Hindi News >>Home >>Zee Odisha

Shahjahan sheikh:କାହା ପାଇଁ ମସିହା,କାହା ପାଇଁ ଆତଙ୍କ

Shahjahan sheikh ଶାହାଜାହାନ ଶେଖ ଟିଏମସି (ତୃଣମୂଳ କଂଗ୍ରେସ)ର ନେତା, ଯାହାରୁ ନେଇ ଏବେ  ପଶ୍ଚିମବଙ୍ଗରେ ଉତ୍ତେଜନା ଦେଖାଦେଇଛି। ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଏବେ  ଶାହାଜାହାନକୁ  ଦିନରାତି ଖୋଜୁଛି । ବଙ୍ଗଳାରୁ ଦିଲ୍ଲୀ ପର୍ଯ୍ୟନ୍ତ ଶେଖକୁ ନେଇ ଚର୍ଚ୍ଚା ଓ  ଉତ୍ତେଜନା । କୁହାଯାଏ ଯେ, ଶେଖ ଶାହାଜାହାନର ସହମତି ବିନା ବଙ୍ଗ

Advertisement
SOCIAL MEDIA
SOCIAL MEDIA
Zee Odisha Desk|Updated: Feb 20, 2024, 09:55 PM IST
Share

Shahjahan sheikh

ଶାହାଜାହାନ ଶେଖ ଟିଏମସି (ତୃଣମୂଳ କଂଗ୍ରେସ)ର ନେତା, ଯାହାରୁ ନେଇ ଏବେ  ପଶ୍ଚିମବଙ୍ଗରେ ଉତ୍ତେଜନା ଦେଖାଦେଇଛି। ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଏବେ  ଶାହାଜାହାନକୁ  ଦିନରାତି ଖୋଜୁଛି । ବଙ୍ଗଳାରୁ ଦିଲ୍ଲୀ ପର୍ଯ୍ୟନ୍ତ ଶେଖକୁ ନେଇ ଚର୍ଚ୍ଚା ଓ  ଉତ୍ତେଜନା । କୁହାଯାଏ ଯେ, ଶେଖ ଶାହାଜାହାନର ସହମତି ବିନା ବଙ୍ଗଳାର ସନ୍ଦେଶଖାଲି  ପତ୍ର ସୁଧା ହଲେ ନାହିଁ । ରାସନ ସ୍କାମରେ ତାକୁ ପଚରା ଉଚରା ପାଇଁ ଇଡି ଟିମ୍ ତା’ଘରେ ପହଂଚିବା ସମୟରେ ଟିମ୍ ଉପରେ ଆକ୍ରମଣ ହୋଇଥିଲା । ଏହି ଘଟଣା ପରଠାରୁ ଶାହାଜାହାନ ନିଖୋଜ ଅଛି । ଅନ୍ୟପକ୍ଷରେ ସନ୍ଦେଶଖାଲିର ମହିଳାମାନେ ତ’ ବିରୋଧରେ ନିର୍ଯାତନାର ଅଭିଯୋଗ ଆଣିଛନ୍ତି । ଯାହାକୁ ନେଇ ସେଠାରେ ହିଂସାତ୍ମକ ପ୍ରଦର୍ଶନ ମଧ୍ଯ ହୋଇଛି । ବିଜେପି ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରିବାକୁ ଦାବି କରୁଥିବା ବେଳେ ମମତା କେନ୍ଦ୍ର ବିରୋଧରେ ନୂଆ ମୋର୍ଚ୍ଚା ଖୋଲିଛନ୍ତି ।

ଶାହାଜାହାନ ଶେଖ ଟିଏମସି ମନ୍ତ୍ରୀ ଜ୍ୟୋତିପ୍ରିୟ ମଲିକଙ୍କ ନିକଟତର ବୋଲି କୁହାଯାଉଛି। ସେ ସନ୍ଦେଶଖାଲି ଅଞ୍ଚଳର ଟିଏମସି ବ୍ଲକ ସଭାପତି। ବଙ୍ଗଳାର ଉତ୍ତର 24 ପ୍ରଗଣା ଜିଲ୍ଲାରେ  ଶେଖର  ପ୍ରାଧାନ୍ୟ ରହିଛି । ଯେତେବେଳେ ପଶ୍ଚିମ ବଙ୍ଗରେ ବାମମେଣ୍ଟର ସରକାର ଥିଲା,ସେତେବେଳେ ଶେଖ ସେମାନଙ୍କ ସହିତ ଥିଲା । କ୍ଷମତା ପରିବର୍ତ୍ତ ସହିତ ଶେଖ ମଧ୍ଯ ଦଳ ବଦଳାଇଥିଲା । ବାମ ମୋର୍ଚ୍ଚାରୁ ବାହାରି ଆସି ସେ ଟିଏମସିରେ ସାମିଲ ହୋଇଥିଲା । ଆଉ ଅଳ୍ପଦିନ ମଧ୍ୟରେ ଟିଏମସି ବଡନେତାଙ୍କ ପ୍ରିୟପାତ୍ର ହୋଇଥିଲା । ସିଷ୍ଟମକୁ ହାତରେ ରଖି ଶେଖ ତା’ ସାମ୍ରାଜ୍ୟ ତିଆରି କରିଛି । ସେ ଉତ୍ତର 24ପ୍ରଗଣାର ଜଣେ ଛୋଟ ମାଛ ଚାଷୀ ଥିଲା । ଏବେ ତା’ ପାଖରେ କୋଟି କୋଟି ଟଙ୍କାର ସମ୍ପତି ରହିଛି । ମାଛ ଚାଷ ସହିତ ଇଟାଭାଟି ମଧ୍ୟ ତାର ରହିଛି ।

ଭାଇ ଭାବରେ ଜଣାଶୁଣା

42 ବର୍ଷୀୟ ଶାହାଜାହାନ ଶେଖ ଭାଇ ଭାବରେ ଜଣାଶୁଣା ।ମାଛଚାଷୀ  ଭାବେ ସେ କାମ ଆରମ୍ଭ କରିଥିଲା । ଏହା ସହିତ ସେ ଇଟାଭାଟିରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲା । ଚାରି ଭାଇଭଉଣୀଙ୍କ ମଧ୍ୟରେ ବଡ଼ ଶେଖ ଲେବର ୟୁନିୟନ ରାଜନୀତିରୁ ତା’  ରାଜନୈତିକ ଯାତ୍ରା ଆରମ୍ଭ କରିଥିଲା ।ଶେଖ 2004 ରେ ଇଟାଭାଟିରେ ୟୁନିଅନର ନେତା ଭାବରେ ରାଜନୀତିରେ ପ୍ରବେଶ କରିଥିଲା। ପରେ ସେ ପଶ୍ଚିମବଙ୍ଗରେ ପରିବର୍ତ୍ତିତ ରାଜନୈତିକ ପରିସ୍ଥିତି ସତ୍ତ୍ୱେ ସ୍ଥାନୀୟ ସିପିଆଇ (ଏମ୍) ୟୁନିଟରେ ଯୋଗ ଦେଇଥିଲେ। ତା’ର ଭାଷଣ ଏବଂ ସାଂଗଠନିକ ଦକ୍ଷତା ପାଇଁ ସେ ଜଣାଶୁଣା ଥିଲା ।  2012 ରେ ସେ ଟିଏମସି ନେତୃତ୍ୱଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଲେଫ୍ଟକୁ ଟକ୍କର ଦେବାକୁ ଟିଏମସି ତାକୁ ନିଜ ଦଳରେ ସାମିଲ କରିଥିଲ ।

ତତ୍କାଳୀନ ଟିଏମସି ଜାତୀୟ ସାଧାରଣ ସମ୍ପାଦକ ମୁକୁଲ ରୟ ଏବଂ ଉତ୍ତର 24 ପ୍ରଗଣା ଟିଏମସି ଜିଲ୍ଲା ସଭାପତି ଜ୍ୟୋତିପ୍ରୀୟ ମଲିକଙ୍କ ନେତୃତ୍ୱରେ ସେ କାର୍ଯ୍ୟ କରିଥିଲା। ସେ ଶୀଘ୍ର ମଲ୍ଲିକଙ୍କ ଘନିଷ୍ଠ ସହଯୋଗୀ ହୋଇଥିଲା। ପିଟିଆଇ ଅନୁଯାୟୀ, ସ୍ଥାନୀୟ ଜଣେ ଟିଏମସି ନେତାଙ୍କ ଅନୁସାରେ  ଶାହାଜାହାନ ଶେଖଙ୍କୁ ଏହି ଅଞ୍ଚଳରେ ଲୋକ ସମ୍ମାନ ସହ ଭୟ କରନ୍ତି । ଟିଏମସି ନେତା କହିଛନ୍ତି, କିଛି ଲୋକଙ୍କ ପାଇଁ ସେ ଜଣେ ହିରୋ । ଅନ୍ୟକିଛିଙ୍କ ପାଇଁ ସେ ଭିଲେନ୍ ।  ସେ ତାଙ୍କ ବିରୋଧୀଙ୍କ ପାଇଁ ଆତଙ୍କ। ଏହି ଅଞ୍ଚଳରେ ତାଙ୍କର  ରବିନ୍ ହୁଡ୍ ଇମେଜ୍ ଅଛି ।

ସନ୍ଦେଶଖାଲି ହେଡଲାଇନରେ କାହିଁକି?

ଜାନୁୟାରୀ 7 ରେ ଶାହାଜାହାନ ଶେଖଙ୍କ ଘରେ  ED ଟିମ୍ ଚଢାଉ ପାଇଁ  ପହଞ୍ଚିବା ପରେ ସନ୍ଦେଶଖାଲି ଲାଇମଲାଇଟକୁ ଆସିଥିଲେ। ସେଠାରେ ଇଡି ଟିମ୍ ଉପରେ ଆକ୍ରମଣ କରାଯାଇଥିଲା। ଶାହାଜାହାନ ଶେଖ  ଫେରାର ହୋଇଯାଇଛି ସତ କିନ୍ତୁ  କିନ୍ତୁ ଫେବୃଆରୀ 7 ତାରିଖରୁ ସ୍ଥାନୀୟ ମହିଳାଙ୍କ ନେତୃତ୍ୱରେ ଗ୍ରାମବାସୀ ସ୍ଥାନୀୟ ଟିଏମସି ନେତାଙ୍କ ଦ୍ୱାରା ନିର୍ଯ୍ୟାତନା ତଥା ଶୋଷଣ ବିରୋଧରେ ହିଂସାତ୍ମକ ପ୍ରଦର୍ଶନ କରିଛନ୍ତି.

'

Read More
{}{}