପର୍କର ଭବିଷ୍ୟତ ସ୍ଥିର କରିବାକୁ ଏହି ପ୍ରକାରର ସୂଚନା ଯଥେଷ୍ଟ ହୋଇଥାଏ । ଏଥିରୁ ଆପଣ ଜାଣି ପାରିବେ ଯେ, ସେହି ବ୍ୟକ୍ତି ଜୀବନସାଥୀ ହେବା ପାଇଁ ଉପଯୁକ୍ତ କି ନାହିଁ ।

Read More
{}{}