Hindi News >>Home >>Odisha Sports

IND vs PAK: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସି ଖବର, ଚାମ୍ପିଅନ୍ସ ଟ୍ରଫି ପରେ ୩ ଥର ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ ଟିମ୍!

IND vs PAK: ଆପଣ ଯଦି ଭାରତ-ପାକିସ୍ତାନ ମ୍ୟାଚ୍ ର ପ୍ରଶଂସକ ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି। କହିରଖୁଛୁ ଯେ ଆପଣ ଖୁବ୍ ଶୀଘ୍ର ପୁଣି ଥରେ ଭାରତ-ପାକିସ୍ତାନ ମୁହାଁମୁହିଁ ହେଉଥଇବା ଦେଖିବାକୁ ପାଇବେ।

Advertisement
India Vs Pakistan Next Match
India Vs Pakistan Next Match
Jagdish Barik|Updated: Feb 28, 2025, 03:45 PM IST
Share

Asia Cup 2025, India vs Pakistan: ଭାରତ ଏବଂ ପାକିସ୍ତାନ ନିକଟରେ ଚାମ୍ପିଅନ୍ସ ଟ୍ରଫିରେ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚରେ ଭାରତୀୟ ଦଳ ପାକିସ୍ତାନକୁ ସହଜରେ ପରାସ୍ତ କରିଥିଲା। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲରେ ପହଞ୍ଚିଛି କିନ୍ତୁ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନର ଯାତ୍ରା ଶେଷ ହୋଇଯାଇଛି। ବର୍ତ୍ତମାନ କ୍ରିକେଟ୍ ପ୍ରେମୀଙ୍କ ମନରେ ପ୍ରଶ୍ନ ହେଉଛି ଭାରତ ଏବଂ ପାକିସ୍ତାନର ଦଳ ପୁଣି କେବେ ମୁହାଁମୁହିଁ ହେବେ? ଆପଣ ଯଦି ଭାରତ-ପାକିସ୍ତାନ ମ୍ୟାଚ୍ ର ପ୍ରଶଂସକ ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି। କହିରଖୁଛୁ ଯେ ଆପଣ ଖୁବ୍ ଶୀଘ୍ର ପୁଣି ଥରେ ଭାରତ-ପାକିସ୍ତାନ ମୁହାଁମୁହିଁ ହେଉଥଇବା ଦେଖିବାକୁ ପାଇବେ।

କେବେ ହେବେ ଭାରତ ଏବଂ ପାକିସ୍ତାନ ମୁକାବିଲା?

ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏସିଆନ୍ କ୍ରିକେଟ୍ ପରିଷଦ ଏସିଆ କପ୍ କୁ ଅନୁମୋଦନ କରିଛି। ଏହି ଟୁର୍ଣ୍ଣାମେଣ୍ଟ ସେପ୍ଟେମ୍ବରରେ ଆୟୋଜିତ ହୋଇପାରେ। ଏହି ସମୟରେ ଶ୍ରୀଲଙ୍କା ଏସିଆ କପର ଆୟୋଜନ ପାଇପାରେ। ଯଦି ଗଣମାଧ୍ୟମ ରିପୋର୍ଟକୁ ବିଶ୍ୱାସ କରାଯାଏ ତେବେ ଶ୍ରୀଲଙ୍କା ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE) ମିଶି ଏସିଆ କପ୍ ଆୟୋଜନ ପାଇପାରନ୍ତି। ଏହା ସହିତ ଟୁର୍ଣ୍ଣାମେଣ୍ଟଟି ଟି-୨୦ ଫର୍ମାଟରେ ଖେଳାଯିବ। ଏହା ବିଶ୍ୱାସ କରାଯାଉଛି ଯେ ଏସିଆ କପରେ ଭାରତ ଏବଂ ପାକିସ୍ତାନ ସମେତ ୮ଟି ଦଳ ଦୁଇଟି ଗ୍ରୁପରେ ବିଭକ୍ତ ହେବେ। ଭାରତ ଏବଂ ପାକିସ୍ତାନ ଗୋଟିଏ ଗ୍ରୁପରେ ରହିବେ। ଯଦି ଏହା ହୁଏ ତେବେ ଭାରତ ଏବଂ ପାକିସ୍ତାନୀ ଦଳ ଟୁର୍ଣ୍ଣାମେଣ୍ଟରେ ୩ ଥର ପରସ୍ପରର ମୁହାଁମୁହିଁ ହୋଇପାରନ୍ତି।

ଗ୍ରୁପ୍ ମ୍ୟାଚ୍ ବ୍ୟତୀତ ଭାରତ ଏବଂ ପାକିସ୍ତାନୀ ଦଳ ସୁପର-୪ ରାଉଣ୍ଡରେ ମୁକାବିଲା କରିପାରନ୍ତି। ଏହା ବ୍ୟତୀତ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଫାଇନାଲ୍ ସମ୍ଭବ। ଯଦି ଏହା ହୁଏ ତେବେ ଆମେ ଟୁର୍ଣ୍ଣାମେଣ୍ଟରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିନୋଟି ମ୍ୟାଚ୍ ଦେଖିପାରିବା। ଯଦିଓ ଏହି ସୂଚନା ଏପର୍ଯ୍ୟନ୍ତ ଅଫିସାଆଲ୍ ଭାବରେ ପ୍ରକାଶ କରାଯାଇ ନାହିଁ। ଏସିଆ କପର କାର୍ଯ୍ୟସୂଚୀ ଆୟୋଜକ, ଫର୍ମାଟ ଏବଂ ଦଳ ବିଷୟରେ ଖୁବ୍ ଶୀଘ୍ର ଆନୁଷ୍ଠାନିକ ସୂଚନା ପ୍ରକାଶ ପାଇପାରେ। କିନ୍ତୁ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଉଛି ଯେ ଶ୍ରୀଲଙ୍କା ବ୍ୟତୀତ ଏସିଆ କପ୍ ୨୦୨୫ ର ଆୟୋଜନ ମଧ୍ୟ (UAE) କୁ ଦିଆଯାଇପାରେ।

Read More
{}{}