Home >>Ratha Yatra

Ratha Yatra 2025: ନୀତି ନିୟମ ଭୁଲିଗଲା ପ୍ରଶାସନ...ସୂର୍ଯ୍ୟାସ୍ତ ପରେ ରାତି ୭ଟା୪୭ରେ ଟଣାହେଲା ନନ୍ଦିଘୋଷ

Ratha Yatra 2025: ଏବେ କୋଟି ଓଡ଼ିଆଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି। କାରଣ କାଇଁ କେତେଦୂରୁ ଭକ୍ତ ଆଜିର ଦିନକୁ ଅପେକ୍ଷା କରିଥାଏ। ଆଉ ଆଜି ରଥ ଟାଣି ନପାରି କ୍ଷୋଭ ପ୍ରକାଶ କରିଛନ୍ତି ଭକ୍ତ । ତେବେ ଆସନ୍ତାକାଲି ନନ୍ଦିଘୋଷ ରଥଟଣା ହେବ। ସେହିପରି ପ୍ରଶାସନ ପକ୍ଷରୁ ଯେତେବେଳେ ପ୍ରତିକ୍ରିୟା ନିଆଯାଇଥିଲା ସେତେବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଥିଲେ ଯେ ଏହା ମହାପ୍ରଭୁଙ୍କ ଇଚ୍ଛା । ସେହିପରି ଅନେକ ସମୟ ପରେ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା ମଧ୍ୟ ହସ୍ତଗତ ହୋଇଛି।  

Advertisement
Ratha Yatra 2025: ନୀତି ନିୟମ ଭୁଲିଗଲା ପ୍ରଶାସନ...ସୂର୍ଯ୍ୟାସ୍ତ ପରେ ରାତି ୭ଟା୪୭ରେ ଟଣାହେଲା ନନ୍ଦିଘୋଷ
Rashmita Sahoo|Updated: Jun 27, 2025, 08:29 PM IST
Share

Ratha Yatra 2025: ଅପରାହ୍ଣରେ ଆରମ୍ଭ ହୋଇଥିଲା ବିଶ୍ୱନିୟନ୍ତାଙ୍କ ରଥଟଣା। ପ୍ରଥମେ ଶରଧାବାଲି ଅଭିମୁଖେ ବାହାରିଥିଲେ ବଡ଼ ଠାକୁର ବଳଭଦ୍ର । ହଜାର ହଜାର ଶ୍ରଦ୍ଧାଳୁ ତାଙ୍କ ରଥକୁ ଟାଣି ନେଉଥିଲେ ଶରଧାବାଲି ଆଡ଼କୁ । ଘଣ୍ଟ ଘଣ୍ଟା କାହାଳି ଶବ୍ଦରେ ଫାଟି ପଡ଼ୁଛି ବଡ଼ଦାଣ୍ଡ । ତିନି ରଥ ଉପରେ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବ ସୁନାର ଖଡ଼ିକାରେ ଛେରାପହଁରା କରିବା ପରେ ଘୋଡ଼ା ଯୋଚା ଯାଇଥିଲା। ତାପରେ ଗଡ଼ିଥିଲା ରଥ । ପ୍ରଥମେ ବଡ଼ଠାକୁରଙ୍କ ରଥ ଟଣା ଯିବା ପରେ ଦ୍ୱିତୀୟରେ ମା ସୁଭଦ୍ରାଙ୍କ ରଥ ଟଣାଯାଇଥିଲା । ହେଲେ ଆଜି ଅମାନିଆ ହୋଇଥିଲେ କାଳିଆ ସାଆନ୍ତ। 

ସବୁ ନିତୀକାନ୍ତି ସମୟାନୁସାରେ ହେଲା ପରେ ବି ଜଗାର ନନ୍ଦିଘୋଷ ରଥ ପାଦେ ବି ଘୁଞ୍ଚିନଥିଲା। ଏତେ ସମୟ ଅପେକ୍ଷା ପରେ ରାତି ୭ଟା ୪୭ ମିନିଟରେ ହୋଇଥିଲା ନନ୍ଦିଘୋଷ ରଥଟଣା। ମାତ୍ର ପାହୁଣ୍ଡେ ଯାଇ ଅଟକିଛି ନନ୍ଦିଘୋଷ ରଥ। ତେବେ ଏହାକୁ ନେଇ ଏବେ କୋଟି ଓଡ଼ିଆଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି। କାରଣ କାଇଁ କେତେଦୂରୁ ଭକ୍ତ ଆଜିର ଦିନକୁ ଅପେକ୍ଷା କରିଥାଏ। ଆଉ ଆଜି ରଥ ଟାଣି ନପାରି କ୍ଷୋଭ ପ୍ରକାଶ କରିଛନ୍ତି ଭକ୍ତ । ତେବେ ଆସନ୍ତାକାଲି ନନ୍ଦିଘୋଷ ରଥଟଣା ହେବ। ସେହିପରି ପ୍ରଶାସନ ପକ୍ଷରୁ ଯେତେବେଳେ ପ୍ରତିକ୍ରିୟା ନିଆଯାଇଥିଲା ସେତେବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଥିଲେ ଯେ ଏହା ମହାପ୍ରଭୁଙ୍କ ଇଚ୍ଛା । ସେହିପରି ଅନେକ ସମୟ ପରେ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା ମଧ୍ୟ ହସ୍ତଗତ ହୋଇଛି। 

ଆଇନମନ୍ତ୍ରୀଙ୍କ କହିବା କଥା, ଭିଡ଼ ନିୟନ୍ତ୍ରଣର ଏକ ଲିମିଟେସନ ଅଛି। ସେହିପରି ବିଧି ଅନୁଯାୟୀ ଆଜି ରଥଟଣା ହେବା କଥା ତାହା ହୋଇଛି। ହେଲେ ସବୁଠୁ ବଡ଼ କଥା ଜଗନ୍ନାଥ ସଂସ୍କୃତି ଗବେଷକ ଏଭଳି କାମ ଓ ପ୍ରତିକ୍ରିୟାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ହିନ୍ଦୁ ଶାସ୍ତ୍ରରେ ସମସ୍ତ ନୀତି ନିୟମ ବିଧି ରହିଛି। ଆମେ ଜାଣିଛେ ସୂର୍ଯ୍ୟାସ୍ତ ପରେ ଯୁଦ୍ଧ, ହଳ ବନ୍ଦ ହୋଇଥାଏ । ସେହିପରି ସୂର୍ଯ୍ୟାସ୍ତ ପରେ ରଥଟଣା କରାଯିବା କଥା ନୁହେଁ। ହେଲେ ଆଜି ଶ୍ରୀମନ୍ଦିର ପ୍ରଶାସନ ଆଜି ଏ କାମ କରିଛି । ରାତି ୭ଟା ୪୭ ମିନିଟରେ ରଥଟଣା କରାଯାଇଛି । ଯାହାକୁ ନେଇ ବିଭିନ୍ନ ମହଲରେ କ୍ଷୋଭ ପ୍ରକାଶ ପାଇଛି। 

ସେପଟେ ଆଇନ ମନ୍ତ୍ରୀଙ୍କ ସୂଚନାନୁଯାୟୀ, ଆସନ୍ତାକାଲି ସକାଳ ୯ଟାରେ ପୁଣି ରଥଟଣା ଯିବ। ଏଠାରେ କହିରଖୁଛୁ ଯେ, ନନ୍ଦିଘୋଷ ରଥ କର୍ଡନରେ ଅଧିକ ଭକ୍ତ ରହିଯିବା ଯୋଗୁଁ ରଥଟଣାରେ ବିଳମ୍ବ ହୋଇଥିଲା ବୋଲି କୁହାଯାଉଛି । ଅନ୍ୟପଟେ ବଳଭଦ୍ର ଓ ମା ସୁଭଦ୍ରାଙ୍କ ରଥ ବାରମ୍ବାର ମୋଡ଼ ନେଉଥିବାରୁ ନନ୍ଦିଘୋଷ ରଥ ଟଣା ବିଳମ୍ବ ହୋଇଥିଲା। ସେହିପରି ଚଳିତବର୍ଷ ପ୍ରବଳ ଭକ୍ତ ସମାଗମ ରଥଟଣା ବିଳମ୍ବର ଆଉ ଏକ କାରଣ ବୋଲି କୁହାଯାଉଛି।

Also Read: Nandighosha Rath: କାହିଁକି ନନ୍ଦିଘୋଷ ରଥଟଣା ହେଲା ଢେର୍ ବିଳମ୍ବ...ଜାଣନ୍ତୁ ୫ଟି ପଏଣ୍ଟରେ ସବୁକିଛି...

Read More
{}{}