Hindi News >>Home >>Zee Odisha

Spain Village Sale:ବିକ୍ରି ହେଉଛି ଗାଁ,ଦେଢ କୋଟିରେ ମିଳିବ ପୂରା ଗାଁ

ପିଲାଦିନରୁ ପ୍ରତ୍ୟେକ ବ୍ୟକ୍ତିର ସ୍ୱପ୍ନ ହୋଇଥାଏ  ନିଜ ମନ ମୁତାବକ ଘର। କିନ୍ତୁ ବର୍ତ୍ତମାନ ସମୟରେ ସମ୍ପତ୍ତିର ମୂଲ୍ୟ ଏତେ ବଢିଯାଇଛି ଯେ ଯେତେ ଟଙ୍କା ଥାଉ ନା  କାହିଁକି, ଜଣେ ନିଜ ମନମୁତାବକ ଘର କିଣିବା ସହଜ ନୁହେଁ। ଯଦି ଆପଣ ମଧ୍ୟ ଏହାକୁ ବିଶ୍ୱାସ କରନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ। 

Advertisement
SOCIAL MEDIA
SOCIAL MEDIA
Zee Odisha Desk|Updated: Mar 22, 2024, 10:34 PM IST
Share

Spain Village Sale: ପିଲାଦିନରୁ ପ୍ରତ୍ୟେକ ବ୍ୟକ୍ତିର ସ୍ୱପ୍ନ ହୋଇଥାଏ  ନିଜ ମନ ମୁତାବକ ଘର। କିନ୍ତୁ ବର୍ତ୍ତମାନ ସମୟରେ ସମ୍ପତ୍ତିର ମୂଲ୍ୟ ଏତେ ବଢିଯାଇଛି ଯେ ଯେତେ ଟଙ୍କା ଥାଉ ନା  କାହିଁକି, ଜଣେ ନିଜ ମନମୁତାବକ ଘର କିଣିବା ସହଜ ନୁହେଁ। ଯଦି ଆପଣ ମଧ୍ୟ ଏହାକୁ ବିଶ୍ୱାସ କରନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ। ଆଜିକା ସମୟରେ କୋଟିଏ ଟଙ୍କାରେ ଭୁବନେଶ୍ୱରରେ ଜାଗା ଖଣ୍ଡେ ପାଇବା ସହଜ ନୁହେଁ। ଆମେ କିନ୍ତୁ ଆପଣଙ୍କୁ ୟୁରୋପରେ ମାତ୍ର ଦେଢ କୋଟି ଟଙ୍କାରେ ପୁରା ଗାଁ କେମିତି କିଣି ପାରିବେ ସେ କଥା କହିବୁ। ଯଦି ଆପଣଙ୍କ ପାଖରେ ଦେଢ କୋଟି ଟଙ୍କା ଅଛି ତେବେ ସ୍ପେନର ଏହି ଗାଁ ଓ ଏହାର ଦୁର୍ଗଭଳି ଘର ସବୁ ଆପଣଙ୍କର ହୋଇଯିବ। ହଁ,ସାଥିରେ ମିଳିବ ବିଲ ସହ ଗୋଟିଏ ବିରାଟ ବଗିଚା। ଗାଁ ପୁଣି ଏମିତି ଜାଗାରେ ଅଛି ଯାହାକୁ ଦେଖି ଆପଣ କହିବେ.. ଇଏ କଣ କୌଣସି ବଲିଉଡ୍ ଫିଲ୍ମର ସେଟ୍ ..

ଶୁଣିବାକୁ  ଅଜବ ଲାଗୁଥାଇ ପାରେ  କିନ୍ତୁ ଏହା ସମ୍ପୂର୍ଣ୍ଣ ସତ । ମେଟ୍ରୋ ରିପୋର୍ଟ ଅନୁଯାୟୀ, ଏହି ଗାଁ ଟି ସ୍ପେନର ରାଜଧାନୀ ମାଦ୍ରିଦ୍ ଉପକଣ୍ଠରେ ଅବସ୍ଥିତ । କୁହାଯାଉଛି ଯେ ଏହି ଗାଁରେ ୧୭ଟି ବିଳାସପୂର୍ଣ୍ଣ କୋଠା ଅଛି କିନ୍ତୁ ଏଥିରେ କେହି ରହୁନାହାନ୍ତି। କାରଣ ଲୋକମାନେ ଏହାକୁ ଭୂତ ଗାଁ ବୋଲି ମଧ୍ୟ କୁହନ୍ତି । ଯଦି ଆପଣ ଏହି ଘରଗୁଡ଼ିକୁ କିଣନ୍ତି ତେବେ ଆପଣଙ୍କୁ ଏହାର ମରାମତି କରିବାକୁ ପଡିବ କାରଣ ଘର ଗୁଡିକର ଅବସ୍ଥା ଅତ୍ୟନ୍ତ ଖରାପ । ଏହି ଗ୍ରାମ ମାଟେଣ୍ଡ୍ରିନୋ ନାମରେ ସାରା ବିଶ୍ୱରେ ପରିଚିତ ଏବଂ ଏଠାରେ ୯ଟି ପରିବାର ରହୁଥିଲେ ।

କାହିଁକି ଏତେ ଶସ୍ତାରେ ବିକ୍ରି ହେଉଛି ଏହି ଗାଁ ?

ନିଜର ଜୀବିକା ପାଇଁ ଗାଁ ଲୋକେ ପଶୁପାଳନ ଓ ଚାଷ କରୁଥିଲେ। କିନ୍ତୁ ସମୟ କ୍ରମେ ସମସ୍ତ ଲୋକ ଗାଁ ଛାଡି ସହରରେ ବସବାସ କଲେ । ଫଳରେ ଗାଁ ଖାଲି ହୋଇଯାଇଥିଲା। ଆଉ ଗୁଜବ ଉଡିଥିଲା ଯେ, ଗାଁରେ ଭୂତ ଅଛି। ତେବେ ଏହି ଗାଁକୁ ପୁନଃ ଥଇଥାନ କରିବା ପାଇଁ ପ୍ରଶାସନ ପୁଣି ଥରେ ଉଦ୍ୟମ ଚଳାଇଛି। ଏହି କାରଣରୁ ଦେଢ କୋଟି ଟଙ୍କାରେ ଏହି ପୁରା ଗାଁକୁ ପୁଣି ଥରେ ବିକ୍ରି କରାଯାଉଛି । ଏଥିପାଇଁ ପ୍ରଶାସନ ମଧ୍ୟ ସେଠାରେ ଅନେକ ପ୍ରକାର ଉନ୍ନୟନମୂଳକ କାର୍ଯ୍ୟ କରୁଛି, ଯାହାଦ୍ୱାରା ଗ୍ରାହକଙ୍କୁ  ଆକୃଷ୍ଟ କରାଯାଇପାରିବ ।

ପରିସ୍ଥିତି ଏମିତି ଯେ ପ୍ରଶାସନ ଏହାକୁ ପ୍ରକୃତ ରତ୍ନ ବୋଲି କହିଛି କାରଣ ଏଠାରେ ଆପଣଙ୍କୁ ଏମିତି ଏକ ସ୍ପେନ ମିଳିବ ଯାହା କେବେ ଇତିହାସରେ ଥିଲା । ଏଠାରେ ଆପଣଙ୍କୁ ଚାଷ ଜମି ସହିତ ଏକ ସୁନ୍ଦର ବଗିଚା ମଧ୍ୟ ଦେଖିବାକୁ ମିଳିବ । ଆଉ ଏକ ଖାସ୍ କଥା ହେଲା, ଗାଁରେ ଏପର୍ଯ୍ୟନ୍ତ ବିଜୁଳି ପହଞ୍ଚିନଥିବା ବେଳେ ଯଦି କେହି ଏହାକୁ କିଣନ୍ତି ତେବେ ବିଜୁଳି ଯୋଗାଇଦେବାକୁ ପ୍ରସ୍ତୁତ ବୋଲି ପ୍ରଶାସନ ପ୍ରତିଶ୍ରୁତି ଦେଉଛି।

Read More
{}{}