Home >>Odisha Sports

Team India A: ଏହି ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କଲା BCCI, ରଜତ ପଟିଦାର ଓ ସରଫରାଜ ଖାନଙ୍କୁ ମିଳିଲା ଏଣ୍ଟ୍ରି

ତେବେ ଜାନୁଆରୀ ୧୭ରୁ ଜାନୁୟାରୀ ୨୦ ପର୍ଯ୍ୟନ୍ତ ନରେନ୍ଦ୍ର ମୋଦୀ ଷ୍ଟାଡିୟମର ମୁଖ୍ୟ ପଡ଼ିଆରେ ଦ୍ୱିତୀୟ ଅଭ୍ୟାସ ମ୍ୟାଚ୍ ଖେଳାଯିବ। 

Advertisement
Team India A: ଏହି ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କଲା BCCI, ରଜତ ପଟିଦାର ଓ ସରଫରାଜ ଖାନଙ୍କୁ ମିଳିଲା ଏଣ୍ଟ୍ରି
Zee Odisha Desk|Updated: Jan 06, 2024, 05:56 PM IST
Share

Team India A: ନୂଆଦିଲ୍ଲୀ: ଆଗାମୀ ଆଫଗାନିସ୍ତାନ ଏବଂ ଇଂଲଣ୍ଡ ସିରିଜ୍ ପାଇଁ ଦଳ ଘୋଷଣା ହୋଇନାହିଁ। ଏହା ପୂର୍ବରୁ ଶନିବାର ଅପରାହ୍ନରେ ବିସିସିଆଇ ଭାରତୀୟ ଏ ଦଳ ଘୋଷଣା କରିଛି। ଏହି ଦଳ ଆଗକୁ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ୱାର୍ମଅପ ମ୍ୟାଚ ଖେଳିବ। ୱାର୍ମ ଅପ ମ୍ୟାଚ ଦଳ ଇଂଲଣ୍ଡ ଲାୟନ୍ସକୁ ଭେଟିବାକୁ ଯାଉଛି। 

ରଜତ ପଟିଦାର ଓ ସରଫରାଜ ଖାନଙ୍କୁ ମିଳିଲା ଏଣ୍ଟ୍ରି
ଏହି ଦଳରେ ସରଫରାଜ ଖାନ ଏବଂ ରଜତ ପାଟିଦାରଙ୍କୁ ବିସିସିଆଇ ସ୍ଥାନ ଦେଇଛି। ଅଭିମନ୍ୟୁ ଇଶ୍ୱରନଙ୍କୁ ଏହି ଦଳର କମାଣ ଦାୟିତ୍ୱ ଦିଆଯାଇଛି। ଏହା ବ୍ୟତୀତ ଟିମ୍ ଇଣ୍ଡିଆରେ ଖେଳିଥିବା ନବଦୀପ ସୈନୀ ମଧ୍ୟ ଏହି ଦଳର ଏକ ଅଂଶ। କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ରଣଜୀରେ ନିଜକୁ ପ୍ରମାଣିତ କରିଥିବା ରିଙ୍କୁ ସିଂ ଦଳରେ ସ୍ଥାନ ପାଇ ନାହାଁନ୍ତି। କେ.ଏସ୍ ଭରତ ଏହି ଦଳରେ ସ୍ଥାନ ପାଇଛନ୍ତି। ଏଥିସହ ଧୃଭ ଜୁରେଲ ଦ୍ୱିତୀୟ ୱିକେଟ୍ କିପର ଭାବରେ ମନୋନୀତ ହୋଇଛନ୍ତି।

କଣ ରହିଛି ସିଡ୍ୟୁଲ
ଯଦି ଆମେ ଏହି ୱାର୍ମ ଅପ୍ ମ୍ୟାଚ୍ ଗୁଡିକର କାର୍ଯ୍ୟସୂଚୀକୁ ଦେଖିବା, ଗୋଟିଏ ଦୁଇ ଦିନିଆ ଏବଂ ଗୋଟିଏ ଚାରି ଦିନିଆ ଲାଲ୍ ବଲ୍ ମ୍ୟାଚ୍ ଖେଳାଯିବ। ଏହି ଦଳ ଉଭୟ ମ୍ୟାଚ୍ ପାଇଁ ଚୟନ କରାଯାଇଛି। ପ୍ରଥମ ମ୍ୟାଚ୍ ଜାନୁଆରୀ ୧୨ ଏବଂ ୧୩ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଗ୍ରାଉଣ୍ଡ ବି ଠାରେ ଅନୁଷ୍ଠିତ ହେବ। ତେବେ ଜାନୁଆରୀ ୧୭ରୁ ଜାନୁୟାରୀ ୨୦ ପର୍ଯ୍ୟନ୍ତ ନରେନ୍ଦ୍ର ମୋଦୀ ଷ୍ଟାଡିୟମର ମୁଖ୍ୟ ପଡ଼ିଆରେ ଦ୍ୱିତୀୟ ଅଭ୍ୟାସ ମ୍ୟାଚ୍ ଖେଳାଯିବ। ତେବେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଜାନୁୟାରୀ ୨୫ରୁ ଆରମ୍ଭ ହେବ।

ଭାରତୀୟ ଦଳ
ଅଭିମନ୍ୟୁ ଇଶ୍ୱରନ (ଅଧିନାୟକ), ସାଇ ସୁଦର୍ଶନ, ରଜତ ପଟିଦାର, ସର୍ଫରାଜ ଖାନ, ପ୍ରଦୋଶ ରଞ୍ଜନ ପାଲ, କେଏସ ଭରତ, ମାନଭ ସୁଥର, ପୁଲକିତ ନାରଙ୍ଗ, ନବଦୀପ ସୈନୀ, ତୁଷାର ଦେଶପାଣ୍ଡ, ୱିଦୱତ କୱେରିପ୍ପା, ଧୃବ ଜୁରେଲ, ଆକାଶଦୀପ

Read More
{}{}