Hindi News >>Home >>Zee Odisha

Paid Period Leave: କ’ଣ ସତରେ ମହିଳାଙ୍କୁ ମିଳିବା ଆବଶ୍ୟକ ପେଡ୍ ପିରିୟଡ୍ ଲିଭ ?

  ପୁଣି ଥରେ ପେଡ୍ ପିରିୟଡ୍ ଲିଭ୍(ଋତୁଶ୍ରାବ କାଳରେ ସବୈତନିକ ଛୁଟି)କ ଛୁଟି ଉପରେ ବିତର୍କ ଆରମ୍ଭ ହୋଇଛି । ମହିଳାଙ୍କୁ ପିରୟଡ କାଳରେ ଦରମା ସହିତ ଛୁଟି ଦେବା ପ୍ରସଙ୍ଗରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଗୃହରେ ନିଜର ଅସହମତି  ପ୍ରକାଶ କରିଥିଲେ। ସେ କହିଥିଲେ ଯେ,ଏହା ମହିଳା ଜୀବନର ଏକ ପ୍ରାକୃତିକ ଅ

Advertisement
SOCIAL MEDIA
SOCIAL MEDIA
Zee Odisha Desk|Updated: Dec 15, 2023, 08:17 PM IST
Share

Paid Period Leave: 

ପୁଣି ଥରେ ପେଡ୍ ପିରିୟଡ୍ ଲିଭ୍(ଋତୁଶ୍ରାବ କାଳରେ ସବୈତନିକ ଛୁଟି)କ ଛୁଟି ଉପରେ ବିତର୍କ ଆରମ୍ଭ ହୋଇଛି । ମହିଳାଙ୍କୁ ପିରୟଡ କାଳରେ ଦରମା ସହିତ ଛୁଟି ଦେବା ପ୍ରସଙ୍ଗରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଗୃହରେ ନିଜର ଅସହମତି  ପ୍ରକାଶ କରିଥିଲେ। ସେ କହିଥିଲେ ଯେ,ଏହା ମହିଳା ଜୀବନର ଏକ ପ୍ରାକୃତିକ ଅଂଶ । ତେଣୁ  ଏହାକୁ ଏକ ଦୁର୍ବଳତା ଭାବରେ ଦେଖାଯିବା ଉଚିତ୍ ନୁହେଁ । ଯଦି ମହିଳାମାନେ ପିରିୟଡ କାଳରେ ଦରମା ସହିତ ଛୁଟି ପାଆନ୍ତି, ତେବେ ଏହା ମହିଳାମାନଙ୍କ ମଧ୍ୟରେ ଭେଦଭାବର କାରଣ ହୋଇପାରେ ।

ରାଷ୍ଟ୍ରୀୟ ଜନତା ଦଳ ସାଂସଦ ମନୋଜ କୁମାରଙ୍କ ପ୍ରଶ୍ନ ଉପରେ କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, ଯେଉଁମାନେ ଏହି ପ୍ରକ୍ରିୟା ଦେଇ ଗତି କରନ୍ତି ନାହିଁ, ସେମାନେ ଏବିଷୟରେ ଭିନ୍ନ ଚିନ୍ତାଧାରା ରହିଛି ।  ସେମାନଙ୍କ ଚିନ୍ତାଧାରାକୁ ନେଇ ଏଭଳି ପ୍ରସଙ୍ଗ ସୃଷ୍ଚି କରିବା  ଉଚିତ ନୁହେଁ ଯେପରି ମହିଳାମାନଙ୍କୁ ମିଳୁଥିବା ସମାନ ଅବସରର ସୁଯୋଗ କମିଯିବ ।  ଏ ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀଙ୍କ ଆଭିମୁଖ୍ୟ ଭିନ୍ନ ହୋଇପାରେ କିନ୍ତୁ ଦୁନିଆରେ ଅନେକ ଦେଶ ଅଛନ୍ତି ଯେଉଁଠାରେ ମହିଳାମାନଙ୍କୁ ପିରିୟଡ ଅବଦିରେ ଦରମା ସହିତ ଛୁଟି ଦିଆଯାଉଛି। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠେ ଯେ, ପ୍ରକୃତରେ କ’ଣ  ମହିଳାମାନେ ଏଭଳି ଛୁଟିର ଉପଯୋଗ କରିପାରୁଛନ୍ତି ?

୨୦୧୭ ରେ ମଧ୍ୟ ଏକ ହୋଇଥିଲା ବିତର୍କ

ଏହା ପ୍ରଥମ ଥର ନୁହେଁ ଯେ ପେଡ୍ ପିରିୟଡ୍ ଲିଭକୁ ନେଇ ବିତର୍କ ହେଉଛି । 2017 ରେ କଂଗ୍ରେସ ଦଳର ନେତା ତଥା ସାଂସଦ ନିନୋଙ୍ଗ ଏ ସମ୍ପର୍କରେ ଏକ ବିଲ୍ ଆଗତ କରିଥିଲେ।  ପ୍ରଥମ ଥର ପାଇଁ ମେନସୁରେସନ୍ ବେନିଫିଟ୍ ବିଲ୍, 2017 ସଂସଦରେ ଉପସ୍ଥାପିତ କରାଯାଇଥିଲା ।

ବିଲରେ କୁହାଯାଇଥିଲା ଯେ ସରକାରୀ ଏବଂ ବେସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା ମହିଳାମାନଙ୍କୁ ପିରିୟଡ୍ ଅବଧିରେ 2 ଦିନର ସବୈତନିକ ଛୁଟି ଦିଆଯିବା ଉଚିତ୍। ଏଥିପାଇଁ ସେମାନଙ୍କ ଦରମମା କଟାଯିବା ଉଚିତ ନୁହେଁ। ସେତେବେଳେ ମଧ୍ଯ ବିଲକୁ ନେଇ ମତ ବିଭକ୍ତ ହୋଇଥିଲା । ଗୋଟିଏ ବର୍ଗ ଏହି ବିଲ୍କୁ ସମର୍ଥନ କରିଥିଲେ ଏବଂ ଅନ୍ୟ ବର୍ଗ ପ୍ରସ୍ତାବରେ ସହମତ ନଥିଲେ ।

ମହିଳାମାନେ ପ୍ରକୃତରେ ପିରିୟଡ୍ ଲିଭର ଲାଭ ଉଠାଇ ପାରନ୍ତି କି ?

ବିଶ୍ୱରେ ପେଡ୍ ପିରିୟଡ୍ ଛୁଟି ଆରମ୍ଭ କରିଥିବା ପ୍ରଥମ ଦେଶଥିଲା  ସ୍ପେନ । ଦୀର୍ଘ ବିବାଦ ଏବଂ ବିତର୍କ ପରେ ଏହାକୁ କାର୍ଯ୍ୟକାରୀ କରାଯାଇଥିଲା । ଏଭଳି ନିଷ୍ପତ୍ତି ନେବାରେ ସ୍ପେନ ୟୁରୋପରେ ପ୍ରଥମ ଦେଶ ହୋଇଥିଲା। ସ୍ପେନ ବ୍ୟତୀତ ଜାପାନ ଏବଂ ଦକ୍ଷିଣ କୋରିଆରେ ମଧ୍ୟ ଏହିପରି ଛୁଟି ଦିଆଯାଏ ।

ଜାପାନର ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ 1965 ମସିହାରେ କେବଳ 26 ପ୍ରତିଶତ ମହିଳା ଏହି ଛୁଟି ବ୍ୟବହାର କରିଥିଲେ, କିନ୍ତୁ ସମୟ ସହିତ ଏହି ସଂଖ୍ୟା ହ୍ରାସ ପାଇଥିଲା। 2017 ରେ ଦେଶରେ କେତେ ମହିଳା ଏହାକୁ ବ୍ୟବହାର କରୁଛନ୍ତି ସେ ସମ୍ବନ୍ଧରେ ଏକ ସର୍ଭେ କରାଯାଇଥିଲା। ସର୍ବେକ୍ଷଣ ରିପୋର୍ଟରୁ ଜଣାପଡିଥିଲା ଯେ କେବଳ 0.9% ମହିଳା ପିରିୟଡ ଛୁଟି ପାଇଁ ଆବେଦନ କରିଥିଲେ।

ଦକ୍ଷିଣ କୋରିଆରେ ମଧ୍ୟ ସମାନ ଘଟଣା ଘଟିଥିଲା  । 2013 ରେ ଦକ୍ଷୀଣ କୋରିଆରକେବଳ 23.6 ପ୍ରତିଶତ ମହିଳା ଏହି ଛୁଟି ନେଇଥିଲେ । କିନ୍ତୁ 2017 ସୁଦ୍ଧା ଏହି ସଂଖ୍ୟା 19.7 ପ୍ରତିଶତକୁ ଖସି ଆସିଥିଲା। ଉଭୟ ଦେଶର ମହିଳା କହିଛନ୍ତି ଯେ କର୍ମକ୍ଷେତ୍ରରେ ଭେଦଭାବ ହେବାର ଭୟ ଥିବାରୁ ସେମାନେ ଏହି ଛୁଟି ନେଇନଥାନ୍ତି ।

ସ୍ପେନ୍, ଜାପାନ ଏବଂ ଦକ୍ଷିଣ କୋରିଆ ବ୍ୟତୀତ ମହିଳାମାନେ ଇଣ୍ଡୋନେସିଆ, ଫିଲିପାଇନ୍ସ, ତାଇୱାନ, ଜାମ୍ବିଆ ଏବଂ ଭିଏତନାମରେ ମଧ୍ୟ ମହିଳା ପେଡ୍ ପିରିୟଡ୍ ଲିଭ୍  ପାଉଛନ୍ତି।

ଭାରତର ବିହାର ଏବଂ କେରଳରେ ମିଳୁଛି ପେଡ୍ ପିରିୟଡ୍ ଲିଭ୍

ଦେଶରେ ଏପରି କିଛି ରାଜ୍ୟ ଅଛି ଯେଉଁଠାରେ ମହିଳାମାନଙ୍କୁ  ଏହି ଛୁଟି ମିଳୁଛି ।  ଭାରତରେ 1992 ରେ ବିହାର ପ୍ରଥମେ ଏହି ବ୍ୟବସ୍ଥା  ଆରମ୍ଭ କରିଥିଲା । ଏଠାରେ ମହିଳାମାନଙ୍କୁ ପ୍ରତି ମାସରେ ଦୁଇଟି ଅତିରିକ୍ତ ଛୁଟି ଦିଆଯିବା ଆରମ୍ଭ ହୋଇଥିଲା । ଏହା ପରେ କେରଳରେ ମହିଳାଙ୍କୁ ଏହି ସୁବିଧା ମିଳିଥିଲା ।

ଭାରତରେ ଅନେକ ଘରୋଇ କମ୍ପାନୀ ଅଛି ଯେଉଁଠାରେ ମହିଳାମାନଙ୍କୁ ଏହି ଛୁଟି ଦିଆଯାଏ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜୋମାଟୋ,ସ୍ୱିଗି,ବାଇଜୁ ଭଳି  କମ୍ପାନୀଗୁଡିକ 2020 ରେ ମହିଳା କର୍ମଚାରୀଙ୍କୁ ଏହି ଛୁଟି ଦେବା ଆରମ୍ଭ କରିଥିଲେ।

Read More
{}{}