Hindi News >>Home >>Odisha Sports

AFG vs ENG: ଆଫଗାନିସ୍ତାନ କଲା ବଡ଼ ଓଲଟଫେର, ପରାଜୟ ସହିତ ଚାମ୍ପିଅନ୍ସ ଟ୍ରଫିରୁ ବାଦ ପଡିଲା ଇଂଲଣ୍ଡ

AFG vs ENG: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ରେ ଇଂଲଣ୍ଡ ଏବଂ ଆଫଗାନିସ୍ତାନ ମଧ୍ୟରେ ବୁଧବାର ଏକ ରୋମାଞ୍ଚକର ମ୍ୟାଚ୍ ଖେଳାଯାଇଥିଲା। ଏହି ମ୍ୟାଚ୍ ଜିତି ଆଫଗାନିସ୍ତାନ ଏକ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛି।

Advertisement
AFG vs ENG Champions Trophy 2025
AFG vs ENG Champions Trophy 2025
Jagdish Barik|Updated: Feb 26, 2025, 11:08 PM IST
Share

AFG vs ENG Champions Trophy 2025: ଆଫଗାନିସ୍ତାନ ଚାମ୍ପିଅନ୍ସ ଟ୍ରଫି ୨୦୨୫ ରେ ଏକ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛି। ଏକ ରୋମାଞ୍ଚକର ମ୍ୟାଚ୍‌ରେ ଆଫଗାନିସ୍ତାନ ଇଂଲଣ୍ଡକୁ ୮ ରନ୍‌ରେ ପରାସ୍ତ କରିଛି। ଏହି ପରାଜୟ ସହିତ ଜସ୍ ବଟଲରଙ୍କ ଟିମ୍ ଚାମ୍ପିଅନ୍ସ ଟ୍ରଫିରୁ ବାଦ ପଡ଼ିଛନ୍ତି। ଏହା ସମେତ ଆଫଗାନିସ୍ତାନ ସେମିଫାଇନାଲରେ ପହଞ୍ଚିବା ପାଇଁ ନିଜର ଆଶାକୁ ଉଜ୍ଜୀବିତ ରଖିଛି। ଆଫଗାନିସ୍ତାନ ପକ୍ଷରୁ ବ୍ୟାଟିଂ କରି ଇବ୍ରାହିମ ଜାଦ୍ରାନ ୧୭୭ ରନର ଏକ ତୁଫାନୀ ଇନିଂସ ଖେଳିଥିଲେ। ଏହି ସମେତ ବୋଲିଂରେ ଆଜମତୁଲ୍ଲା ଉମରଜାଇ ଚତ୍ମକାର ବୋଲିଂ କରି ୫ ୱିକେଟ୍ ନେଇଥିଲେ।

ଇଂଲଣ୍ଡ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ଏହି ରୋମାଞ୍ଚକର ମ୍ୟାଚ୍ ଏକ କର ବା ମର ମୁକାବିଲା ଥିଲା। ଏପରି ପରିସ୍ଥିତିରେ ଆଫଗାନିସ୍ତାନ ବିଜୟୀ ହୋଇ ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲ ଦୌଡ଼ରେ ନିଜକୁ ବଜାୟ ରଖିଛି। ଯେତେବେଳେ କି ଇଂଲଣ୍ଡ ପରାଜୟ ସହିତ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଛି। ଇଂଲଣ୍ଡ ହେଉଛି ତୃତୀୟ ଦଳ ଯିଏକି ୨୦୨୫ ଚାମ୍ପିଅନ୍ସ ଟ୍ରଫିରୁ ବାଦ ପଡ଼ିଛି। ଏହା ପୂର୍ବରୁ ଆୟୋଜକ ପାକିସ୍ତାନ ଏବଂ ବାଂଲାଦେଶ ସେମିଫାଇନାଲ ଦୌଡ଼ରୁ ବାଦ ପଡ଼ିଛନ୍ତି।

ଭାରତ ଏବଂ ନ୍ୟୁଜିଲାଣ୍ଡ ଗ୍ରୁପ୍ A ରୁ ସେମିଫାଇନାଲରେ ସ୍ଥାନ ପାଇସାରିଛନ୍ତି। ଏବେ ଗ୍ରୁପ୍-ବି ରୁ ୨ଟି ସେମିଫାଇନାଲିଷ୍ଟ ଦଳ ଏପର୍ଯ୍ୟନ୍ତ ନିଷ୍ପତ୍ତି ହୋଇନାହିଁ। ବର୍ତ୍ତମାନ ସେମିଫାଇନାଲରେ ଦୁଇଟି ସ୍ଥାନ ପାଇଁ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ଏବଂ ଆଫଗାନିସ୍ତାନ ମଧ୍ୟରେ ପ୍ରତିଯୋଗିତା ହେଉଛି। ଗ୍ରୁପ୍ ବିରେ ଦକ୍ଷିଣ ଆଫ୍ରିକା ୩ ପଏଣ୍ଟ ସହିତ ଶୀର୍ଷରେ ଥିବା ବେଳେ ବିଶ୍ୱ ଚାମ୍ପିଅନ୍ ଅଷ୍ଟ୍ରେଲିଆ ସମାନ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ଅଛି। ଦୁଇ ଦଳ ମଧ୍ୟରେ କେବଳ ନେଟ୍ ରନ୍ ରେଟ୍ ପାର୍ଥକ୍ୟ ଅଛି। ଆଫଗାନିସ୍ତାନ ୨ଟି ମ୍ୟାଚ୍‌ରେ ପ୍ରଥମ ବିଜୟ ପରେ ୨ ପଏଣ୍ଟ ସହିତ ତୃତୀୟ ସ୍ଥାନରେ ଅଛି। ଏହି ପରାଜୟ ସହିତ ଇଂଲଣ୍ଡ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଛି।

Read More
{}{}