Hindi News >>Home >>Odisha Sports

IND vs AUS: ଦ୍ୱିତୀୟ ଟେଷ୍ଟରେ ଦଳରୁ ବାଦ୍ ପଡିବେ ଏହି ୨ ଭେଟେରାନ୍ ବୋଲର୍, ଜାଣନ୍ତୁ କଣ ରହିବ ପ୍ଲେଇଂ-11

Border Gavaskar Trophy 2024: ଦିବା-ରାତ୍ରୀ ଟେଷ୍ଟ ମ୍ୟାଚର ପ୍ଲେଇଂ ଇଲେଭେନକୁ ନେଇ ବିସିସିଆଇ ସୂତ୍ରରୁ ମିଳିଥିବା ସୂଚନାରେ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ ଦଳ ସୁନ୍ଦରଙ୍କ ସହ ପଡିଆକୁ ଉହ୍ଲାଇପାରେ। କହିରଖୁଛୁ ଯେ ପର୍ଥରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ସୁନ୍ଦର ପ୍ରଥମ ଇନିଂସରେ ଅଧିକ ପ୍ରଦର୍ଶନ କରିନଥିଲେ, ଯେଉଁଠାରେ ସେ କୌଣସି ୱିକେଟ୍ ନେଇପାରିନଥିଲେ ଏବଂ ବ୍ୟାଟ୍ ସହିତ ମାତ୍ର ୪ ରନ୍ ସ୍କୋର କରିପାରିଥିଲେ।  

Advertisement
India vs Australia 2nd Test
India vs Australia 2nd Test
Jagdish Barik|Updated: Dec 04, 2024, 02:58 PM IST
Share

India vs Australia 2nd Test: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବୋର୍ଡର-ଗାଭାସ୍କର ଟ୍ରଫିକୁ ନେଇ ରୋମାଞ୍ଚ ଜାରି ରହିଛି। ଏହି ବ୍ଲକବଷ୍ଟର ଟେଷ୍ଟ ସିରିଜରେ ଉଭୟ ଦଳ ଆଡିଲେଡରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଖେଳିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ୬ ଡିସେମ୍ବର ୨୦୨୪ ରୁ ଆରମ୍ଭ ହେବାକୁଥିବା ଏହି ଦିବା-ରାତ୍ର ଟେଷ୍ଟ ମ୍ୟାଚରେ କ୍ୟାପଟେନ ରୋହିତ ଶର୍ମା ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନକୁ ଫେରୁଛନ୍ତି। କିନ୍ତୁ ଭେଟେରାନ ସ୍ପିନ୍ ବୋଲର ଆର ଅଶ୍ୱିନ୍ ଓ ରବିନ୍ଦ୍ର ଜାଡେଜାଙ୍କୁ ସୁଯୋଗ ମିଳିବା ଏହି ମ୍ୟାଚରେ କଷ୍ଟକର ହୋଇପାରେ।

ବୋର୍ଡର-ଗାଭାସ୍କର ଟ୍ରଫିର ଏହି ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍ ପର୍ଥରେ ଖେଳାଯାଇଥିଲା. ଏହି ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ୨୯୫ ରନର ବିପୁଳ ବ୍ୟବଧାନରେ ବିଜୟୀ ହୋଇଛି। ପର୍ଥ ଟେଷ୍ଟରେ ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ସ୍ଥାନ ପାଇବାରେ ବିଫଳ ହୋଇଥିବା ଷ୍ଟାର ସ୍ପିନ୍ ବୋଲର ରବିନ୍ଦ୍ର ଜାଡେଜା ଏବଂ ଆର ଅଶ୍ୱିନ ମଧ୍ୟ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ନିରାଶାର ସମ୍ମୁଖୀନ ହୋଇପାରନ୍ତି। କାରଣ ବର୍ତ୍ତମାନ ରିପୋର୍ଟ ଆସୁଛି ଯେ ଭାରତୀୟ ଦଳ ପୁଣି ଥରେ ୱାଶିଂଟନ୍ ସୁନ୍ଦରଙ୍କୁ ପ୍ଲେଇଂ ଇଲେଭେନରେ ସୁଯୋଗ ଦେଇପାରେ।

ଖବର ଅନୁଯାୟୀ  ରୋହିତ ଶର୍ମା ଆଡିଲେଡରେ ଅନୁଷ୍ଠିତ ହେବାକୁ ଥିବା ଗୋଲାପୀ ବଲ୍ ଟେଷ୍ଟ ମ୍ୟାଚରେ ତାମିଲନାଡୁର ଯୁବ ଅଲରାଉଣ୍ଡର ଖେଳାଳି ୱାଶିଂଟନ୍ ସୁନ୍ଦରଙ୍କ ଦଳରେ ସୁଯୋଗ ଦେଇପାରନ୍ତି। ସୁନ୍ଦର ନିଜ ବ୍ୟାଟିଂ ସହିତ ସ୍ପିନ୍ ବୋଲିଂରେ ଚମତ୍କାର କରିବାର କ୍ଷମତା ଅଛି। ଏଭଳି ପରିସ୍ଥିତିରେ ତାଙ୍କୁ ଆର ଅଶ୍ୱିନ୍ ଏବଂ ରବିନ୍ଦ୍ର ଜାଡେଜାଙ୍କ ବଦଳରେ ଅଗ୍ରାଧିକାର ଦିଆଯାଇପାରେ।

ଏହି ଦିବା-ରାତ୍ରୀ ଟେଷ୍ଟ ମ୍ୟାଚର ପ୍ଲେଇଂ ଇଲେଭେନକୁ ନେଇ ବିସିସିଆଇ ସୂତ୍ରରୁ ମିଳିଥିବା ସୂଚନାରେ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ ଦଳ ସୁନ୍ଦରଙ୍କ ସହ ପଡିଆକୁ ଉହ୍ଲାଇପାରନ୍ତି। ନିର୍ଭରଯୋଗ୍ୟ ବିସିସିଆଇ ସୂତ୍ରରୁ ଉଦ୍ଧୃତ କରି ଟାଇମ୍ସ ଅଫ୍ ଇଣ୍ଡିଆକୁ କହିଛି ଯେ 'ଆଡିଲେଡ ଓଭାଲରେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ସୁନ୍ଦର ଖେଳିବାର ୯୦% ସୁଯୋଗ ରହିଛି।

କହିରଖୁଛୁ ଯେ ପର୍ଥରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ସୁନ୍ଦର ପ୍ରଥମ ଇନିଂସରେ ଅଧିକ ପ୍ରଦର୍ଶନ କରିନଥିଲେ, ଯେଉଁଠାରେ ସେ କୌଣସି ୱିକେଟ୍ ନେଇପାରିନଥିଲେ ଏବଂ ବ୍ୟାଟ୍ ସହିତ ମାତ୍ର ୪ ରନ୍ ସ୍କୋର କରିପାରିଥିଲେ। କିନ୍ତୁ ଦ୍ୱିତୀୟ ଇନିଂସରେ ସେ ୨୯ ରନ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିବା ସହ ବୋଲିଂ କରି ୨ ୱିକେଟ୍ ନେଇଥିଲେ। ଏଭଳି ପରିସ୍ଥିତିରେ ସୁନ୍ଦରଙ୍କ ସ୍ଥାନ ପକ୍କା ଥିବା ପରି ମନେହୁଏ।

Read More
{}{}