Hindi News >>Home >>Odisha Spirituality

ଏହି ସ୍ଥାନରେ ହୋଇଥିଲା ପ୍ରଭୁ ଶ୍ରୀରାମ ଓ ଭକ୍ତ ହନୁମାନଙ୍କ ପ୍ରଥମ ସାକ୍ଷାତ

Ram Hanuman Milan: ହିନ୍ଦୁ ଧର୍ମରେ ପୁରାଣ ଶାସ୍ତ୍ରର ଅନେକ ଗୁରୁତ୍ୱ ରହିଛି । ରାମାୟଣକୁ ହିନ୍ଦୁ ଧର୍ମରେ ବିଶେଷ ଶାସ୍ତ୍ର ବୋଲି ବିବେଚନା କରାଯାଏ । ରାମାୟଣ ପାଠ କରିବା ଦ୍ୱାରା ମଣିଷକୁ ସଫଳତାର ରାସ୍ତା ମିଳିଥାଏ ବୋଲି ବିଶ୍ୱାସ ରହିଛି ।

Advertisement
ଏହି ସ୍ଥାନରେ ହୋଇଥିଲା ପ୍ରଭୁ ଶ୍ରୀରାମ ଓ ଭକ୍ତ ହନୁମାନଙ୍କ ପ୍ରଥମ ସାକ୍ଷାତ
Soubhagya Ranjan Mishra|Updated: Dec 12, 2023, 11:26 AM IST
Share

Ram Hanuman Milan: ହିନ୍ଦୁ ଧର୍ମର ବ୍ୟକ୍ତିବିଶେଷମାନେ ରାମାୟଣକୁ ଏକ ପବିତ୍ର ଶାସ୍ତ୍ର ବୋଲି ମନେକରନ୍ତି । କାରଣ ଏହା ମଣିଷର ବିଚାରଧାରାରେ ଅନେକ ପରିବର୍ତ୍ତନ ଆଣିବା ସହିତ ସଫଳତାର ରାସ୍ତା ଦେଖାଇଥାଏ । ତ୍ରେତୟା ଯୁଗରେ ରାମ ବନବାସଠାରୁ ଆରମ୍ଭ କରି ରାବଣ ବଧ ପର୍ଯ୍ୟନ୍ତ ସମସ୍ତ ତଥ୍ୟ ରାମାୟଣରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି । ମର୍ଯ୍ୟାଦା ପୁରୁଷ ପ୍ରଭୁ ରାମଚନ୍ଦ୍ରଙ୍କ ଜୀବନ କିପରି କଟିଥିଲା ଏବଂ ସେ କିପରି ଭାବରେ ବ୍ୟକ୍ତିତ୍ୱ ଥିଲେ ତାହା ଜାଣିବା ପରେ ମଣିଷ ମନରେ ବ୍ୟାପକ ପରିବର୍ତ୍ତନ ଆସିଥାଏ ବୋଲି ବିଶ୍ୱାସ ରହିଛି । ଜୀବନର ପ୍ରକୃତ ଅର୍ଥ କଣ ତାହା ରାମାୟଣ ବୁଝାଇଥାଏ ବୋଲି ପଣ୍ଡିତମାନେ ମତ ଦିଅନ୍ତି । ରାମାୟଣ ପାଠ କରିବା ଦ୍ୱାରା ପୁରାଣ ଯୁଗର ଜ୍ଞାନ ପ୍ରାପ୍ତି ହେବା ସହିତ ମଣିଷ ମନରେ ଶାନ୍ତି ଜାଗ୍ରତ ହୋଇଥାଏ । ତେବେ ଆଜି ଆପଣଙ୍କୁ ଆମେ ରାମାୟଣରେ ଉଲ୍ଲେଖ ଥିବା ଏକ ବିଶେଷ ବିଷୟ ଉପରେ କହିବୁ ଯେଉଁଥିରେ ଆପଣ ଜାଣିବାକୁ ପାଇବେ ପ୍ରଭୁ ସ୍ରୀରାମ ଓ ଭକ୍ତ ହନୁମାନଙ୍କ ପ୍ରଥମ ସାକ୍ଷାତ କେଉଁଠାରେ ହୋଇଥିଲା ।

ପ୍ରଭୁ ଶ୍ରୀରାମ ଓ ଭକ୍ତ ହନୁମାନଙ୍କର ପ୍ରଥମ ସାକ୍ଷାତ
ଯେତେବେଳେ ଭଗବାନ ଶ୍ରୀ ରାମଙ୍କ ସହିତ ଭ୍ରାତା ଲକ୍ଷ୍ମଣ ଏବଂ ମାତା ସୀତାଙ୍କ ସହ ତ୍ରେତୟା ଯୁଗରେ ବନବାସରେ ଥିଲେ। ସେହି ସମୟରେ ରାବଣ ଚକ୍ରାନ୍ତ କରି ମାତା ସୀତାଙ୍କୁ ଅପହରଣ କରି ଲଙ୍କାକୁ ନେଇଥିଲେ। ଯେତେବେଳେ ଭଗବାନ ଶ୍ରୀ ରାମ ଏବଂ ଲକ୍ଷ୍ମଣ ଆଶ୍ରମକୁ ଫେରିବା ପରେ ମାତା ସୀତାଙ୍କୁ ନପାଇ ସେମାନେ ତାଙ୍କୁ ଖୋଜିବା ପାଇଁ ଜଙ୍ଗଲକୁ ବାହାରିଥିଲେ। ଉକ୍ତ ସମୟରେ ଜଙ୍ଗଲରେ ବଳି ଏବଂ ସୁଗ୍ରିବଙ୍କ ମଧ୍ୟରେ ଯୁଦ୍ଧ ଚାଲିଥିଲା ​​। ଏହି ଯୁଦ୍ଧରେ ସୁଗ୍ରିବ ପରାଜୟର ସାମ୍ନା କରିଥିଲେ । ପରେ ବଳିକୁ ଭୟ କରି ସୁଗ୍ରିବ ପର୍ବତର ଗୁମ୍ଫାରେ ଲୁଚି ରହିଥିଲେ । ଉକ୍ତ ପର୍ବତରେ ଭକ୍ତ ହନୁମାନ ତାଙ୍କ ପ୍ରିୟ ଭଗବାନ ଶ୍ରୀ ରାମଙ୍କ ନାମ ନେଉଥିଲେ । ଭଗବାନ ରାମ ଏବଂ ଲକ୍ଷ୍ମଣ ମାତା ସୀତାଙ୍କ ସନ୍ଧାନରେ ଉକ୍ତ ଇଷାମୁକ ପର୍ବତରେ ପହଞ୍ଚିଥିଲେ ।

ପ୍ରଭୁ ଶ୍ରୀରାମ ଓ ଭାଈ ଲକ୍ଷ୍ମଣଙ୍କୁ ଦେଖିବା ପରେ ସୁଗ୍ରିବ ଭୟଭୀତ ହୋଇଯାଇଥିଲେ । ସେ ହନୁମାନଙ୍କ ପାଖକୁ ଯାଇ କହିଥିଲେ ଯେ, ହେ ପବନର ପୁତ୍ର, ଦୟାକରି ମୋତେ ରକ୍ଷା କରନ୍ତୁ ... । ଜଙ୍ଗଲ ମଧ୍ୟକୁ କେହି ଦୁଇଜଣ ମଣିଷ ଆସିଯାଇଛନ୍ତି । ହୁଏତ ସେମାନଙ୍କୁ ବଳି ଦୂତ ଭାବରେ ପଠାଇପାରି ଥାନ୍ତି । ଯଦି ସେପରି ହୋଇଥାଏ ତେବେ ମୁଁ ଏ ସ୍ଥାନରୁ ଯଥାଶୀଘ୍ର ଚାଲିଯିବି । ଏହା ଶୁଣି ପବନପୁତ୍ର ହନୁମାନ ଜଣେ ବ୍ରାହ୍ମଣର ରୂପ ନେଇଥିଲେ । ପ୍ରଭୁ ଶ୍ରୀରାମ ଓ ଲକ୍ଷ୍ମଣଙ୍କ ନିକଟକୁ ଆସି କହିଥିଲେ ଯେ, ଆପଣ ଦୁଇଜଣ ? ଏବଂ କେଉଁ ଉଦ୍ଦେଶ୍ୟରେ ଆପଣ ଏହି ପର୍ବତକୁ ଆସିଛନ୍ତି? ହନୁମାନଙ୍କ ପ୍ରଶ୍ନର ଉତ୍ତର ଦେଇ ପ୍ରଭୁ ଶ୍ରୀ ରାମ କହିଥିଲେ ଯେ, ମୁଁ ରାମ, ଅଯୋଧ୍ୟାର ରାଜା ଦଶରଥଙ୍କର ଜ୍ୟେଷ୍ଠ ପୁତ୍ର ଏବଂ ମୋ ସହିତ ଅଛନ୍ତି ମୋର ସାନ ଭାଇ ଲକ୍ଷ୍ମଣ । ମୁଁ ମୋ ପତ୍ନୀ ସୀତାଙ୍କୁ ଖୋଜୁଛି ।

ପ୍ରଭୁ ଶ୍ରୀରାମଙ୍କର ଏହି କଥା ଶୁଣି ଭକ୍ତ ହନୁମାନ ଭାବପ୍ରବଣ ହୋଇଗଲେ । ପ୍ରଭୁ ଶ୍ରୀରାମଙ୍କ ପାଦତଳେ ପଡ଼ି କହିଲେ ପ୍ରଭୁ ଦୟାକରି ମୋତେ କ୍ଷମା କରନ୍ତୁ । ମୁଁ ଆପଣଙ୍କୁ ନାମ ପଚାରି ଭୁଲ କରିଦେଲି । ମୁଁ ମୋର ପ୍ରଭୁଙ୍କୁ ଚିହ୍ନିପାରିଲି ନାହିଁ ... ଏହାପରେ ପ୍ରଭୁ ଶ୍ରୀରାମ ହନୁମାନଙ୍କୁ ଆଲିଙ୍ଗନ କରିବା ସହ କହିଥିଲେ ଯେ... ହେ ପବନପୁତ୍ର ନିଜକୁ ଦୋଷୀ ମନେ କର ନାହିଁ କିମ୍ବା ଅନୁତାପ କର ନାହିଁ । ତୁମେ ମୋର ପ୍ରିୟ । ଏହି ଦିନ ଭକ୍ତ ହନୁମା ପ୍ରଥମ ଥର ପାଇଁ ଭଗବାନ ଶ୍ରୀ ରାମଙ୍କୁ ଭେଟିଥିଲେ।

Also Read- Unique love story: ସ୍ୱାମୀଙ୍କୁ ତଲାକ ଦେଇ ହିନ୍ଦୁ ଯୁବକଙ୍କୁ ବିବାହ କଲେ ମୁସଲିମ ମହିଳା

Also Read- Ollywood News: ରାତି ଅଧରେ ଲାଇଭ୍ ଆସି ନିଜ ରୋଗ ବିଷୟରେ କହିଲେ ସୁପରଷ୍ଟାର ଅନୁଭବ

Read More
{}{}