Home >>Odisha Spirituality

significance of sankha: ଘରେ ଶଙ୍ଖ ପୂଜା କରୁଥିଲେ ହୋଇଥାଏ ଏହି ୭ ଫାଇଦା

Impotance of sankha as p indian scriptures : ହିନ୍ଦୁ ଧର୍ମରେ ଶଙ୍ଖର ବିଶେଷ ମହତ୍ତ୍ବ ରହିଛି। ପଢନ୍ତୁ ଘରେ ଶଙ୍ଖ ରଖିବାର ୭ ଟି ଲାଭ ବିଷୟରେ...

Advertisement
Vastu Tips For Happiness
Vastu Tips For Happiness
Zee Odisha Desk|Updated: Jul 04, 2024, 03:09 PM IST
Share

spiritual benifit of sankha: ହିନ୍ଦୁ ଧର୍ମରେ ଶଙ୍ଖର ବିଶେଷ ମହତ୍ତ୍ବ ରହିଛି। ଶଙ୍ଖଧ୍ବନି ଘରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟିକରେ। ପୂଜାର୍ଚ୍ଚନା ଓ ମାଙ୍ଗଳିକ କାର୍ଯ୍ୟରେ ଶଙ୍ଖ ବ୍ୟବହାର କରାଯାଏ। ଧାର୍ମିକ ମାନ୍ୟତା ଅନୁସାରେ, ପ୍ରତିଦିନ ଶଙ୍ଖ ବଜାଇବା ଫଳରେ ଘରୁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ। କେବଳ ସେତିକି ନୁହେଁ, ଯେଉଁ ଘରେ ଶଙ୍ଖ ଥାଏ, ସେଠାରେ ମା’ ଲକ୍ଷ୍ମୀଙ୍କ ସହିତ ଭଗବାନ ବିଷ୍ଣୁଙ୍କର ମଧ୍ୟ କୃପା ରହିଥାଏ।

ଆସନ୍ତୁ ଜାଣିବା ଘରେ ଶଙ୍ଖ ରଖିବାର ୭ ଟି ଲାଭ ବିଷୟରେ -

୧-ତୀର୍ଥଯାତ୍ରା କଲେ ଯେଉଁ ପୁଣ୍ୟ ଫଳ ମିଳିଥାଏ, ଘରେ ଶଙ୍ଖ ପୂଜା କଲେ ସମାନ ଫଳ ମିଳେ ବୋଲି କୁହାଯାଏ।ଆପଣ ଯଦି ତୀର୍ଥ ଯାଇ ପାରୁ ନାହାଁନ୍ତି ତେବେ ଗୁରୁବାର ସଂଖକୁ ପୂଜା କରି ମୋକ୍ଷ ପ୍ରାପ୍ତି ପାଇ ପାରିବେ।

୨-ପ୍ରତିଦିନ ଶଙ୍ଖ ବଜାଇବା ସ୍ବାସ୍ଥ୍ୟ ପାଇଁ ହିତକର ହୋଇଥାଏ। ଶଙ୍ଖ ଫୁଙ୍କିବା ଦ୍ୱାରା ଫୁସ୍‌ଫୁସ୍‌ କ୍ରିୟାଶୀଳ ହୁଏ ଓ ଶ୍ୱାସକ୍ରିୟା ଜନିତ ସମସ୍ୟା ଦୂର ହୋଇଥାଏ।

୩-ଆଧ୍ୟାତ୍ମିକ ଦୃଷ୍ଟିରୁ ପ୍ରତିଦିନ ଶଙ୍ଖ ଫୁଙ୍କିବା ଦ୍ୱାରା ନକାରାତ୍ମକ ଶକ୍ତି ନଷ୍ଟ ହୋଇଥାଏ। ସର୍ବଦା ଶଙ୍ଖରେ ଜଳ ଭର୍ତ୍ତି କରି ରଖିବା ଉଚିତ। ଏହି ଜଳକୁ ସେବନ କରିବା ଏବଂ ଘରେ ଛିଞ୍ଚିବା ଦ୍ୱାରା ସକାରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ।

୪-ଯେଉଁ ଘରେ ଶଙ୍ଖ ନିତ୍ୟ ପୂଜା କରାଯାଏ, ସେହି ଘର ସର୍ବଦା ସମୃଦ୍ଧିରେ ପୂର୍ଣ୍ଣ ହୋଇଥାଏ ବୋଲି କୁହାଯାଏ।

୫-ବାସ୍ତୁଶାସ୍ତ୍ର ଅନୁସାରେ, ଘରର ଉତ୍ତର-ପୂର୍ବ ଦିଗରେ ଶଙ୍ଖ ରଖିବା ଦ୍ବାରା ଶିକ୍ଷା କ୍ଷେତ୍ରରେ ସଫଳତା ମିଳିଥାଏ।

୬-ବିଶ୍ୱାସ କରାଯାଏ ଯେ , ଶଙ୍ଖରେ ରଖାଯାଇଥିବା ଜଳ କେବେ ନଷ୍ଟ ହୁଏ ନାହିଁ। ଶଙ୍ଖର କ୍ୟାଲସିୟମ୍, ଫସ୍‌ଫରସ୍ ଏବଂ ସଲ୍‌ଫର୍‌ ଗୁଣ ରହିଛି। ଫଳରେ ଏହି ପାଣି ପିଇବା ଦ୍ବାରା ହାଡ଼ ଶକ୍ତ ହୁଏ ଓ ଦାନ୍ତ ମଧ୍ୟ ସୁସ୍ଥ ରହିଥାଏ।

୭-କୁହାଯାଏ, ଯେଉଁ ଘରେ ଶଙ୍ଖ ରଖାଯାଏ, ସେହି ଘରେ ଦେବୀ ଲକ୍ଷ୍ମୀ ବାସ କରନ୍ତି। ଦେବୀ ଲକ୍ଷ୍ମୀଙ୍କ ମୂର୍ତ୍ତି କିମ୍ବା ଫଟୋ ନିକଟରେ ଶଙ୍ଖ ରଖିବା ଦ୍ବାରା ସୁଖ, ସମୃଦ୍ଧି ଓ ପ୍ରତିଷ୍ଠା ପ୍ରାପ୍ତ ହୋଇଥାଏ।

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। 

Read More
{}{}